ବଢୁଛି ବାତ୍ୟା ଆଶଙ୍କା : ୫ରୁ ସମୁଦ୍ରରେ ଶକ୍ତି ଦେଖାଇବ ଲଘୁଚାପ

The Sakala Picture
Published On

ଭୁବନେଶ୍ୱର : ସମୟ ଗଡ଼଼ିବା ସହିତ ବାତ୍ୟା ଆଶଙ୍କା ବଢ଼଼ି ବଢି ଚାଲିଛି। ଆସନ୍ତା ୪ ତାରିଖରେ ଘୂର୍ଣ୍ଣିବଳୟ ହେବାକୁ ଥିବା ବେଳେ ୫ ତାରିଖରୁ ଏହାର ପ୍ରଭାବ ଆରମ୍ଭ ହୋଇଯିବ। ପ୍ରାଥମିକ ପର୍ଯ୍ୟାୟରେ ସମୁଦ୍ର ମଧ୍ୟରେ ଏହା ଶକ୍ତି ଦେଖାଇବ। ଶକ୍ତିଶାଳୀ ଲଘୁଚାପ ଯୋଗୁଁ ୫ ତାରିଖରୁ ସମୁଦ୍ର ମଧ୍ୟରେ ବର୍ଷା ପବନର ବେଗ ବୃଦ୍ଧି ପାଇବ। ପରେ ପରେ ଲଘୁଚାପ ବଳ ଗୋଟାଇ ଘନୀଭୂତ ହେବ ଓ ଆଗକୁ ବଢିବ ବୋଲି ଆଇଏମଡି ପକ୍ଷରୁ […]

ଭୁବନେଶ୍ୱର : ସମୟ ଗଡ଼଼ିବା ସହିତ ବାତ୍ୟା ଆଶଙ୍କା ବଢ଼଼ି ବଢି ଚାଲିଛି। ଆସନ୍ତା ୪ ତାରିଖରେ ଘୂର୍ଣ୍ଣିବଳୟ ହେବାକୁ ଥିବା ବେଳେ ୫ ତାରିଖରୁ ଏହାର ପ୍ରଭାବ ଆରମ୍ଭ ହୋଇଯିବ। ପ୍ରାଥମିକ ପର୍ଯ୍ୟାୟରେ ସମୁଦ୍ର ମଧ୍ୟରେ ଏହା ଶକ୍ତି ଦେଖାଇବ। ଶକ୍ତିଶାଳୀ ଲଘୁଚାପ ଯୋଗୁଁ ୫ ତାରିଖରୁ ସମୁଦ୍ର ମଧ୍ୟରେ ବର୍ଷା ପବନର ବେଗ ବୃଦ୍ଧି ପାଇବ। ପରେ ପରେ ଲଘୁଚାପ ବଳ ଗୋଟାଇ ଘନୀଭୂତ ହେବ ଓ ଆଗକୁ ବଢିବ ବୋଲି ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ୬ ତାରିଖ ବେଳକୁ ସମାନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହେବ। ଏଥିଯୋଗୁଁ ଆସନ୍ତା ୫ ତାରିଖରୁ ସମୁଦ୍ରରେ ସ୍ଥିତି ବଦଳି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ମେ ମାସରେ କେତେକ ବାତ୍ୟା ବେଶ ଭୟଙ୍କର ରୂପରେ ଉପକୂଳରେ ମାଡ ହୋଇଛି । ପାଣିପାଗ ବିଭାଗର ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ଆକଳନ କରୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବିଭାଗୀୟ ମଡେଲ୍ ମୁତାବକ ଏବେ ଆଉ ଲଘୁଚାପ ନେଇ ସନ୍ଦେହ ନାହିଁ। ହେଲେ ଲଘୁଚାପ ପରେ ଏହା କେତେ ଘନୀଭୂତ ହେବ, କେଉଁ ରୂପ ନେବ, ବାତ୍ୟା ହେଲେ ତାର ପ୍ରଭାବ କଣ ରହିବ ଏବଂ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେଥିପାଇଁ ଆଉ ୩ରୁ ୪ ଦିନ ଅପେକ୍ଷା କରିବାକୁ ପଡ଼ିବ। ତେବେ ବାତ୍ୟା ପାଇଁ ଅନୁକୂଳ ବାତାବରଣ ଥିବାରୁ ବିଭିନ୍ନ ମଡେଲ୍ ଅନୁସାରେ ବାତ୍ୟା ସମ୍ଭାବନା ରହୁଥିବା କହିଛନ୍ତି ଆଇଏମଡି ବୈଜ୍ଞାନିକ ଆର.କେ. ଜେନାମଣି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଏହି ବାତ୍ୟା ସେତେ ତୀବ୍ର ନହେଲେ ବି ଅଧିକ ଘନୀଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଘନିଭୂତ ହେବା ପାଇଁ ପାଗ ବେଶ ଅନୁକୂଳ ରହିଛି । ସବୁଠାରୁ ବଡ କଥା ହେଉଛି ପାଣିପାଗ ସଂସ୍ଥା ଗୁଡିକ ପୂର୍ବାନୁମାନ କରୁଛନ୍ତି ଲଘୁଚାପ ସୃଷ୍ଟି ହେବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । କିନ୍ତୁ ଏହାର ଆକାର କେମିତି ରହିବ ଓ ଗତିପଥ କେମିତି ରହିବ, ତା ଉପରେ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ତେବେ ମେ ମାସରେ ବାତ୍ୟା ଅନେକ ସମୟରେ ଚିନ୍ତାର କାରଣ ପାଲଟିଯାଏ । କାରଣ ଅତ୍ୟଧିକ ତାପମାତ୍ରା ପାଇଁ ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି ହୁଏ ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୋଲିସର ଟ୍ରାଫିକ ଆଡଭାଇଜରି ଜାରି, ଜାଣନ୍ତୁ କେଉଁଠି ରହିବ ଗାଡ଼ି...

ଅନ୍ୟପଟେ ୯ରୁ ୧୦ ତାରିଖ ଭିତରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ନେଇ ଇନ୍କୋ ଇସ୍ ଓ ଓ୍ୱିଣ୍ଡି ଭଳି କିଛି ମଡେଲ୍ ଆକଳନ କରିଛି। ଯାହା ଲୋକଙ୍କ ମନରେ ବାତ୍ୟାର ଭୟ ସଞ୍ଚାର କରିଛି। ଇନ୍କୋଇସ୍ ମଡେଲ୍ ଆସନ୍ତା ୯ ତାରିଖ ବେଳକୁ ବାତ୍ୟା ଉତ୍ତର ବାଲେଶ୍ୱରରେ ଲ୍ୟାଣ୍ଡ ଫଲ୍ କରିବାର ସମ୍ଭାବନାକୁ ଦର୍ଶାଉଛି। ଯେତେବେଳେ କି ଓ୍ୱିଣ୍ଡି ମଡେଲ୍ କହୁଛି ୧୦ ତାରିଖ ବେଳକୁ ପାରାଦୀପରୁ ଧାମରା ଭିତରେ ବାତ୍ୟା ଲ୍ୟାଣ୍ଡଫଲ୍ କରିପାରେ। ତେବେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା କଥା ବର୍ତ୍ତମାନ ଯେଉଁ ମଡେଲ୍ ଦେଖାଉଛି ସେ ଅନୁଯାୟୀ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିପାରେ। ଆଗକୁ ଏଥିରେ ପରିବର୍ତ୍ତନ ବି ହୋଇପାରେ। ତେଣୁ ସେଥିପାଇଁ ୫ କିମ୍ବା ୬ ତାରିଖ ବେଳକୁ ହିଁ ଚିତ୍ର ସ୍ପଷ୍ଟ ହେବ।

03 May 2022 By The Sakala

ବଢୁଛି ବାତ୍ୟା ଆଶଙ୍କା : ୫ରୁ ସମୁଦ୍ରରେ ଶକ୍ତି ଦେଖାଇବ ଲଘୁଚାପ

ଭୁବନେଶ୍ୱର : ସମୟ ଗଡ଼଼ିବା ସହିତ ବାତ୍ୟା ଆଶଙ୍କା ବଢ଼଼ି ବଢି ଚାଲିଛି। ଆସନ୍ତା ୪ ତାରିଖରେ ଘୂର୍ଣ୍ଣିବଳୟ ହେବାକୁ ଥିବା ବେଳେ ୫ ତାରିଖରୁ ଏହାର ପ୍ରଭାବ ଆରମ୍ଭ ହୋଇଯିବ। ପ୍ରାଥମିକ ପର୍ଯ୍ୟାୟରେ ସମୁଦ୍ର ମଧ୍ୟରେ ଏହା ଶକ୍ତି ଦେଖାଇବ। ଶକ୍ତିଶାଳୀ ଲଘୁଚାପ ଯୋଗୁଁ ୫ ତାରିଖରୁ ସମୁଦ୍ର ମଧ୍ୟରେ ବର୍ଷା ପବନର ବେଗ ବୃଦ୍ଧି ପାଇବ। ପରେ ପରେ ଲଘୁଚାପ ବଳ ଗୋଟାଇ ଘନୀଭୂତ ହେବ ଓ ଆଗକୁ ବଢିବ ବୋଲି ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ୬ ତାରିଖ ବେଳକୁ ସମାନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଅଧିକ ଘନୀଭୂତ ହେବ। ଏଥିଯୋଗୁଁ ଆସନ୍ତା ୫ ତାରିଖରୁ ସମୁଦ୍ରରେ ସ୍ଥିତି ବଦଳି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ।

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ମେ ମାସରେ କେତେକ ବାତ୍ୟା ବେଶ ଭୟଙ୍କର ରୂପରେ ଉପକୂଳରେ ମାଡ ହୋଇଛି । ପାଣିପାଗ ବିଭାଗର ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ଆକଳନ କରୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବିଭାଗୀୟ ମଡେଲ୍ ମୁତାବକ ଏବେ ଆଉ ଲଘୁଚାପ ନେଇ ସନ୍ଦେହ ନାହିଁ। ହେଲେ ଲଘୁଚାପ ପରେ ଏହା କେତେ ଘନୀଭୂତ ହେବ, କେଉଁ ରୂପ ନେବ, ବାତ୍ୟା ହେଲେ ତାର ପ୍ରଭାବ କଣ ରହିବ ଏବଂ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେଥିପାଇଁ ଆଉ ୩ରୁ ୪ ଦିନ ଅପେକ୍ଷା କରିବାକୁ ପଡ଼ିବ। ତେବେ ବାତ୍ୟା ପାଇଁ ଅନୁକୂଳ ବାତାବରଣ ଥିବାରୁ ବିଭିନ୍ନ ମଡେଲ୍ ଅନୁସାରେ ବାତ୍ୟା ସମ୍ଭାବନା ରହୁଥିବା କହିଛନ୍ତି ଆଇଏମଡି ବୈଜ୍ଞାନିକ ଆର.କେ. ଜେନାମଣି।

ଏହି ବାତ୍ୟା ସେତେ ତୀବ୍ର ନହେଲେ ବି ଅଧିକ ଘନୀଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଘନିଭୂତ ହେବା ପାଇଁ ପାଗ ବେଶ ଅନୁକୂଳ ରହିଛି । ସବୁଠାରୁ ବଡ କଥା ହେଉଛି ପାଣିପାଗ ସଂସ୍ଥା ଗୁଡିକ ପୂର୍ବାନୁମାନ କରୁଛନ୍ତି ଲଘୁଚାପ ସୃଷ୍ଟି ହେବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । କିନ୍ତୁ ଏହାର ଆକାର କେମିତି ରହିବ ଓ ଗତିପଥ କେମିତି ରହିବ, ତା ଉପରେ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ତେବେ ମେ ମାସରେ ବାତ୍ୟା ଅନେକ ସମୟରେ ଚିନ୍ତାର କାରଣ ପାଲଟିଯାଏ । କାରଣ ଅତ୍ୟଧିକ ତାପମାତ୍ରା ପାଇଁ ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି ହୁଏ ।

ଅନ୍ୟପଟେ ୯ରୁ ୧୦ ତାରିଖ ଭିତରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ନେଇ ଇନ୍କୋ ଇସ୍ ଓ ଓ୍ୱିଣ୍ଡି ଭଳି କିଛି ମଡେଲ୍ ଆକଳନ କରିଛି। ଯାହା ଲୋକଙ୍କ ମନରେ ବାତ୍ୟାର ଭୟ ସଞ୍ଚାର କରିଛି। ଇନ୍କୋଇସ୍ ମଡେଲ୍ ଆସନ୍ତା ୯ ତାରିଖ ବେଳକୁ ବାତ୍ୟା ଉତ୍ତର ବାଲେଶ୍ୱରରେ ଲ୍ୟାଣ୍ଡ ଫଲ୍ କରିବାର ସମ୍ଭାବନାକୁ ଦର୍ଶାଉଛି। ଯେତେବେଳେ କି ଓ୍ୱିଣ୍ଡି ମଡେଲ୍ କହୁଛି ୧୦ ତାରିଖ ବେଳକୁ ପାରାଦୀପରୁ ଧାମରା ଭିତରେ ବାତ୍ୟା ଲ୍ୟାଣ୍ଡଫଲ୍ କରିପାରେ। ତେବେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା କଥା ବର୍ତ୍ତମାନ ଯେଉଁ ମଡେଲ୍ ଦେଖାଉଛି ସେ ଅନୁଯାୟୀ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିପାରେ। ଆଗକୁ ଏଥିରେ ପରିବର୍ତ୍ତନ ବି ହୋଇପାରେ। ତେଣୁ ସେଥିପାଇଁ ୫ କିମ୍ବା ୬ ତାରିଖ ବେଳକୁ ହିଁ ଚିତ୍ର ସ୍ପଷ୍ଟ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର