ଓଡ଼ିଶା ଉପକୂଳ ଛୁଇଁ ନପାରେ ବାତ୍ୟା, ତଥାପି ସରକାର ପ୍ରସ୍ତୁତ : ଏସଆରସି

The Sakala Picture
Published On

ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ପାଣିପାଗ ବିଭାଗ ଯାହା ସୂଚନା ଦେଇଛି ସେଥିରୁ ଏହା ସ୍ପଷ୍ଟ ଓଡ଼ିଶା ପ୍ରତି ବାତ୍ୟାରେ ଭୟ ନାହିଁ। ୧୦ ତାରିଖରେ ବାତ୍ୟା ରାଜ୍ୟଠୁ ୧୫୦/୨୦୦ କିମି ଦୂରରେ ଥିବ। ବାତ୍ୟା ପ୍ରଭାବରେ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ତଥାପି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ୧୦ ତାରିଖରେ ବିଶେଷ […]

ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ପାଣିପାଗ ବିଭାଗ ଯାହା ସୂଚନା ଦେଇଛି ସେଥିରୁ ଏହା ସ୍ପଷ୍ଟ ଓଡ଼ିଶା ପ୍ରତି ବାତ୍ୟାରେ ଭୟ ନାହିଁ। ୧୦ ତାରିଖରେ ବାତ୍ୟା ରାଜ୍ୟଠୁ ୧୫୦/୨୦୦ କିମି ଦୂରରେ ଥିବ। ବାତ୍ୟା ପ୍ରଭାବରେ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ତଥାପି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ୧୦ ତାରିଖରେ ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ ୫ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି। ସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଥିବା କହିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଭାରତୀୟ ପାଣିପାଗ ବିଭାଗ( ଆଇଏମଡି) ଓ ଆମେରିକୀ ନୌସେନାରର ଜଏଂଟ୍ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (ଜେଟିଡବ୍ଲ୍ୟୁସି)ର ଆକଳନ ଅନୁସାରେ ଏହି ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବରଂ ଓଡ଼ିଶାଠୁ ୧୫୦-୨୦୦କିମି ଦୂରରେ ସମୁଦ୍ର ମଧ୍ୟରେ ସମାନ୍ତରାଳରେ ଉତ୍ତର ବଙ୍ଗୋପସାଗର ଆଡ଼େ ମୁହାଁଇବ ବୋଲି ଶ୍ରୀ ଜେନା କହିଛନ୍ତି ।ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବୋଲି ଉଭୟ ଆଇଏମଡି ଓ ଆମେରିକାର ଜେଟିଡବ୍ଲ୍ୟୁସିର ଆକଳନରୁ ଜଣାପଡ଼ିଛି । ୮ ତାରିଖ ସୁଦ୍ଧା ଏହି ଅବପାତ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବ ଓ ଏହା କ୍ରମଶଃ ଉପକୂଳ ଆଡ଼େ ମୁହାଁଇବ । ଏହି ଅବପାତ ଏବେ ପୁରୀଠାରୁ ଦକ୍ଷିଣ ପଶ୍ଚିମରେ ୧୨୫୦କିମି ଦୂରରେ ରହିଛି । ଏହି ବାତ୍ୟା ଓଡ଼ିଶା ଉପକୂଳ ନଛୁଇଁ ୧୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଉପକୂଳରୁ ପ୍ରାୟ ୧୫୦-୨୦୦କିମି ଦୂରରୁ ଉତ୍ତର-ପଶ୍ଚିମରେ ଦିଗ ବଦଳାଇ ଉତ୍ତର ବଙ୍ଗୋପସାଗର ଆଡ଼େ ମୁହାଁଇବ । ତେଣୁ ୧୧ ଓ ୧୨ତାରିଖରେ ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ଜଣାପଡ଼ିବ । ତେବେ ଏପର୍ୟ୍ୟନ୍ତ ଯାହା ସବୁ ପାଣିପାଗ ମଡେଲ ରହିଛି, ସେଥିରେ ଓଡ଼ିଶା ପ୍ରତି ବାତ୍ୟା ବିପଦ ନଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଏସଆରସିଙ୍କ ଅନୁଯାୟୀ, ବର୍ଷା ଯୋଗୁଁ କିଛି ଅଞ୍ଚଳରେ ଚାଷ କାମ ପ୍ରଭାବିତ ହୋଇପାରେ। ୧୮ ଜିଲ୍ଲାରେ ୮୬୨ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି। ୬ ହଜାର ୯୬୧ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। ଉଭୟରେ ୭.୫ ଲୋକଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ରହିଛି। ସମୁଦ୍ର ଅଶାନ୍ତ ରହିବ, ୮ ସକାଳ ପରଠୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସବୁ ସାମୁଦ୍ରିକ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଏବେ ମତ୍ସ୍ୟଜୀବୀ ଉପକୂଳକୁ ଫେରୁଛନ୍ତି। ବାତ୍ୟା ଟଳିବା ନେଇ ଆମେ ଆଶ୍ଵସ୍ତ ଅଛୁ ଏବଂ ପ୍ରସ୍ତୁତ ଥିବା କହିଛନ୍ତି ଏସଆରସି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ସେପେଟ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଏଣୁ  ମତ୍ସ୍ୟଜୀବୀ ମାନଙ୍କୁ ୮ ତାରିଖ ଠାରୁ ମାଛ ଧରିବାକୁ ଗଭୀର ସମୁଦ୍ର ମଝିକୁ ନଯିବା ପାଇଁ ବାରଣ କରିବା ସହ ଯେଉଁ ମତ୍ସ୍ୟଜୀବୀ ମାନେ ମାଛ ଧରିବାକୁ ସମୁଦ୍ର ମଝିକୁ ଯାଇଛନ୍ତି ୮ ତାରିଖ ଶୁଦ୍ଧା ଫେରି ଆସିବାକୁ ସତର୍କ କରିଦେଇଛନ୍ତି ଏସଆରସି।କେତେ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଛନ୍ତି ଓ ୮ ତାରିଖ ଦିନ ସୁଦ୍ଧା। କେତେଜଣ ଫେରିଛନ୍ତି ସେ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଛନ୍ତି ।

ବାତ୍ୟାକୁ ଦୃଷ୍ଟିରେ ରଖ୍ ବିଭାଗ ତରଫରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ଜିଲ୍ଲା ସ୍ତରରେ ଅଫିସର ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ବୟ ରଖିବାକୁ ମଧ୍ୟ ଜଣାଇଛନ୍ତି। ଏହା ସହ ଜିଲ୍ଲା ସ୍ତରରେ ମତ୍ସ୍ୟଜୀବୀ ମାନଙ୍କୁ ନିୟମିତ ଭାବେ ସତର୍କ ସୂଚନା ଜାରୀ କରିବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ପାରମ୍ପରିକ ମତ୍ସ୍ୟଜୀବୀ ମାନେ ଉଚ୍ଚ ଜୁଆର ସୃଷ୍ଟିର ଆଶଙ୍କା ଥିବାରୁ ସେମାନଙ୍କର ଡଙ୍ଗା ଗୁଡିକୁ ନିରାପଦ ସ୍ଥାନରେ ରଖିବା ପାଇଁ ସତର୍କ କରି ଦିଆଯାଇଛି ।ଇଣ୍ଡିଆନ ନେଭି, କୋଷ୍ଟ ଗାର୍ଡ କମାଣ୍ଡର ଙ୍କୁ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନଙ୍କୁ ୮ ତାରିଖ ପୂର୍ବରୁ ନିରାପଦ ଭାବେ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ୮ ତାରିଖ ସୁଦ୍ଧା ସମୁଦ୍ରରେ ଜାହାଜ ଓ ମାଛ ଧରା ବୋଟ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ମାନବ ସମ୍ବଳ ଓ ଆବଶ୍ୟକ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି ।

ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ କୃଷକମାନଙ୍କୁ ନିୟମିତ ଭାବେ ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଜାରି ରଖିବେ । ଯାହାଫଳରେ କି କୃଷକମାନେ, ପନିପରିବା/ ଉଦ୍ୟାନ କୃଷି, ଧାନ ଓ ଅମଳ ହୋଇଥିବା ଫସଲ ଓ ମଣ୍ଡିରେ ଗଛିତଥିବା ଧାନ ସବୁକୁ ସୁରକ୍ଷିତ ରଖପାରିବେ ।ଜିଲ୍ଲାସ୍ତରରେ କୃଷି ଭିରିକ ନିର୍ଦ୍ଦେଶାବଳୀ ଓ ଏହାର ସୁରକ୍ଷା ଦିଗରେ ନିୟମିତ ଭାବେ କୃଷି ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ କୃଷକମାନଙ୍କୁ ସଚେତନ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ।

ଭିନ୍ନକ୍ଷମ, ବାଳା ଓ ବୃଦ୍ଧାଶ୍ରମରେ ରହୁଥିବା ବ୍ୟକ୍ତିମାନଙ୍କର ଏକ ତାଲିକା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯିବ ଯଦି ସେଭଳି କୌଣସି ସମସ୍ୟା ଉପୁଯେ ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିରାପଦ ଭାବେ ସ୍ଥାନାନ୍ତରିତ କରାଯିବା ସହ ସେମାନଙ୍କ ପାଇଁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟ ସ୍ଥଳିରେ ରଖାଯିବା ସହ ଖାଦ୍ୟପେୟ ଓ ପାନୀୟ ଜଳ ସୁବନ୍ଦୋବସ୍ତ କରାଯିବ ।

ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ୧୮ ଟି ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନାଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ ର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇ ସ୍ବତନ୍ତ୍ର ରିଲିଫ କମିଶନର କ୍ଷତିଗ୍ରସ୍ତ ଘର ଗୁଡିକୁ ଜିଓ ଟ୍ୟାଗ୍ କରିବା ସହ ଚାଷର କ୍ଷୟକ୍ଷତି ସମ୍ପର୍କିତ ସମସ୍ତ ଫଟୋ ଓ ତଥ୍ୟା କେସ୍‌ ରେକର୍ଡ ଗୁଡିକୁ ନଥ୍ ଭୁକ୍ତ କରିବା ଉଚିତ୍, ସହାୟତା ପାଇବାକୁ ଥିବା ହିତାଧିକାରୀ ମାନଙ୍କର କ୍ଷତିଗ୍ରସ୍ତ ଘର ଗୁଡିକର ଫଟୋ ଗ୍ରାଫିକ ପ୍ରମାଣ ବାଧ୍ୟତାମୂଳରକ ବୋଲି ଦର୍ଶାଇଛନ୍ତି ।ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ କିଛି ଗୃହ ଯୋଗାଇ ଦିଆଯାଇଅଛି । ଏହାର ଏକ ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ଯଦି କୌଣସି ଗୃହ ବାତ୍ୟା ହାରା କ୍ଷତିଗ୍ରସ୍ତ ହୁଏ ଏହାକୁ ଚିହ୍ନଟ କରିବାରେ ଏହି ତାଲିକା ସହାୟତା କରିବ ।

07 May 2022 By The Sakala

https://www.thesakala.in/latest-odisha-news/cyclone-may-not-touch-the-odisha-coast-yet-the-government-is-ready-src/article-11376
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର