ବ୍ରଜରାଜନଗର ଉପନିର୍ବାଚନ: ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ଘରେ ବସି କରିପାରିବେ ମତଦାନ

The Sakala Picture
Published On

ଭୁବନେଶ୍ୱର: ମେ’ ୩୧ରେ ଅନୁଷ୍ଠିତ ହେବ ବ୍ରଜରାଜନଗର ଉପନିର୍ବାଚନ । ଜୁନ ୩ ରେ ଭୋଟ୍ ଗଣତି ହେବ । ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ମେ ୧୧ ପର୍ଯ୍ଯନ୍ତ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ମେ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ ୧୨ । ଜୁନ ୫ ମଧ୍ୟରେ ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । […]

ଭୁବନେଶ୍ୱର: ମେ’ ୩୧ରେ ଅନୁଷ୍ଠିତ ହେବ ବ୍ରଜରାଜନଗର ଉପନିର୍ବାଚନ । ଜୁନ ୩ ରେ ଭୋଟ୍ ଗଣତି ହେବ । ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ମେ ୧୧ ପର୍ଯ୍ଯନ୍ତ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ମେ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ ୧୨ । ଜୁନ ୫ ମଧ୍ୟରେ ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ନିର୍ବାଚନ ନେଇ ଆଚରଣବିଧି ଲାଗୁ ହୋଇଥିବା କହିଛନ୍ତି ସିଇଓ ସୁଶୀଲ କୁମାର ଲୋହାନି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଆଜି ସୁଦ୍ଧା ୨ ଲକ୍ଷ ୧୪ ହଜାର ୭୪୫ ଭୋଟର ରହିଛନ୍ତି । ସେମାନଙ୍କ ୨୭୯ଟି ବୁଥରେ ମତଦାନ ବ୍ୟବସ୍ଥା କରାଯିବ । ସେହିଭଳି ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଘରେ ବସି ସେମାନେ ମତଦାନ କରିପାରିବେ ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ଅନ୍ୟପଟେ ପ୍ରାର୍ଥୀ ଅପରାଧ ରେକର୍ଡ ନେଇ ପ୍ରଶାସନକୁ ସତ୍ୟପାଠ ଦେବ। ଭୋଟରଙ୍କ ସୂଚନା ନିମନ୍ତେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦିଆଯିବ । କୋଭିଡ୍ ନିୟମ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ସିଇଓ ସୁଶୀଲ କୁମାର ଲୋହାନି । ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ପ୍ରଥମ ଦିନରେ ସିପିଆଇ ଦଳ ପକ୍ଷରୁ ରମେଶ ତ୍ରିପାଠୀ ପ୍ରାର୍ଥିପତ୍ର କିଣିଛନ୍ତି । ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡ଼ିଥିବା ବେଳେ ଉପନିର୍ବାଚନ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା ।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲଙ୍କ କଡ଼ା ଆଭିମୁଖ୍ୟ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି

04 May 2022 By The Sakala

ବ୍ରଜରାଜନଗର ଉପନିର୍ବାଚନ: ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ଘରେ ବସି କରିପାରିବେ ମତଦାନ

ଭୁବନେଶ୍ୱର: ମେ’ ୩୧ରେ ଅନୁଷ୍ଠିତ ହେବ ବ୍ରଜରାଜନଗର ଉପନିର୍ବାଚନ । ଜୁନ ୩ ରେ ଭୋଟ୍ ଗଣତି ହେବ । ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ମେ ୧୧ ପର୍ଯ୍ଯନ୍ତ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ମେ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ମେ ୧୨ । ଜୁନ ୫ ମଧ୍ୟରେ ଉପନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ନିର୍ବାଚନ ନେଇ ଆଚରଣବିଧି ଲାଗୁ ହୋଇଥିବା କହିଛନ୍ତି ସିଇଓ ସୁଶୀଲ କୁମାର ଲୋହାନି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଆଜି ସୁଦ୍ଧା ୨ ଲକ୍ଷ ୧୪ ହଜାର ୭୪୫ ଭୋଟର ରହିଛନ୍ତି । ସେମାନଙ୍କ ୨୭୯ଟି ବୁଥରେ ମତଦାନ ବ୍ୟବସ୍ଥା କରାଯିବ । ସେହିଭଳି ପ୍ରାପ୍ତ ବୟସ୍କ ଓ ଭିନ୍ନକ୍ଷମ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଘରେ ବସି ସେମାନେ ମତଦାନ କରିପାରିବେ ।

ଅନ୍ୟପଟେ ପ୍ରାର୍ଥୀ ଅପରାଧ ରେକର୍ଡ ନେଇ ପ୍ରଶାସନକୁ ସତ୍ୟପାଠ ଦେବ। ଭୋଟରଙ୍କ ସୂଚନା ନିମନ୍ତେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦିଆଯିବ । କୋଭିଡ୍ ନିୟମ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ସିଇଓ ସୁଶୀଲ କୁମାର ଲୋହାନି । ଆଜିଠୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ପ୍ରଥମ ଦିନରେ ସିପିଆଇ ଦଳ ପକ୍ଷରୁ ରମେଶ ତ୍ରିପାଠୀ ପ୍ରାର୍ଥିପତ୍ର କିଣିଛନ୍ତି । ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡ଼ିଥିବା ବେଳେ ଉପନିର୍ବାଚନ ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର