ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ବିଜେବି କଲେଜରେ ନାମଲେଖା; ୮ ଛାତ୍ରଛାତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

The Sakala Picture
Published On

ଭୁବନେଶ୍ବର: କେବଳ ଭଦ୍ରକ କଲେଜରେ ନୁହେଁ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ରାଜଧାନୀର ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ବିଜେବି କଲେଜ କର୍ତ୍ତୃପକ୍ଷ ଏ ନେଇ ଯାଞ୍ଚ୍ କରିଥିବା ବେଳେ ୮ ଜଣ ପିଲାଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ ଜାଲ୍ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବଡ଼ଗଡ଼ ଥାନାରେ କଲେଜର କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। […]

ଭୁବନେଶ୍ବର: କେବଳ ଭଦ୍ରକ କଲେଜରେ ନୁହେଁ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ରାଜଧାନୀର ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ବିଜେବି କଲେଜ କର୍ତ୍ତୃପକ୍ଷ ଏ ନେଇ ଯାଞ୍ଚ୍ କରିଥିବା ବେଳେ ୮ ଜଣ ପିଲାଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ ଜାଲ୍ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବଡ଼ଗଡ଼ ଥାନାରେ କଲେଜର କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ କଳା ବିଭାଗର ହୋଇଥିବା ବେଳେ ଅନ୍ୟ ୪ ବିଜ୍ଞାନ ବିଭାଗର ଅଟନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ବିଜେବି କଲେଜ କର୍ତ୍ତୃପକ୍ଷ ଏ ବାବଦରେ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରିଛନ୍ତି। ସେହିପରି ନକଲି ଦିବ୍ୟାଙ୍ଗ କାଗଜପତ୍ର ଦେଇ ନାମଲେଖାଇ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ କଟକର ରହିଛନ୍ତି। ତେଣୁ ଏହି ରାକେଟ୍ କଟକରୁ ଅପରେଟ୍ ହେଉଥିବା ଚର୍ଚ୍ଚା ହେଉଛି । ବଡ଼ଗଡ଼ ଥାନା ପୁଲିସ ତଦନ୍ତ କରିବା ପରେ ବଡ଼ଧରଣର ରାକେଟ୍ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

05 Apr 2022 By The Sakala

ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ବିଜେବି କଲେଜରେ ନାମଲେଖା; ୮ ଛାତ୍ରଛାତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ବର: କେବଳ ଭଦ୍ରକ କଲେଜରେ ନୁହେଁ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ରାଜଧାନୀର ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ବିଜେବି କଲେଜ କର୍ତ୍ତୃପକ୍ଷ ଏ ନେଇ ଯାଞ୍ଚ୍ କରିଥିବା ବେଳେ ୮ ଜଣ ପିଲାଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ ଜାଲ୍ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବଡ଼ଗଡ଼ ଥାନାରେ କଲେଜର କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ କଳା ବିଭାଗର ହୋଇଥିବା ବେଳେ ଅନ୍ୟ ୪ ବିଜ୍ଞାନ ବିଭାଗର ଅଟନ୍ତି।

ବିଜେବି କଲେଜ କର୍ତ୍ତୃପକ୍ଷ ଏ ବାବଦରେ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରିଛନ୍ତି। ସେହିପରି ନକଲି ଦିବ୍ୟାଙ୍ଗ କାଗଜପତ୍ର ଦେଇ ନାମଲେଖାଇ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ କଟକର ରହିଛନ୍ତି। ତେଣୁ ଏହି ରାକେଟ୍ କଟକରୁ ଅପରେଟ୍ ହେଉଥିବା ଚର୍ଚ୍ଚା ହେଉଛି । ବଡ଼ଗଡ଼ ଥାନା ପୁଲିସ ତଦନ୍ତ କରିବା ପରେ ବଡ଼ଧରଣର ରାକେଟ୍ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର