ଉଗ୍ର ରୂପ ନେଉଛି ଢେଙ୍କାନାଳ ଗୁଳିମାଡ ଘଟଣା: ଗୋଡାଇ ଗୋଡାଇ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ

The Sakala Picture
Published On

ଢେଙ୍କାନାଳ: ଉଗ୍ର ରୂପ ନେଉଛି ଢେଙ୍କାନାଳରେ ଘଟିଥିବା ପୋଖରୀ ଖୋଳାକୁ ନେଇ ଗୁଳିମାଡ ଘଟଣା । ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକ ନେଉଛନ୍ତି ପ୍ରତିଶୋଧ । ଗୋଡାଇ ଗୋଡାଇ ମୁଖ୍ୟ ଅଭିଯୁକ୍ତଙ୍କ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ସୂଚାନଯୋଗ୍ୟ, ଆଜି ସକାଳେ ପୂର୍ବ ଶତ୍ରୁତା ଓ ପୋଖରୀ ଖୋଳାକୁ ନେଇ ପ୍ରଥମେ […]

ଢେଙ୍କାନାଳ: ଉଗ୍ର ରୂପ ନେଉଛି ଢେଙ୍କାନାଳରେ ଘଟିଥିବା ପୋଖରୀ ଖୋଳାକୁ ନେଇ ଗୁଳିମାଡ ଘଟଣା । ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକ ନେଉଛନ୍ତି ପ୍ରତିଶୋଧ । ଗୋଡାଇ ଗୋଡାଇ ମୁଖ୍ୟ ଅଭିଯୁକ୍ତଙ୍କ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସୂଚାନଯୋଗ୍ୟ, ଆଜି ସକାଳେ ପୂର୍ବ ଶତ୍ରୁତା ଓ ପୋଖରୀ ଖୋଳାକୁ ନେଇ ପ୍ରଥମେ ଗୁଳିକାଣ୍ଡ ଘଟିଥିଲା । ଗୁଳିମାଡ଼ରେ ଦଳେଇ ନାୟକଙ୍କ ମୃତ୍ୟୁ ହୋଇଥିଲା। ଏକ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଦଳେଇ ନାୟକ ଘର ବାରଣ୍ଡାରେ ବସିଥିବା ସମୟରେ କିଛି ଦୁର୍ବୃତ୍ତ ପହଞ୍ଚି ଅତର୍କିତ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତାଙ୍କ ଛାତି ଓ ବାମ ପଟ ହାତରେ ଗୁଳି ବାଜିଥିଲା। ପରିବାର ଲୋକେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

17 Apr 2022 By The Sakala

ଉଗ୍ର ରୂପ ନେଉଛି ଢେଙ୍କାନାଳ ଗୁଳିମାଡ ଘଟଣା: ଗୋଡାଇ ଗୋଡାଇ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ

ଢେଙ୍କାନାଳ: ଉଗ୍ର ରୂପ ନେଉଛି ଢେଙ୍କାନାଳରେ ଘଟିଥିବା ପୋଖରୀ ଖୋଳାକୁ ନେଇ ଗୁଳିମାଡ ଘଟଣା । ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକ ନେଉଛନ୍ତି ପ୍ରତିଶୋଧ । ଗୋଡାଇ ଗୋଡାଇ ମୁଖ୍ୟ ଅଭିଯୁକ୍ତଙ୍କ ମାଆ ଓ ୩ ବର୍ଷର ପୁଅକୁ ହାଣିଲେ ମୃତକଙ୍କ ସମ୍ପର୍କୀୟ। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି।

ସୂଚାନଯୋଗ୍ୟ, ଆଜି ସକାଳେ ପୂର୍ବ ଶତ୍ରୁତା ଓ ପୋଖରୀ ଖୋଳାକୁ ନେଇ ପ୍ରଥମେ ଗୁଳିକାଣ୍ଡ ଘଟିଥିଲା । ଗୁଳିମାଡ଼ରେ ଦଳେଇ ନାୟକଙ୍କ ମୃତ୍ୟୁ ହୋଇଥିଲା। ଏକ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଦଳେଇ ନାୟକ ଘର ବାରଣ୍ଡାରେ ବସିଥିବା ସମୟରେ କିଛି ଦୁର୍ବୃତ୍ତ ପହଞ୍ଚି ଅତର୍କିତ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତାଙ୍କ ଛାତି ଓ ବାମ ପଟ ହାତରେ ଗୁଳି ବାଜିଥିଲା। ପରିବାର ଲୋକେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

https://www.thesakala.in/latest-odisha-news/dhenkanal-shooting-incident-is-intensifying-family-of-the-deceased-took-revenge/article-10833
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର