ଜଳୁଛି ପଶ୍ଚିମ ଓଡ଼ିଶା : ୧୬ ଯାଏ ତାତିରୁ ମୁକ୍ତି ନାହିଁ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଥିବା ତାତି ଓ ଗୁଳୁଗୁଳି ଜାରି ରହିବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ମିଳିବାର ସମ୍ଭାବନା କ୍ଷୀଣ ରହିଛି। ମୌସୁମୀ ବର୍ଷାର ଆଗମନ ପୂର୍ବରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ପଡ଼ୁଥିବା ବେଳେ କାଳବୈଶାଖୀ ଜନିତ ବର୍ଷାର ଅଭାବ ମଧ୍ୟ ତାପମାତ୍ରା ବୃଦ୍ଧିରେ ସହାୟକ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଶୁକ୍ରବାର ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଛି। ଟିଟଲାଗଡ଼଼ରେ ତାପମାତ୍ରା […]

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଥିବା ତାତି ଓ ଗୁଳୁଗୁଳି ଜାରି ରହିବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ମିଳିବାର ସମ୍ଭାବନା କ୍ଷୀଣ ରହିଛି। ମୌସୁମୀ ବର୍ଷାର ଆଗମନ ପୂର୍ବରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ପଡ଼ୁଥିବା ବେଳେ କାଳବୈଶାଖୀ ଜନିତ ବର୍ଷାର ଅଭାବ ମଧ୍ୟ ତାପମାତ୍ରା ବୃଦ୍ଧିରେ ସହାୟକ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଶୁକ୍ରବାର ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ଟିଟଲାଗଡ଼଼ରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିବା ବେଳେ ବଲାଙ୍ଗୀର ୪୪.୯, ବୌଦ୍ଧ ୪୪.୫, ସମ୍ୱଲପୁର ରେ ୪୪.୪, ସୋନପୁର ୪୪.୩ ଏବଂ ଝାରସୁଗୁଡ଼ାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଆଇଏମଡିର ସ୍ୱୟଞ୍ଚାଳିତ ପାଣିପାଗ ସଂସ୍ଥାର ‘ଏଡବ୍ଲୁଏସ୍‍’ ୱେବସାଇଟର ତଥ୍ୟ ଅନୁଯାୟୀ ଅମ୍ବାଭୋନା (ବରଗଡ଼଼) ତାପମାତ୍ରା ୪୫.୧ ଛୁଇଁଥିବା ବେଳେ ବୁର୍ଲାରେ ୪୫.୭ ଓ ହେମଗିରି(ସୁନ୍ଦରଗଡ଼) ୪୫.୭ ଡିଗ୍ରୀ ତାପମାତ୍ରା ଛୁଇଁଛି। ଅନ୍ୟପଟେ ତାପମାତ୍ରା ଉପରମୁହାଁ ହୋଇଥିଲେ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହ (ହିଟ୍‍ ୱେଭ୍‍) ଆଲର୍ଟ ଜାରି କରାଯାଉନାହିଁ। ତାପମାତ୍ରା ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ସୃଷ୍ଟି ହେଲେ ଏଥିପାଇଁ ହିଟି ୱେଭ୍‍ ଆଲର୍ଟ ଜାରି କରାଯାଏ। ଏହି ଆଧାରରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ଆବଶ୍ୟକୀୟ ପଦକ୍ଷେପ ନେଇଥାନ୍ତି ମାତ୍ରା ରାଜ୍ୟବାସୀ ତାତି ଓ ଗୁଳୁଗିଳିରେ ଶିଝୁଥିବା ବେଳେ ପାଣିପାଗ ବିଭାଗ ଗ୍ରୀଷ୍ମ ପ୍ରବାହ ଆଲର୍ଟ ଜାରି କରୁ ନ ଥିବାରୁ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଅନ୍ୟପଟେ ଏହି ତାତି ଜାରି ରହିବା ନେଇ ଆଇଏମଡିର ବିସ୍ତାରିତ ପରିସର ଆକଳନରୁ ଜଣାପଡ଼ିଛି। ଏଥିରେ ୧୬ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନ ନଥିବା ଜଣାପଡ଼ଛି। ଯାହାକି ମୌସୁମୀର ଆଗମନକୁ ଅନିଶ୍ଚିତତା ଦର୍ଶାଇଛି। ଓଡ଼ିଶାରେ ମୌସୁମୀ ବର୍ଷା ହେଲେ ତାପମାତ୍ରା ହ୍ରାସ ହୋଇଥାଏ। ହେଲେ ୧୬ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବାର ସମ୍ଭବନା ନ ଥିବାରୁ ମୌସୁମୀ ବର୍ଷା କେବେ ହେବ ତାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ଏହା ବ୍ୟତୀତ ମୌସୁମୀ କେରଳ ଛୁଇଁବାର ୧୦-୧୨ ଦିନ ମଧ୍ୟରେ ଏହା ଓଡ଼ିଶା ଛୁଇଁଥାଏ। ଏହି କ୍ରମରେ ୧୨ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବା ନେଇ ରାଜ୍ୟବାସୀ ଆଶା ରଖିଛନ୍ତି। ମାତ୍ର ମୌସୁମୀ କେରଳ ଛୁଇଁବା ପାଇଁ ଆଇଏମଡି ଧାର୍ଯ୍ୟ କରିଥିବା ମାନଦଣ୍ଡ ପୂରଣ ହୋଇ ନ ଥିବା ନେଇ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଅଭିଯୋଗ କରିଛି। ସମସ୍ତ ମାନଦଣ୍ଡ ପୂରଣ ହେଉ ନ ଥିବା ସତ୍ତ୍ବେ ମୌସୁମୀ କେରଳ ଛୁଇଁଛି ବୋଲି ତରବରିଆ ଭାବେ ଆଇଏମଡି ଘୋଷଣା କରିଛି ବୋଲି ବିଭାଗ କହିଛି। ସ୍କାଏମେଟ୍‍ର ଅଭିଯୋଗ ଓ ଓଡ଼ିଶାରେ ତାପମାତ୍ରା ହ୍ରାସ ନ ହେବା ଆଦି ମୌସୁମୀ ସ୍ଥିତିକୁ ଅନିଶ୍ଚିତତାକୁ ଟାଣି ନେଇଛି।

04 Jun 2022 By The Sakala

ଜଳୁଛି ପଶ୍ଚିମ ଓଡ଼ିଶା : ୧୬ ଯାଏ ତାତିରୁ ମୁକ୍ତି ନାହିଁ

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଥିବା ତାତି ଓ ଗୁଳୁଗୁଳି ଜାରି ରହିବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ମିଳିବାର ସମ୍ଭାବନା କ୍ଷୀଣ ରହିଛି। ମୌସୁମୀ ବର୍ଷାର ଆଗମନ ପୂର୍ବରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ପଡ଼ୁଥିବା ବେଳେ କାଳବୈଶାଖୀ ଜନିତ ବର୍ଷାର ଅଭାବ ମଧ୍ୟ ତାପମାତ୍ରା ବୃଦ୍ଧିରେ ସହାୟକ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଶୁକ୍ରବାର ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଛି।

ଟିଟଲାଗଡ଼଼ରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିବା ବେଳେ ବଲାଙ୍ଗୀର ୪୪.୯, ବୌଦ୍ଧ ୪୪.୫, ସମ୍ୱଲପୁର ରେ ୪୪.୪, ସୋନପୁର ୪୪.୩ ଏବଂ ଝାରସୁଗୁଡ଼ାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଆଇଏମଡିର ସ୍ୱୟଞ୍ଚାଳିତ ପାଣିପାଗ ସଂସ୍ଥାର ‘ଏଡବ୍ଲୁଏସ୍‍’ ୱେବସାଇଟର ତଥ୍ୟ ଅନୁଯାୟୀ ଅମ୍ବାଭୋନା (ବରଗଡ଼଼) ତାପମାତ୍ରା ୪୫.୧ ଛୁଇଁଥିବା ବେଳେ ବୁର୍ଲାରେ ୪୫.୭ ଓ ହେମଗିରି(ସୁନ୍ଦରଗଡ଼) ୪୫.୭ ଡିଗ୍ରୀ ତାପମାତ୍ରା ଛୁଇଁଛି। ଅନ୍ୟପଟେ ତାପମାତ୍ରା ଉପରମୁହାଁ ହୋଇଥିଲେ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହ (ହିଟ୍‍ ୱେଭ୍‍) ଆଲର୍ଟ ଜାରି କରାଯାଉନାହିଁ। ତାପମାତ୍ରା ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ସୃଷ୍ଟି ହେଲେ ଏଥିପାଇଁ ହିଟି ୱେଭ୍‍ ଆଲର୍ଟ ଜାରି କରାଯାଏ। ଏହି ଆଧାରରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ଆବଶ୍ୟକୀୟ ପଦକ୍ଷେପ ନେଇଥାନ୍ତି ମାତ୍ରା ରାଜ୍ୟବାସୀ ତାତି ଓ ଗୁଳୁଗିଳିରେ ଶିଝୁଥିବା ବେଳେ ପାଣିପାଗ ବିଭାଗ ଗ୍ରୀଷ୍ମ ପ୍ରବାହ ଆଲର୍ଟ ଜାରି କରୁ ନ ଥିବାରୁ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ଏହି ତାତି ଜାରି ରହିବା ନେଇ ଆଇଏମଡିର ବିସ୍ତାରିତ ପରିସର ଆକଳନରୁ ଜଣାପଡ଼ିଛି। ଏଥିରେ ୧୬ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନ ନଥିବା ଜଣାପଡ଼ଛି। ଯାହାକି ମୌସୁମୀର ଆଗମନକୁ ଅନିଶ୍ଚିତତା ଦର୍ଶାଇଛି। ଓଡ଼ିଶାରେ ମୌସୁମୀ ବର୍ଷା ହେଲେ ତାପମାତ୍ରା ହ୍ରାସ ହୋଇଥାଏ। ହେଲେ ୧୬ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବାର ସମ୍ଭବନା ନ ଥିବାରୁ ମୌସୁମୀ ବର୍ଷା କେବେ ହେବ ତାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦେଖାଦେଇଛି।

ଏହା ବ୍ୟତୀତ ମୌସୁମୀ କେରଳ ଛୁଇଁବାର ୧୦-୧୨ ଦିନ ମଧ୍ୟରେ ଏହା ଓଡ଼ିଶା ଛୁଇଁଥାଏ। ଏହି କ୍ରମରେ ୧୨ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବା ନେଇ ରାଜ୍ୟବାସୀ ଆଶା ରଖିଛନ୍ତି। ମାତ୍ର ମୌସୁମୀ କେରଳ ଛୁଇଁବା ପାଇଁ ଆଇଏମଡି ଧାର୍ଯ୍ୟ କରିଥିବା ମାନଦଣ୍ଡ ପୂରଣ ହୋଇ ନ ଥିବା ନେଇ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଅଭିଯୋଗ କରିଛି। ସମସ୍ତ ମାନଦଣ୍ଡ ପୂରଣ ହେଉ ନ ଥିବା ସତ୍ତ୍ବେ ମୌସୁମୀ କେରଳ ଛୁଇଁଛି ବୋଲି ତରବରିଆ ଭାବେ ଆଇଏମଡି ଘୋଷଣା କରିଛି ବୋଲି ବିଭାଗ କହିଛି। ସ୍କାଏମେଟ୍‍ର ଅଭିଯୋଗ ଓ ଓଡ଼ିଶାରେ ତାପମାତ୍ରା ହ୍ରାସ ନ ହେବା ଆଦି ମୌସୁମୀ ସ୍ଥିତିକୁ ଅନିଶ୍ଚିତତାକୁ ଟାଣି ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର