ବାରବାଟୀ ମ୍ୟାଚ୍‌ ପାଇଁ ‘ମୋ ବସ୍‌’ର ସ୍ବତନ୍ତ୍ର ବ୍ୟବସ୍ଥା, ଏହି ଦୁଇ ରୁଟ୍‌ରେ ରାତି ୧୧ ଯାଏ ଚାଲିବ ବସ୍‌

The Sakala Picture
Published On

ଭୁବନେଶ୍ବର : ଆସନ୍ତା ରବିବାର ବାରବାଟୀରେ ଟିମ୍‌ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ଟକ୍କର। ପାଖାପାଖି ଦୁଇ ବର୍ଷ ପରେ ବାରବାଟୀକୁ ମ୍ୟାଚ ମିଳିଥିବାରୁ ସାରା ରାଜ୍ୟରେ କ୍ରିକେଟ ଫିଭର ଦେଖାଦେଇଛି। ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଆଉ ୪୮ ଘଣ୍ଟା ପରେ ଦର୍ଶକଙ୍କ କୋଳାହୋଳରେ କମ୍ଫିବ ବାରବାଟୀ ଷ୍ଟାଡିୟମ । ଏନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ […]

ଭୁବନେଶ୍ବର : ଆସନ୍ତା ରବିବାର ବାରବାଟୀରେ ଟିମ୍‌ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ଟକ୍କର। ପାଖାପାଖି ଦୁଇ ବର୍ଷ ପରେ ବାରବାଟୀକୁ ମ୍ୟାଚ ମିଳିଥିବାରୁ ସାରା ରାଜ୍ୟରେ କ୍ରିକେଟ ଫିଭର ଦେଖାଦେଇଛି। ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଆଉ ୪୮ ଘଣ୍ଟା ପରେ ଦର୍ଶକଙ୍କ କୋଳାହୋଳରେ କମ୍ଫିବ ବାରବାଟୀ ଷ୍ଟାଡିୟମ । ଏନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ତେବେ ମ୍ୟାଚ୍ ନେଇ ଦର୍ଶକଙ୍କ ଯିବା ଆସିବା ନିମନ୍ତେ ସ୍ୱତନ୍ତ୍ର ‘ମୋ ବସ୍’ ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱରରୁ ବାରବାଟୀକୁ ଦୁଇଟି ରୁଟରେ ସ୍ୱତନ୍ତ୍ର ମୋ ବସ୍ ଚାଲିବ । ପ୍ରଥମ ରୁଟରେ ବସ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ ଦେଇ ବାରବାଟୀ ଷ୍ଟାଡିୟମ ଯିବ । ଦ୍ୱିତୀୟ ରୁଟରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଭାୟା ପଟିଆ ଦେଇ ବାରବାଟୀ ଷ୍ଟାଡିୟମ ଯିବ ମୋ ବସ୍ । ଏହି ସ୍ୱତନ୍ତ୍ର ବସର ଭଡା ୪୦ ଟଙ୍କା ରଖାଯାଇଛି । ଏନେଇ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି।

ମ୍ୟାଚ୍ ସନ୍ଧ୍ୟା ୭ଟାରୁ ୧୧ଟା ମଧ୍ୟରେ ଖେଳାଯିବ। ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନରୁ ମଧ୍ୟାହ୍ନ ୧୨ଟା୩୦ ରୁ ଷ୍ଟାଡିୟମ ପର୍ଯ୍ୟନ୍ତ ସ୍ଵତନ୍ତ୍ର ମୋ ବସ୍ ଉପରୋକ୍ତ ଦୁଇଟି ରୁଟ୍‌ରେ ଚଳାଚଳ କରିବ। ସେହିପରି ମ୍ୟାଚ୍ ସରିବା ପରେ ରାତି ୧୧ଟା ୩୦ରୁ ଦର୍ଶକଙ୍କୁ ନେଇ ମୋ ବସ୍ ଷ୍ଟାଡିୟମରୁ ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ଯାତ୍ରା କରିବ।

10 Jun 2022 By The Sakala

https://www.thesakala.in/latest-odisha-news/crut-will-be-providing-special-mo-bus-service-for-the-india-south-africa-t20-match-at-barabati-stadium/article-12332
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର