ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଅସାନି’- JTWCର ପୂର୍ବାନୁମାନ

The Sakala Picture
Published On

ଭୁବନେଶ୍ୱର: ବାତ୍ୟା ‘ଅସାନି’ ସ୍ଥଳଭାଗ ଛୁଇଁପାରେ । ଏନେଇ ଆକଳନ କରିଛି ( JTWC) Joint Typhoon Warning Center। ଦ ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟରର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ଅସାନି’ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଗୁଡ଼ିବାଡ଼ାରୁ ବିଶାଖାପାଟ୍ଟଣମ୍ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି JTWC । ଅନ୍ୟପଟେ ଆଇଏମଡିର ଆକଳନ ଅନୁସାରେ, ଆଜି ସନ୍ଧ୍ୟାରେ ‘ଅସାନି’ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ । […]

ଭୁବନେଶ୍ୱର: ବାତ୍ୟା ‘ଅସାନି’ ସ୍ଥଳଭାଗ ଛୁଇଁପାରେ । ଏନେଇ ଆକଳନ କରିଛି ( JTWC) Joint Typhoon Warning Center। ଦ ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟରର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ଅସାନି’ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଗୁଡ଼ିବାଡ଼ାରୁ ବିଶାଖାପାଟ୍ଟଣମ୍ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି JTWC ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଅନ୍ୟପଟେ ଆଇଏମଡିର ଆକଳନ ଅନୁସାରେ, ଆଜି ସନ୍ଧ୍ୟାରେ ‘ଅସାନି’ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ । ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିଲୋମିଟର ଏବଂ ପୁରୀ ଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

ଏହା ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତରେ ପରିଣତ ହୋଇ ସାରିଥିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାତ୍ୟା ଅତିକ୍ରମ କରିବା ସମୟରେ ଗୋପାଳପୁର ଠାରୁ ୭୮ କିମି ଏବଂ ପୁରୀ ଠାରୁ ୧୫୩ କିମି ଦୂରରେ ରହିବ । ‘ଅସାନି’ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ୭ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା

10 May 2022 By The Sakala

ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଅସାନି’- JTWCର ପୂର୍ବାନୁମାନ

ଭୁବନେଶ୍ୱର: ବାତ୍ୟା ‘ଅସାନି’ ସ୍ଥଳଭାଗ ଛୁଇଁପାରେ । ଏନେଇ ଆକଳନ କରିଛି ( JTWC) Joint Typhoon Warning Center। ଦ ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟରର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ଅସାନି’ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଗୁଡ଼ିବାଡ଼ାରୁ ବିଶାଖାପାଟ୍ଟଣମ୍ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି JTWC ।

ଅନ୍ୟପଟେ ଆଇଏମଡିର ଆକଳନ ଅନୁସାରେ, ଆଜି ସନ୍ଧ୍ୟାରେ ‘ଅସାନି’ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ । ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୪୯୦ କିଲୋମିଟର ଏବଂ ପୁରୀ ଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୫୭୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ।

ଏହା ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳ ହେବା ବେଳକୁ ବାତ୍ୟା ଗଭୀର ଅବପାତ କିମ୍ବା ଅବପାତରେ ପରିଣତ ହୋଇ ସାରିଥିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବାତ୍ୟା ଅତିକ୍ରମ କରିବା ସମୟରେ ଗୋପାଳପୁର ଠାରୁ ୭୮ କିମି ଏବଂ ପୁରୀ ଠାରୁ ୧୫୩ କିମି ଦୂରରେ ରହିବ । ‘ଅସାନି’ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ୭ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର