ବିଳମ୍ବ ହେବ ମୌସୁମୀ ଆଗମନ! ଆଷାଢ଼ରେ କମ୍‍ ବର୍ଷା ସମ୍ଭାବନା

The Sakala Picture
Published On

ଭୁବନେଶ୍ୱର: ମୌସୁମୀ ଆଗମନକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟଠାରୁ ଆଗୁଆ ଅର୍ଥାତ ମେ ୨୭ ତାରିଖ ସୁଦ୍ଧା କେରଳ ଛୁଇଁବ ବୋଲି ଆଇଏମଡି ଆକଳନ କରିଥିଲା। କିନ୍ତୁ ଆକଳନ ସମୟ ଉପନୀତ ହୋଇଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ବି ମୌସୁମୀ କେରଳ ଛୁଇଁବାର ସମ୍ଭାବନା ନ ଥିବା ଜଣାପଡ଼ିଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବା ପୂର୍ବରୁ ସେଠାରେ ଲଗାତର ଦୁଇ ଦିନ ୬୦ ପ୍ରତିଶତ ଷ୍ଟେସନରେ ୨.୫ […]

ଭୁବନେଶ୍ୱର: ମୌସୁମୀ ଆଗମନକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ସମୟଠାରୁ ଆଗୁଆ ଅର୍ଥାତ ମେ ୨୭ ତାରିଖ ସୁଦ୍ଧା କେରଳ ଛୁଇଁବ ବୋଲି ଆଇଏମଡି ଆକଳନ କରିଥିଲା। କିନ୍ତୁ ଆକଳନ ସମୟ ଉପନୀତ ହୋଇଥିବା ବେଳେ ଦିନେ ଦୁଇ ଦିନ ମଧ୍ୟରେ ବି ମୌସୁମୀ କେରଳ ଛୁଇଁବାର ସମ୍ଭାବନା ନ ଥିବା ଜଣାପଡ଼ିଛି। ସାଧାରଣତଃ ମୌସୁମୀ କେରଳ ଛୁଇଁବା ପୂର୍ବରୁ ସେଠାରେ ଲଗାତର ଦୁଇ ଦିନ ୬୦ ପ୍ରତିଶତ ଷ୍ଟେସନରେ ୨.୫ କିମ୍ବା ଅଧିକ ମିଲିମିଟର ବର୍ଷା ରେକର୍ଡ କରାଯାଇଥାଏ। ଏହାସହିତ କେରଳର ଆଖପାଖ ଅଞ୍ଚଳରେ ପଶ୍ଚିମା ବାୟୁ ଘଣ୍ଟାପ୍ରତି ୧୭-୩୭ କିମି ବେଗରେ ବହିଥାଏ। ଏହି ମାନଦଣ୍ଡଗୁଡ଼ିକ ପୂରଣ ହେଲେ ମୌସୁମୀ କେରଳ ଛୁଇଁଲା ବୋଲି ଆଇଏମ୍‍ଡି ଘୋଷଣା କରିଥାଏ। ଏହି କ୍ରମରେ ଓଡ଼ିଶାରେ ଚଳିତ ବର୍ଷ ଜୁନ୍‍ ୧୦ ପୂର୍ବରୁ ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଉଥିଲା। ମାତ୍ର ବର୍ତ୍ତମାନର ଅନୁକୂଳ ପରିସ୍ଥିତି ନ ଥିବାରୁ ମୌସୁମୀ ଆଗମନକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର୍‍କେ ଜେନାମଣିଙ୍କ କହିବା ଅନୁଯାୟୀ ୨୭ ତାରିଖ ମୌସୁମୀ କେରଳ ଛୁଇଁବ ନାହିିଁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଡେଲ୍‍ ଜନିତ ତ୍ରୁଟି ଭାବେ ୨୭ ତାରିଖରୁ ୪ ଦିନ ଆଗୁଆ କିମ୍ବା ୪ ଦିନ ପଛୁଆ ମୌସୁମୀ ଛୁଇଁବ ବୋଲି ଆକଳନ କରାଯାଇଥିଲା। ଯାହାକି ସ୍ଥିତି ଦେଖି ଖୁବଶୀଘ୍ର ଆଗାମୀ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ସେହିପରି ଗୁରୁବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ମୌସୁମୀ ବର୍ଷା ସମ୍ପର୍କରେ ଅନୁକୂଳ ରିପୋର୍ଟ ଦିଆଯାଇନାହିଁ। ଏଥିରେ ଜୁନ୍‍ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଓଡ଼ିଶାରେ ବିଶେଷ ବର୍ଷା ହେବ ନାହିଁ ବୋଲି ଆକଳନ କରାଯାଇଛି। ଯାହାକି ମୌସୁମୀ ନ ଛୁଇଁବା ଓ କାଳବୈଶାଖୀର ଅଭାବକୁ ଦର୍ଶାଉଛି। ପାଣିପାଗ ବିଶେଷଜ୍ଞ ପ୍ର୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ ରାଜ୍ୟରେ ଜୁନ୍‍ ୧୦ ପୂର୍ବରୁ ମୌସୁମୀ ବର୍ଷାର ସମ୍ଭାବନା କମ୍‍ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମେ’ ୩୧ ପର୍ଯ୍ୟନ୍ତ କାଳ ବୈଶାଖୀ ବର୍ଷା ହେବ। ମାତ୍ର ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ଏମିତି କି ଜୁନ୍‍ ୩ ବା ୪ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ବା ଅଧିକ ରହିପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି। ତାପମାତ୍ରା ସହିତ ଗୁଳୁଗୁଳି ମଧ୍ୟ ବହୁ ଅଧିକ ରହିବ। କେରଳରେ ଗତ କିଛି ଦିନ ହେବ ସ୍ୱଳ୍ପ ବର୍ଷା ହେଉଛି। ଉପକୂଳର ସମୁଦ୍ର କଡ଼ କଡ଼େ ଅଧିକ ବର୍ଷା ହେଉଛି। ସ୍ଥଳଭାଗ ମଧ୍ୟକୁ ମୌସୁମୀ ଆସିପାରୁ ନ ଥିବା ବେଳେ ମେ ୩୧ କିମ୍ବା ଜୁନ୍‍ ୧ରେ ଉପକୂଳରେ କିଛି ବର୍ଷା ବଢ଼଼ିବ। ଏହା ପରେ ପୁଣି ବର୍ଷା କମିବା କାରଣରୁ ଜୁନ ପ୍ରଥମ ସପ୍ତାହରେ ଭାରି ମୌସୁମୀ ବର୍ଷାର ସମ୍ଭାବନା ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସେହିପରି ସୋଆ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ମେ ୨୯ ତାରିଖରୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪୪ ରୁ ୪୭ ଡିଗ୍ରୀ ସେଲ୍‌ଫସିୟସ୍‍ ପର୍ଯ୍ୟନ୍ତ ବଢ଼଼ିବାର ସମ୍ଭାବନା ରହିଛି। ଜୁନ ପ୍ରଥମ ସପ୍ତାହରେ ଗରମ ଏବଂ ଗୁଳୁଗୁଳିର ମାତ୍ରା ବଢ଼଼ିବା ସହ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ସୃଷ୍ଟି ହେବ। ବନର ଦିଗ ଅକସ୍ମାତ ବଦଳିବା ସହ ବାୟୁରେ ଆର୍ଦ୍ରତାର ପରିମାଣ ଠିକ୍‍ ମାତ୍ରାରେ ନଥିବାରୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ହ୍ରାସ ପାଇଛି। ମାତ୍ର ଅପର ଏୟାରଟ୍ରଫ୍‍ର ଉପସ୍ଥିତି ଯୋଗୁଁ ଶୁକ୍ରବାର କିଛି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ଅଛି ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନ ନେଇ କୌଣସି ସୂଚନା ନାହିଁ ତେଣୁ ଜୁନ୍‍ ୧୦ ତାରିଖ ପୂର୍ବରୁ ଓଡ଼ିଶାରେ ମୌସୁମୀର ପ୍ରବେଶ ନେଇ ଆକଳନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର