ପ୍ରଥମ ଓଡ଼ିଆ ଭାବେ ରାଫେଲ୍‌ ଫାଇଟର୍‌ ଜେଟ୍‌ ଉଡ଼ାଇଲେ ଏୟାର ମାର୍ଶାଲ ଡି.କେ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭାବେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇଛନ୍ତି ଦିଲ୍ଲୀପ କୁମାର ପଟ୍ଟନାୟକ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଥିବା ଦିଲ୍ଲୀପ କୁମାର ପଟ୍ଟନାୟକ ପଶ୍ଚିମବଙ୍ଗର ହାସିମାରା ଏୟାରବେସ୍‌ରୁ ରାଫେଲ ଉଡ଼ାଇଛନ୍ତି ‌। ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଚୀନ ଓ ପାକିସ୍ତାନର ମୁକାବିଲା ପାଇଁ ଭାରତର ମୁଖ୍ୟ ଅସ୍ତ୍ର ପାଲଟିଛି । ଭାରତ ୯.୪ ବିଲିୟନ ଡଲାର (ପ୍ରାୟ ୬୦,୦୦୦ କୋଟି)ରେ ୩୬ଟି ରାଫେଲ ଯୁଦ୍ଧ ବିମାନ […]

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭାବେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇଛନ୍ତି ଦିଲ୍ଲୀପ କୁମାର ପଟ୍ଟନାୟକ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଥିବା ଦିଲ୍ଲୀପ କୁମାର ପଟ୍ଟନାୟକ ପଶ୍ଚିମବଙ୍ଗର ହାସିମାରା ଏୟାରବେସ୍‌ରୁ ରାଫେଲ ଉଡ଼ାଇଛନ୍ତି ‌। ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଚୀନ ଓ ପାକିସ୍ତାନର ମୁକାବିଲା ପାଇଁ ଭାରତର ମୁଖ୍ୟ ଅସ୍ତ୍ର ପାଲଟିଛି । ଭାରତ ୯.୪ ବିଲିୟନ ଡଲାର (ପ୍ରାୟ ୬୦,୦୦୦ କୋଟି)ରେ ୩୬ଟି ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସ ଠାରୁ କିଣିଥିଲା । ଏହି ଯୁଦ୍ଧ ବିମାନ ସାମିଲ ହେବା ପରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ଗତବର୍ଷ ଅକ୍ଟୋବରରେ ସିଲଂରେ ନୂତନ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଭାବେ ନିଯୁକ୍ତ କରାଯାଇଥିଲା। ଏୟାର ମାର୍ଶାଲ ଡି.କେ ପଟ୍ଟନାୟକ ୧୯୯୯ ମସିହାରେ କାରିଗିଲ୍‌ ଯୁଦ୍ଧରେ ସେ ନିଜର ବୀରତ୍ୱ ପ୍ରଦର୍ଶନ କରିଥିଲେ । ତାଙ୍କର ସାହାସିକ କାର୍ଯ୍ୟ ପାଇଁ ଏ ବାୟୁସେନା ମେଡାଲ୍‌ ପ୍ରଦାନ କରାଯାଇଥିଲା । ୨୦୨୦ରେ ତାଙ୍କ ସାହସିକତା ଏବଂ ଉଲ୍ଲଖନୀୟ ସେବା ପାଇଁ ଅତି ବିଶିଷ୍ଟ ସେବା ମେଡାଲ୍‌ରେ ସମ୍ମାନିତ କରାଯାଇଥିଲା । ସେଣ୍ଟ୍ରାଲ୍‌ ଏୟାର କମାଣ୍ଡରେ ସେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ମିରାଜ୍‌ ୨୦୦୦, ମିଗ୍‌ ୨୧ ସହ ଅନେକ ଯୁଦ୍ଧ ବିମାନ ଚଳଇବାସେ ସେ ଦକ୍ଷତା ହାସଲ କରିଛନ୍ତି । ତାଙ୍କର ୨୫୦୦ ଘଣ୍ଟାର ଉଡାଣ ଭରିବାର ରେକର୍ଡ ରହିଛି । କାରଗିଲ୍‌ ଯୁଦ୍ଧରେ ସେ ରାତିରେ ପ୍ରଥମ ଥର ପାଇଁ ଟାଇଗର୍‌ ହିଲ୍‌ରେ ଥିବା ପାକିସ୍ତାନ ସୈନ୍ୟ ଶିବିର ଉପରେ ଲେଜର୍‌ ଗାଇଡେଡ୍‌ ମିସାଇଲ୍‌ ମାଡ କରିଥିଲେ ।ତାଙ୍କର ଅପୂର୍ବ ସାହସ ଯୋଗୁ କାର୍ଗିଲରେ ପାକ୍ ସେନା ଛତ୍ରଭଙ୍ଗ ଦେଇଥିଲେ । ଅପରେସନ୍ ରକ୍ଷକରେ ସେ ୨୭ଥର ନିଜ ଜୀବନକୁ ବାଜି ଲଗାଇ ମିଶନରେ ବାହାରିଥିଲେ । ଏନେଇ ତାଙ୍କୁ ୧୯୯୯ ମସିହାରେ ବାୟୁସେନା ସାହସିକତା ପଦକ ମିଳିଥିଲା।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ଅନ୍ୟପଟେ ବର୍ତ୍ତମାନ ଚାଇନା ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ଜଣାପଡିବା ପରେ ଶତ୍ରୁ ରାଷ୍ଟ୍ରକୁ ମୁହଁତୋଡ଼ ଜବାବ ଦେବାକୁ ଭାରତର ପୂର୍ବ କ୍ଷେତ୍ରରେ ଏକାଠି ହୋଇଛନ୍ତି ସେନାର ୪ ପ୍ରମୁଖ କମାଣ୍ଡ । ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡ, ଇଷ୍ଟର୍ଣ୍ଣ ନାଭି, ଇଷ୍ଟର୍ଣ୍ଣ ଏୟାର ଫୋର୍ସ ଏବଂ ପୋର୍ଟ ବ୍ଲାୟାର ଟ୍ରାଇ କମାଣ୍ଡ ମୁଖ୍ୟ ଏକାଠି ହୋଇଛନ୍ତି ।ଅରୁଣାଚଳ ପ୍ରଦେଶରୁ ଭାରତ ମହାସାଗର ପର୍ଯ୍ୟନ୍ତ ଚୀନ୍‌କୁ ଜବାବ ଦେବାକୁ ପ୍ରସ୍ତୁତିକୁ ଆହୁରି ମଜଭୁତ କରିବାକୁ ଭାରତୀୟ ପ୍ରତିରକ୍ଷା ବାହିନୀର ୪ ଜଣ ଅପରେସନ୍‌ କମାଣ୍ଡ ଏକତ୍ରିତ ହୋଇ ଆଲୋଚନା କରିଥିଲେ । ଲେଫ୍ଟନାଣ୍ଟ ଜେନେରାଲ୍‌ ଆରପି କାଲିଟା, ଭାଇସ ଆଡମିରାଲ ବି. ଦାସଗୁପ୍ତା, ଏୟାର ମାର୍ଶଲ ଡି.କେ ପଟ୍ଟନାୟକ ଏବଂ ଲେଫ୍ଟନାଣ୍ଟ ଜେନେରାଲ ଅଜାଇ ସିଂ ସିଂଲଙ୍ଗରେ ସାକ୍ଷାତ କରି ସମସ୍ତ ବାଧାବିଘ୍ନକୁ ଦୂର କରିବାର ଉପାୟ ବିଷୟରେ ଆଲୋଚନା କରିଥିଲେ ।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

24 May 2022 By The Sakala

ପ୍ରଥମ ଓଡ଼ିଆ ଭାବେ ରାଫେଲ୍‌ ଫାଇଟର୍‌ ଜେଟ୍‌ ଉଡ଼ାଇଲେ ଏୟାର ମାର୍ଶାଲ ଡି.କେ ପଟ୍ଟନାୟକ

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭାବେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇଛନ୍ତି ଦିଲ୍ଲୀପ କୁମାର ପଟ୍ଟନାୟକ । ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଥିବା ଦିଲ୍ଲୀପ କୁମାର ପଟ୍ଟନାୟକ ପଶ୍ଚିମବଙ୍ଗର ହାସିମାରା ଏୟାରବେସ୍‌ରୁ ରାଫେଲ ଉଡ଼ାଇଛନ୍ତି ‌। ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଚୀନ ଓ ପାକିସ୍ତାନର ମୁକାବିଲା ପାଇଁ ଭାରତର ମୁଖ୍ୟ ଅସ୍ତ୍ର ପାଲଟିଛି । ଭାରତ ୯.୪ ବିଲିୟନ ଡଲାର (ପ୍ରାୟ ୬୦,୦୦୦ କୋଟି)ରେ ୩୬ଟି ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସ ଠାରୁ କିଣିଥିଲା । ଏହି ଯୁଦ୍ଧ ବିମାନ ସାମିଲ ହେବା ପରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି ।

ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ଗତବର୍ଷ ଅକ୍ଟୋବରରେ ସିଲଂରେ ନୂତନ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଭାବେ ନିଯୁକ୍ତ କରାଯାଇଥିଲା। ଏୟାର ମାର୍ଶାଲ ଡି.କେ ପଟ୍ଟନାୟକ ୧୯୯୯ ମସିହାରେ କାରିଗିଲ୍‌ ଯୁଦ୍ଧରେ ସେ ନିଜର ବୀରତ୍ୱ ପ୍ରଦର୍ଶନ କରିଥିଲେ । ତାଙ୍କର ସାହାସିକ କାର୍ଯ୍ୟ ପାଇଁ ଏ ବାୟୁସେନା ମେଡାଲ୍‌ ପ୍ରଦାନ କରାଯାଇଥିଲା । ୨୦୨୦ରେ ତାଙ୍କ ସାହସିକତା ଏବଂ ଉଲ୍ଲଖନୀୟ ସେବା ପାଇଁ ଅତି ବିଶିଷ୍ଟ ସେବା ମେଡାଲ୍‌ରେ ସମ୍ମାନିତ କରାଯାଇଥିଲା । ସେଣ୍ଟ୍ରାଲ୍‌ ଏୟାର କମାଣ୍ଡରେ ସେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ମିରାଜ୍‌ ୨୦୦୦, ମିଗ୍‌ ୨୧ ସହ ଅନେକ ଯୁଦ୍ଧ ବିମାନ ଚଳଇବାସେ ସେ ଦକ୍ଷତା ହାସଲ କରିଛନ୍ତି । ତାଙ୍କର ୨୫୦୦ ଘଣ୍ଟାର ଉଡାଣ ଭରିବାର ରେକର୍ଡ ରହିଛି । କାରଗିଲ୍‌ ଯୁଦ୍ଧରେ ସେ ରାତିରେ ପ୍ରଥମ ଥର ପାଇଁ ଟାଇଗର୍‌ ହିଲ୍‌ରେ ଥିବା ପାକିସ୍ତାନ ସୈନ୍ୟ ଶିବିର ଉପରେ ଲେଜର୍‌ ଗାଇଡେଡ୍‌ ମିସାଇଲ୍‌ ମାଡ କରିଥିଲେ ।ତାଙ୍କର ଅପୂର୍ବ ସାହସ ଯୋଗୁ କାର୍ଗିଲରେ ପାକ୍ ସେନା ଛତ୍ରଭଙ୍ଗ ଦେଇଥିଲେ । ଅପରେସନ୍ ରକ୍ଷକରେ ସେ ୨୭ଥର ନିଜ ଜୀବନକୁ ବାଜି ଲଗାଇ ମିଶନରେ ବାହାରିଥିଲେ । ଏନେଇ ତାଙ୍କୁ ୧୯୯୯ ମସିହାରେ ବାୟୁସେନା ସାହସିକତା ପଦକ ମିଳିଥିଲା।

ଅନ୍ୟପଟେ ବର୍ତ୍ତମାନ ଚାଇନା ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ଜଣାପଡିବା ପରେ ଶତ୍ରୁ ରାଷ୍ଟ୍ରକୁ ମୁହଁତୋଡ଼ ଜବାବ ଦେବାକୁ ଭାରତର ପୂର୍ବ କ୍ଷେତ୍ରରେ ଏକାଠି ହୋଇଛନ୍ତି ସେନାର ୪ ପ୍ରମୁଖ କମାଣ୍ଡ । ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡ, ଇଷ୍ଟର୍ଣ୍ଣ ନାଭି, ଇଷ୍ଟର୍ଣ୍ଣ ଏୟାର ଫୋର୍ସ ଏବଂ ପୋର୍ଟ ବ୍ଲାୟାର ଟ୍ରାଇ କମାଣ୍ଡ ମୁଖ୍ୟ ଏକାଠି ହୋଇଛନ୍ତି ।ଅରୁଣାଚଳ ପ୍ରଦେଶରୁ ଭାରତ ମହାସାଗର ପର୍ଯ୍ୟନ୍ତ ଚୀନ୍‌କୁ ଜବାବ ଦେବାକୁ ପ୍ରସ୍ତୁତିକୁ ଆହୁରି ମଜଭୁତ କରିବାକୁ ଭାରତୀୟ ପ୍ରତିରକ୍ଷା ବାହିନୀର ୪ ଜଣ ଅପରେସନ୍‌ କମାଣ୍ଡ ଏକତ୍ରିତ ହୋଇ ଆଲୋଚନା କରିଥିଲେ । ଲେଫ୍ଟନାଣ୍ଟ ଜେନେରାଲ୍‌ ଆରପି କାଲିଟା, ଭାଇସ ଆଡମିରାଲ ବି. ଦାସଗୁପ୍ତା, ଏୟାର ମାର୍ଶଲ ଡି.କେ ପଟ୍ଟନାୟକ ଏବଂ ଲେଫ୍ଟନାଣ୍ଟ ଜେନେରାଲ ଅଜାଇ ସିଂ ସିଂଲଙ୍ଗରେ ସାକ୍ଷାତ କରି ସମସ୍ତ ବାଧାବିଘ୍ନକୁ ଦୂର କରିବାର ଉପାୟ ବିଷୟରେ ଆଲୋଚନା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର