‘ବାଚସ୍ପତିଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବିଜେପି ବିଧାୟକ’ -ପ୍ରମିଳା ମଲ୍ଲିକ

The Sakala Picture
Published On

ଭୁବନେଶ୍ୱର: ବିଧାନସଭାରେ ବଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ବାଚସ୍ପତି ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ କାର୍ଯ୍ଯ କରିଛନ୍ତି । ବିଜେପି ସଦସ୍ୟଙ୍କ ଚପଲ ଫୋପଡ଼ା ଅଭଦ୍ରାମୀ ପରେ କଂଗ୍ରେସ ବିଧାୟକ ଦଳ ନେତା ଓ ବିରୋଧୀ ଦଳ ନେତାଙ୍କୁ ଡାକି ବାଚସ୍ପତି ଭିଡିଓ କ୍ଳିପ୍ ଦେଖାଇଥିଲେ । ଏବଂ ଉଭୟ ବାଚସ୍ପତିଙ୍କ କାର୍ଯ୍ଯାନୁଷ୍ଠାନ ନିଷ୍ପତ୍ତିରେ ସହମତି ପ୍ରକାଶ କରିଥିଲେ । କିନ୍ତୁ ୩ ଜଣଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ ନ କରି ଜଣେ କିମ୍ୱା ୨ ଜଣଙ୍କ ବିରୋଧରେ […]

ଭୁବନେଶ୍ୱର: ବିଧାନସଭାରେ ବଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ବାଚସ୍ପତି ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ କାର୍ଯ୍ଯ କରିଛନ୍ତି । ବିଜେପି ସଦସ୍ୟଙ୍କ ଚପଲ ଫୋପଡ଼ା ଅଭଦ୍ରାମୀ ପରେ କଂଗ୍ରେସ ବିଧାୟକ ଦଳ ନେତା ଓ ବିରୋଧୀ ଦଳ ନେତାଙ୍କୁ ଡାକି ବାଚସ୍ପତି ଭିଡିଓ କ୍ଳିପ୍ ଦେଖାଇଥିଲେ । ଏବଂ ଉଭୟ ବାଚସ୍ପତିଙ୍କ କାର୍ଯ୍ଯାନୁଷ୍ଠାନ ନିଷ୍ପତ୍ତିରେ ସହମତି ପ୍ରକାଶ କରିଥିଲେ । କିନ୍ତୁ ୩ ଜଣଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ ନ କରି ଜଣେ କିମ୍ୱା ୨ ଜଣଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ କରିବାକୁ କହିଥିଲେ । ଦୋଷୀମାନଙ୍କ ବିରୋଧରେ ଆଇନତଃ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । କିନ୍ତୁ ପରେ କାର୍ଯ୍ଯାନୁଷ୍ଠାନ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ଏବଂ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସୁଛନ୍ତି ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତି ତଳୁ ଧାରଣାରୁ ଉଠିବା ପରେ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲା । ଆଉ ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ, ବିଧେୟକ ପାରିତ ହେବା ସମୟରେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଗୃହରେ ମୋର କହିବାର ଅଧିକାର ରହିଛି । କିନ୍ତୁ ଯେତେବେଳେ ଗତକାଲି ବିନା ଆଲୋଚନାରେ ବିଲ୍ ପାରିତ କରାଗଲା, ସେତେବେଳେ ବିରୋଧୀ ଦଳ ନେତା ଭାବେ କହିବାକୁ ଛିଡା ହେଲେ ମଧ୍ୟ ବାଚସ୍ପତି ଆମ ଆଡକୁ ଅନାଇ ନ ଥିବା ଅଭିଯୋଗ କରିଛନ୍ତି । ବିଜେପି ସଦସ୍ୟ ବାରମ୍ବାର କହିବା ସତ୍ତେ୍ୱ ମଧ୍ୟ ବାଚସ୍ପତି ଶୁଣିଲେନି । ତେଣୁ ବାଚସ୍ପତିଙ୍କ ଦୃ୍ଷ୍ଟି ଆକର୍ଷଣ କରିବାକୁ ହେଡଫୋନ, କଲମ ଫୋପାଡା ଯାଇଛି ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ସୂଚନା ଅନୁଯାୟୀ, କାର୍ଯ୍ୟ ପରିଚାଳନା ଶୈଳୀ, ଶୃଙ୍ଖଳା ତଥା ସର୍ବଦା ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କାମ କରିବାରେ ସୁନାମ ଅର୍ଜନ କରିଥିବା ଓଡ଼ିଶା ବିଧାନସଭାରେ ଶନିବାର ଏକ ଲଜ୍ଜାଜନକ ଘଟଣା ଘଟିଯାଇଥିଲା। ଗୃହ ପରିଚାଳନା ଶୈଳୀରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ ବାଚସ୍ପତିଙ୍କ ଉପରକୁ ଚପଲ, ଇଅରଫୋନ, କଲମ, ଡଷ୍ଟବିନ୍‍ ଆଦି ଫିଙ୍ଗିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା

ବିଜେପି ସଦସ୍ୟଙ୍କ ଏତାଦୃଶ ଅଭଦ୍ରୋଚିତ ବ୍ୟବହାରକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଇଛି। ସେହିପରି ଗୃହ ମଧ୍ୟରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଏହି ଘଟଣାର ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ବାଚସ୍ପତି ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ କଡ଼ା ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେଡି। ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଜେପିର ତିନି ବିଧାୟକ ମୋହନ ଚରଣ ମାଝୀ, ବିଷ୍ଣୁଚରଣ ସେଠୀ ଏବଂ ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ। ଓଡ଼ିଶା ବିଧାନସଭା କାର୍ଯ୍ୟବିଧି ନିୟମ ୨୭୨ ଅନୁଯାୟୀ ଉପରୋକ୍ତ ୩ ବିଧାୟକଙ୍କୁ ଚଳିତ ଅଧିବେଶନର ବାକି କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ବାଚସ୍ପତି ନିଲମ୍ବନ ଘୋଷଣା କରିଥିଲେ।

ଅପରପକ୍ଷେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ପରେ ନିଲମ୍ବନ ପ୍ରତିବାଦରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟ ଧାରଣା ଦେଇଥିଲେ ବିଜେପି ବିଧାୟକ। ସେମାନଙ୍କ ସହ ମଧ୍ଯ ଆଲୋଚନା କରିଥିଲେ ନିଜେ ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର। ଗାନ୍ଧୀ ପ୍ରତିମୂର୍ତ୍ତି ନିକଟକୁ ଯାଇ ବାଚସ୍ପତି ସେମାନଙ୍କ ସହ ଆଲୋଚନା କରିଥିଲେ।

04 Apr 2021 By The Sakala

‘ବାଚସ୍ପତିଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବିଜେପି ବିଧାୟକ’ -ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ବିଧାନସଭାରେ ବଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ବାଚସ୍ପତି ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ କାର୍ଯ୍ଯ କରିଛନ୍ତି । ବିଜେପି ସଦସ୍ୟଙ୍କ ଚପଲ ଫୋପଡ଼ା ଅଭଦ୍ରାମୀ ପରେ କଂଗ୍ରେସ ବିଧାୟକ ଦଳ ନେତା ଓ ବିରୋଧୀ ଦଳ ନେତାଙ୍କୁ ଡାକି ବାଚସ୍ପତି ଭିଡିଓ କ୍ଳିପ୍ ଦେଖାଇଥିଲେ । ଏବଂ ଉଭୟ ବାଚସ୍ପତିଙ୍କ କାର୍ଯ୍ଯାନୁଷ୍ଠାନ ନିଷ୍ପତ୍ତିରେ ସହମତି ପ୍ରକାଶ କରିଥିଲେ । କିନ୍ତୁ ୩ ଜଣଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ ନ କରି ଜଣେ କିମ୍ୱା ୨ ଜଣଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ କରିବାକୁ କହିଥିଲେ । ଦୋଷୀମାନଙ୍କ ବିରୋଧରେ ଆଇନତଃ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । କିନ୍ତୁ ପରେ କାର୍ଯ୍ଯାନୁଷ୍ଠାନ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ଏବଂ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସୁଛନ୍ତି ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତି ତଳୁ ଧାରଣାରୁ ଉଠିବା ପରେ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲା । ଆଉ ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ, ବିଧେୟକ ପାରିତ ହେବା ସମୟରେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ଗୃହରେ ମୋର କହିବାର ଅଧିକାର ରହିଛି । କିନ୍ତୁ ଯେତେବେଳେ ଗତକାଲି ବିନା ଆଲୋଚନାରେ ବିଲ୍ ପାରିତ କରାଗଲା, ସେତେବେଳେ ବିରୋଧୀ ଦଳ ନେତା ଭାବେ କହିବାକୁ ଛିଡା ହେଲେ ମଧ୍ୟ ବାଚସ୍ପତି ଆମ ଆଡକୁ ଅନାଇ ନ ଥିବା ଅଭିଯୋଗ କରିଛନ୍ତି । ବିଜେପି ସଦସ୍ୟ ବାରମ୍ବାର କହିବା ସତ୍ତେ୍ୱ ମଧ୍ୟ ବାଚସ୍ପତି ଶୁଣିଲେନି । ତେଣୁ ବାଚସ୍ପତିଙ୍କ ଦୃ୍ଷ୍ଟି ଆକର୍ଷଣ କରିବାକୁ ହେଡଫୋନ, କଲମ ଫୋପାଡା ଯାଇଛି ।

ସୂଚନା ଅନୁଯାୟୀ, କାର୍ଯ୍ୟ ପରିଚାଳନା ଶୈଳୀ, ଶୃଙ୍ଖଳା ତଥା ସର୍ବଦା ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କାମ କରିବାରେ ସୁନାମ ଅର୍ଜନ କରିଥିବା ଓଡ଼ିଶା ବିଧାନସଭାରେ ଶନିବାର ଏକ ଲଜ୍ଜାଜନକ ଘଟଣା ଘଟିଯାଇଥିଲା। ଗୃହ ପରିଚାଳନା ଶୈଳୀରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକମାନେ ବାଚସ୍ପତିଙ୍କ ଉପରକୁ ଚପଲ, ଇଅରଫୋନ, କଲମ, ଡଷ୍ଟବିନ୍‍ ଆଦି ଫିଙ୍ଗିଛନ୍ତି।

ବିଜେପି ସଦସ୍ୟଙ୍କ ଏତାଦୃଶ ଅଭଦ୍ରୋଚିତ ବ୍ୟବହାରକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଇଛି। ସେହିପରି ଗୃହ ମଧ୍ୟରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଏହି ଘଟଣାର ତୀବ୍ର ସମାଲୋଚନା କରିଛନ୍ତି। ଏପରିକି ବାଚସ୍ପତି ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ କଡ଼ା ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେଡି। ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିଜେପିର ତିନି ବିଧାୟକ ମୋହନ ଚରଣ ମାଝୀ, ବିଷ୍ଣୁଚରଣ ସେଠୀ ଏବଂ ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ। ଓଡ଼ିଶା ବିଧାନସଭା କାର୍ଯ୍ୟବିଧି ନିୟମ ୨୭୨ ଅନୁଯାୟୀ ଉପରୋକ୍ତ ୩ ବିଧାୟକଙ୍କୁ ଚଳିତ ଅଧିବେଶନର ବାକି କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ବାଚସ୍ପତି ନିଲମ୍ବନ ଘୋଷଣା କରିଥିଲେ।

ଅପରପକ୍ଷେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ପରେ ନିଲମ୍ବନ ପ୍ରତିବାଦରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟ ଧାରଣା ଦେଇଥିଲେ ବିଜେପି ବିଧାୟକ। ସେମାନଙ୍କ ସହ ମଧ୍ଯ ଆଲୋଚନା କରିଥିଲେ ନିଜେ ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର। ଗାନ୍ଧୀ ପ୍ରତିମୂର୍ତ୍ତି ନିକଟକୁ ଯାଇ ବାଚସ୍ପତି ସେମାନଙ୍କ ସହ ଆଲୋଚନା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର