ବହୁ ଚର୍ଚ୍ଚିତ ଦିପୁ ଏବଂ ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

The Sakala Picture
Published On

କଟକ: ବହୁ ଚର୍ଚ୍ଚିତ ଦିପୁ ଏବଂ ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । କଡା ସୁରକ୍ଷା ବଳୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର କରାଯାଇଛି । ଗତକାଲି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫରାନ୍ସ ଯୋଗୁଁ ଆଜି ମାମଲାର ଶୁଣାଣି ହେବ । ଆଜି ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟଗ୍ରହଣ […]

କଟକ: ବହୁ ଚର୍ଚ୍ଚିତ ଦିପୁ ଏବଂ ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । କଡା ସୁରକ୍ଷା ବଳୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର କରାଯାଇଛି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ଗତକାଲି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫରାନ୍ସ ଯୋଗୁଁ ଆଜି ମାମଲାର ଶୁଣାଣି ହେବ । ଆଜି ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟଗ୍ରହଣ କରାଯିବ ।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଖୁଣ୍ଟକଟା ଫାର୍ମ ହାଉସରେ ଦିପୁ ଏବଂ ଓମଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡ଼ଖଣ୍ଡରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଚାଉଳିଆଗଞ୍ଜ ଥାନା ଅଧିକାରୀ ଘଟଣାର ତଦନ୍ତ କରୁଥିଲେ । ଦିପୁ, ଓମ ହତ୍ୟା ଘଟଣାରେ ଏହା ଶେଷ ସାକ୍ଷ୍ୟଗ୍ରହଣ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର