ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

The Sakala Picture
Published On

ଝାରସୁଗୁଡା: ବହୁ ପ୍ରତୀକ୍ଷିତ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ। ନିର୍ବାଚନ ମଇଦାନରେ ୧୧ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୭୯ ବୁଥ୍‍ରେ ୨,୧୪,୮୭୮ ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରୁଛନ୍ତି। ଏହି ଭୋଟରମାନଙ୍କ ମଧ୍ୟରୁ ୧,୧୦,୦୫୦ ଜଣ ପୁରୁଷ, ୧,୦୪,୮୧୧ ଜଣ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୨୭୯ଟି ବୁଥ୍‍ […]

ଝାରସୁଗୁଡା: ବହୁ ପ୍ରତୀକ୍ଷିତ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ। ନିର୍ବାଚନ ମଇଦାନରେ ୧୧ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୭୯ ବୁଥ୍‍ରେ ୨,୧୪,୮୭୮ ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରୁଛନ୍ତି। ଏହି ଭୋଟରମାନଙ୍କ ମଧ୍ୟରୁ ୧,୧୦,୦୫୦ ଜଣ ପୁରୁଷ, ୧,୦୪,୮୧୧ ଜଣ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ୨୭୯ଟି ବୁଥ୍‍ ମଧ୍ୟରୁ ୫ଟି ପିଙ୍କ୍‍ ଓ ୧୫ଟି ଆଦର୍ଶ ବୁଥ୍‍ ରହିଛି। ଏହାସହ ୬୦ଟି ବୁଥ୍‍ ସମ୍ୱେଦନଶୀଳ ଭାବରେ ଚିହ୍ନଟ କରାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସୁରକ୍ଷା ଦୃଷ୍ଟିରୁ ଉକ୍ତ ବୁଥ ଗୁଡ଼ିକ ସହିତ ମୋଟ ୧୪୫ଟି ବୁଥ୍‍ରେ ୱେବ୍‍ କାଷ୍ଟିଂ କରାଯିବାର ବ୍ୟବସ୍ଥା ହୋଇଛି। ଅପରପକ୍ଷରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଧିକାରୀଙ୍କ ସହିତ ୩ ଜଣ ପୁଲିଂ ଅଧିକାରୀ ହିସାବରେ ମୋଟ ୧,୧୧୬ ଜଣ ଅଫିସିଆଲ୍‍ ନିଯୁକ୍ତି ହୋଇଛନ୍ତି। ୨୭୯ ଜଣ ପ୍ରିଜାଇଡିଂ ଅଧିକାରୀ ଓ ୮୩୭ ଜଣ ପୋଲିଂ ଅଧିକାରୀ ରହିଛନ୍ତି। ସେହିପରି ପ୍ରତି ବୁଥରେ ଜଣେ ଲେଖାଁଏ ପୁଲିସ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ୫ଟି ପିଙ୍କ୍‍ ବୁଥରେ ଜଣେ ଲେଖାଁଏ ପୁଲିସ ସୁରକ୍ଷା କର୍ମୀ ଓ ପ୍ରିଜାଇଡିଂ ଅଧିକାରୀ ଓ ୩ ଜଣ ଲେଖାଁଏ ପୋଲିଂ ଅଧିକାରୀଙ୍କୁ ମିଶାଇ ମୋଟ ୨୫ ଜଣ ଅଫିସିଆଲଙ୍କୁ ନିୟୋଜିତ କରାଯାଇଛି। ଏହାସହ ଅତିରିକ୍ତ ୫ଟି ପୁଲିଂ ଦଳକୁ ତାଲିମ ଦିଆଯାଇ ନିର୍ବାଚନ ପାଇଁ ରିଜର୍ଭ ରଖାଯାଇଥିବା ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର