ବଦଳିଲେ କଟକ ଓ ଭୁବନେଶ୍ୱରର ଡିସିପି, ଅରୁଣ ବୋଥ୍ରା ହେଲେ କ୍ରାଇମବ୍ରାଞ୍ଚର ଏଡ଼ିଜି

The Sakala Picture
Published On

ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି। କଟକର ନୂଆ ଡିସିପି ପିନାକ ମିଶ୍ର ହୋଇଥିବା ବେଳେ ଭୁବନେଶ୍ୱର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂହ। ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗର ଡିଜି ଦାୟିତ୍ବ ମିଳିଛି। ଅରୁଣ ବୋଥ୍ରାଙ୍କୁ କ୍ରାଇମ ବ୍ରାଞ୍ଚର ଏଡ଼ିଜି ଦାୟିତ୍ବ ମିଳିଛି। ସେହିପରି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପଦୋନ୍ନତି ପାଇ କଟକ-ଭୁବନେଶ୍ୱରର ଅତିରିକ୍ତ ପୁଲିସ କମିଶନର ଭାବେ ଅବସ୍ଥାପିତ […]

ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଓ ଭୁବନେଶ୍ୱର ଡିସିପି ବଦଳିଛନ୍ତି। କଟକର ନୂଆ ଡିସିପି ପିନାକ ମିଶ୍ର ହୋଇଥିବା ବେଳେ ଭୁବନେଶ୍ୱର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂହ। ମନୋଜ କୁମାର ଛାବ୍ରାଙ୍କୁ ଜେଲ ବିଭାଗର ଡିଜି ଦାୟିତ୍ବ ମିଳିଛି। ଅରୁଣ ବୋଥ୍ରାଙ୍କୁ କ୍ରାଇମ ବ୍ରାଞ୍ଚର ଏଡ଼ିଜି ଦାୟିତ୍ବ ମିଳିଛି।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ସେହିପରି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପଦୋନ୍ନତି ପାଇ କଟକ-ଭୁବନେଶ୍ୱରର ଅତିରିକ୍ତ ପୁଲିସ କମିଶନର ଭାବେ ଅବସ୍ଥାପିତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ସିଦ୍ଧାର୍ଥ କାଟତିୟାଙ୍କୁ ଖୋର୍ଦ୍ଧା ଜିଲ୍ଲାର ଏସପି ଦାୟିତ୍ବ ମିଳିଛି। ସେହପରି ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ସଞ୍ଜୀବ ପଣ୍ଡାଙ୍କୁ ମିଳିଛି। ବ୍ରହ୍ମପୁର ଏସପି ଭାବେ ଡ. ଶର୍ବଣା କୁମାରଙ୍କୁ ଦାୟିତ୍ବ ମିଳିଛି। ଅଗ୍ନିଶମ ଡିଜି ହୋଇଛନ୍ତି ସନ୍ତୋଷ କୁମାର ଉପାଧ୍ଯାୟ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ନୟାଗଡ ଏସପି-ଅଲେଖ ପହୀ

ନବରଙ୍ଗପୁର ଏସପି- ଏସ ସୁଶ୍ରୀ

ବରଗଡ ଏସପି- ପରମାର ସ୍ମିତ ପରଷୋତ୍ତମଦାସ

ଝାରସୁଗୁଡା ଏସପି- ରାହୁଲ ଜୈନ

କଳାହାଣ୍ଡି ଏସପି -ଅଭିଳାଷ ଜୀ

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର