ଆଇଏମ୍‌ଡିର ଆକଳନ, ଚଳିତ ଜୁନ୍‍ରେ ଭଲ ବର୍ଷା

The Sakala Picture
Published On

ଭୁବନେଶ୍ୱର : ଚଳିତ ମୌସୁମୀରେ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍‍ ବର୍ଷା ହୋଇପାରେ। ସାରା ଦେଶରେ ମୌସୁମୀ ବାୟୁ ଭଲ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲେ ହେଁ ଓଡ଼ିଶାର କେତେକ ଅଞ୍ଚଳରେ ଏହା କମ୍‍ ରହିପାରେ ବୋଲି ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଆକଳନ କରିଛନ୍ତି। ତେବେ ଚଳିତ ଜୁନ୍‍ ମାସରେ ଓଡ଼ିଶାରେ ମୋଟାମୋଟି ଭାବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି। ମୌସୁମୀ ବର୍ଷା ସମ୍ପର୍କରେ […]

ଭୁବନେଶ୍ୱର : ଚଳିତ ମୌସୁମୀରେ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍‍ ବର୍ଷା ହୋଇପାରେ। ସାରା ଦେଶରେ ମୌସୁମୀ ବାୟୁ ଭଲ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲେ ହେଁ ଓଡ଼ିଶାର କେତେକ ଅଞ୍ଚଳରେ ଏହା କମ୍‍ ରହିପାରେ ବୋଲି ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଆକଳନ କରିଛନ୍ତି। ତେବେ ଚଳିତ ଜୁନ୍‍ ମାସରେ ଓଡ଼ିଶାରେ ମୋଟାମୋଟି ଭାବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି। ମୌସୁମୀ ବର୍ଷା ସମ୍ପର୍କରେ ସୂଚନା ଦେଇ ଡ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୌସୁମୀ ବାୟୁ ଭଲ ରହିବ। ଦେଶର ଅଧିକାଂଶ ଅଞ୍ଚଳରେ ଯେପରି ବର୍ଷା ହୋଇଥାଏ ସେପରି କିମ୍ବା ତାଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଇଣ୍ଟର୍ନସିପ୍ କରାଇଦେବାକୁ ନେଇ ଜୋର୍ ଜବରଦସ୍ତି ଟଙ୍କା ଆଦାୟ କରୁଛନ୍ତି କଲେଜ କର୍ତ୍ତୃପକ୍ଷ

ତେବେ କେରଳ ନିକଟସ୍ଥ ଅଞ୍ଚଳ, ପୂର୍ବ କେନ୍ଦ୍ରୀୟ ଭାରତର କିଛି ଅଞ୍ଚଳ ଯେପରିକି ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗର କିଛି ଅଞ୍ଛଳ ଏବଂ ପୂର୍ବତ୍ତୋର ରାଜ୍ୟର ଦକ୍ଷିଣଭାଗ ଯେପରିକି ମେଘାଳୟ, ମିଜୋରାମ, ତ୍ରିପୁରା, ମଣିପୁର, ଆସାମର ଦକ୍ଷିଣ ଭାଗ ଅଞ୍ଚଳରେ ବର୍ଷା ସ୍ୱାଭାବିକଠାରୁ କମ୍‍ ହେବ। ତେବେ ପୂରା ଦେଶରେ ବର୍ଷାର ପରିମାଣ ୧୦୩ ପ୍ରତିଶତ ହେବାର ପୂର୍ବାନୁମାନ କରାଯାଇଛି। ସେହିପରି ଓଡ଼ିଶା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଓଡ଼ିଶାର ଅଧିକ ସ୍ଥାନରେ ସ୍ୱାଭାବିକ ଏବଂ କେତେକ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ମାତ୍ର କେନ୍ଦ୍ରୀୟ ଓଡ଼ିଶା, ଉତ୍ତର ଓଡ଼ିଶାର କେତେକ ଅଞ୍ଚଳର ସ୍ୱାଭାବିକଠାରୁ କମ୍‍ ବର୍ଷା ହୋଇପାରେ।

ଆହୁରି ପଢ଼ନ୍ତୁ: ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ, ୩୬ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

ଜୁନ୍‍ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ମୌସୁମୀ ବାୟୁ ସକ୍ରିୟ ରହୁଥିବା ବେଳେ ଏହି ସମୟ ମଧ୍ୟରେ ଓଡ଼ିଶାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‍ ରହିପାରେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜୁନ୍‍ ମାସରେ ସମଗ୍ର ଦେଶରେ ସ୍ୱାଭାବିକ ପରିମାଣର ବର୍ଷା ହେବ। ବିଶେଷକରି ପଶ୍ଚିମ ଭାରତ, ଉତ୍ତର ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଏବଂ ଦକ୍ଷିଣ ଭାରତର ଭତ୍ତର ଭାଗରେ ସ୍ୱାଭାବିକ କିମ୍ବା ତାଠାରୁ ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ BDA ପକ୍ଷରୁ ବଡ଼ଧରଣର ଜବରଦଖଲ ଉଚ୍ଛେଦ, ଘରୁ ମିଳିଲା ପୁଳା ପୁଳା ସିଲିଣ୍ଡର

01 Jun 2022 By The Sakala

ଆଇଏମ୍‌ଡିର ଆକଳନ, ଚଳିତ ଜୁନ୍‍ରେ ଭଲ ବର୍ଷା

ଭୁବନେଶ୍ୱର : ଚଳିତ ମୌସୁମୀରେ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍‍ ବର୍ଷା ହୋଇପାରେ। ସାରା ଦେଶରେ ମୌସୁମୀ ବାୟୁ ଭଲ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲେ ହେଁ ଓଡ଼ିଶାର କେତେକ ଅଞ୍ଚଳରେ ଏହା କମ୍‍ ରହିପାରେ ବୋଲି ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଆକଳନ କରିଛନ୍ତି। ତେବେ ଚଳିତ ଜୁନ୍‍ ମାସରେ ଓଡ଼ିଶାରେ ମୋଟାମୋଟି ଭାବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି। ମୌସୁମୀ ବର୍ଷା ସମ୍ପର୍କରେ ସୂଚନା ଦେଇ ଡ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୌସୁମୀ ବାୟୁ ଭଲ ରହିବ। ଦେଶର ଅଧିକାଂଶ ଅଞ୍ଚଳରେ ଯେପରି ବର୍ଷା ହୋଇଥାଏ ସେପରି କିମ୍ବା ତାଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି।

ତେବେ କେରଳ ନିକଟସ୍ଥ ଅଞ୍ଚଳ, ପୂର୍ବ କେନ୍ଦ୍ରୀୟ ଭାରତର କିଛି ଅଞ୍ଚଳ ଯେପରିକି ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗର କିଛି ଅଞ୍ଛଳ ଏବଂ ପୂର୍ବତ୍ତୋର ରାଜ୍ୟର ଦକ୍ଷିଣଭାଗ ଯେପରିକି ମେଘାଳୟ, ମିଜୋରାମ, ତ୍ରିପୁରା, ମଣିପୁର, ଆସାମର ଦକ୍ଷିଣ ଭାଗ ଅଞ୍ଚଳରେ ବର୍ଷା ସ୍ୱାଭାବିକଠାରୁ କମ୍‍ ହେବ। ତେବେ ପୂରା ଦେଶରେ ବର୍ଷାର ପରିମାଣ ୧୦୩ ପ୍ରତିଶତ ହେବାର ପୂର୍ବାନୁମାନ କରାଯାଇଛି। ସେହିପରି ଓଡ଼ିଶା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଓଡ଼ିଶାର ଅଧିକ ସ୍ଥାନରେ ସ୍ୱାଭାବିକ ଏବଂ କେତେକ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ମାତ୍ର କେନ୍ଦ୍ରୀୟ ଓଡ଼ିଶା, ଉତ୍ତର ଓଡ଼ିଶାର କେତେକ ଅଞ୍ଚଳର ସ୍ୱାଭାବିକଠାରୁ କମ୍‍ ବର୍ଷା ହୋଇପାରେ।

ଜୁନ୍‍ ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ମୌସୁମୀ ବାୟୁ ସକ୍ରିୟ ରହୁଥିବା ବେଳେ ଏହି ସମୟ ମଧ୍ୟରେ ଓଡ଼ିଶାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍‍ ରହିପାରେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜୁନ୍‍ ମାସରେ ସମଗ୍ର ଦେଶରେ ସ୍ୱାଭାବିକ ପରିମାଣର ବର୍ଷା ହେବ। ବିଶେଷକରି ପଶ୍ଚିମ ଭାରତ, ଉତ୍ତର ପଶ୍ଚିମ ଭାରତ, କେନ୍ଦ୍ରୀୟ ଭାରତ ଏବଂ ଦକ୍ଷିଣ ଭାରତର ଭତ୍ତର ଭାଗରେ ସ୍ୱାଭାବିକ କିମ୍ବା ତାଠାରୁ ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର