ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ବିଜେବି କଲେଜରେ ନାମଲେଖା; ୮ ଛାତ୍ରଛାତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

The Sakala Picture
Published On

ଭୁବନେଶ୍ବର: କେବଳ ଭଦ୍ରକ କଲେଜରେ ନୁହେଁ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ରାଜଧାନୀର ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ବିଜେବି କଲେଜ କର୍ତ୍ତୃପକ୍ଷ ଏ ନେଇ ଯାଞ୍ଚ୍ କରିଥିବା ବେଳେ ୮ ଜଣ ପିଲାଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ ଜାଲ୍ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବଡ଼ଗଡ଼ ଥାନାରେ କଲେଜର କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। […]

ଭୁବନେଶ୍ବର: କେବଳ ଭଦ୍ରକ କଲେଜରେ ନୁହେଁ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ରାଜଧାନୀର ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ବିଜେବି କଲେଜ କର୍ତ୍ତୃପକ୍ଷ ଏ ନେଇ ଯାଞ୍ଚ୍ କରିଥିବା ବେଳେ ୮ ଜଣ ପିଲାଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ ଜାଲ୍ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବଡ଼ଗଡ଼ ଥାନାରେ କଲେଜର କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ କଳା ବିଭାଗର ହୋଇଥିବା ବେଳେ ଅନ୍ୟ ୪ ବିଜ୍ଞାନ ବିଭାଗର ଅଟନ୍ତି।

ଆହୁରି ପଢ଼ନ୍ତୁ: ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବିଜେବି କଲେଜ କର୍ତ୍ତୃପକ୍ଷ ଏ ବାବଦରେ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରିଛନ୍ତି। ସେହିପରି ନକଲି ଦିବ୍ୟାଙ୍ଗ କାଗଜପତ୍ର ଦେଇ ନାମଲେଖାଇ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ କଟକର ରହିଛନ୍ତି। ତେଣୁ ଏହି ରାକେଟ୍ କଟକରୁ ଅପରେଟ୍ ହେଉଥିବା ଚର୍ଚ୍ଚା ହେଉଛି । ବଡ଼ଗଡ଼ ଥାନା ପୁଲିସ ତଦନ୍ତ କରିବା ପରେ ବଡ଼ଧରଣର ରାକେଟ୍ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର