ପୌର ନିର୍ବାଚନ ଲାଗି ଚାଲିଛି ମତଦାନ, ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୪୦ ଲକ୍ଷ ୫୫ ହଜାର ମତଦାତା

The Sakala Picture
Published On

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଯାଇଛି। ରାଜ୍ୟର ୧୦୯ଟି ପୌରାଞ୍ଚଳର ଭୋଟର ଆଜି ନିଜ ନିଜ ଅଞ୍ଚଳର ସ୍ଥାନୀୟ ପ୍ରତିନିଧିମାନଙ୍କୁ ଚୟନ କରିବେ। ପ୍ରଥମ ଥର ମେୟର ଓ ପୌରାଧ୍ୟକ୍ଷ ପାଇଁ ହେଉଛି ପ୍ରତ୍ୟକ୍ଷ ମତଦାନ। ଅପରାହ୍ନ ୫ଟା ପର୍ଯ୍ୟନ୍ତ ସହରାଞ୍ଚଳବାସୀ ନିଜ ମତାଧିକାର ସାବ୍ୟସ୍ତ କରିବେ। ମତଦାନର ୨ ଦିନ ପରେ ଅର୍ଥାତ ୨୬ ତାରିଖ(ଶନିବାର)ରେ ଭୋଟ ଗଣତି କରାଯିବ। ମତଦାନକୁ ଦୃଷ୍ଟିରେ ରଖି ସାରା ରାଜ୍ୟର ପୌରାଞ୍ଚଳ ଗୁଡ଼ିକରେ ବ୍ୟାପକ […]

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଯାଇଛି। ରାଜ୍ୟର ୧୦୯ଟି ପୌରାଞ୍ଚଳର ଭୋଟର ଆଜି ନିଜ ନିଜ ଅଞ୍ଚଳର ସ୍ଥାନୀୟ ପ୍ରତିନିଧିମାନଙ୍କୁ ଚୟନ କରିବେ। ପ୍ରଥମ ଥର ମେୟର ଓ ପୌରାଧ୍ୟକ୍ଷ ପାଇଁ ହେଉଛି ପ୍ରତ୍ୟକ୍ଷ ମତଦାନ। ଅପରାହ୍ନ ୫ଟା ପର୍ଯ୍ୟନ୍ତ ସହରାଞ୍ଚଳବାସୀ ନିଜ ମତାଧିକାର ସାବ୍ୟସ୍ତ କରିବେ। ମତଦାନର ୨ ଦିନ ପରେ ଅର୍ଥାତ ୨୬ ତାରିଖ(ଶନିବାର)ରେ ଭୋଟ ଗଣତି କରାଯିବ। ମତଦାନକୁ ଦୃଷ୍ଟିରେ ରଖି ସାରା ରାଜ୍ୟର ପୌରାଞ୍ଚଳ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ସାରା ରାଜ୍ୟ ପାଇଁ ୨୦୫ ପ୍ଲାଟୁନ୍‍ ଫୋର୍ସ ଜରିଆରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହିତ ସହରାଞ୍ଚଳବାସୀ ନିଜର ମତାଧିକାର ସାବ୍ୟସ୍ତ କରିବାର ସୁଯୋଗ ହାତଛଡ଼ା ନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀ ଅନୁରୋଧ କରିଛନ୍ତି। ଚଳିତ ଥର ମେୟର/ପୌରାଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ମେୟର ଓ ଅଧ୍ୟକ୍ଷ ପାଇଁ ୫୬୯ , କର୍ପୋରେଟର ଓ କାଉନସିଲର ପାଇଁ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପୌରପାଳିକା ଓ ଏନଏସିର ୧୬୭୨ ୱାର୍ଡ ଓ ୩ଟି କର୍ପୋରେସନର ୧୬୫ ୱାର୍ଡରେ ନିର୍ବାଚନ ହେବ। ମ୍ୟୁନିସିପାଲଟି ଓ ଏନଏସିର ୨,୯୮୯ ବୁଥ୍‍ ଓ ୩ଟି କର୍ପୋରେସନର ୧୩୮୪ ବୁଥ୍‍ରେ ୪୦ ଲକ୍ଷ ୫୫ ହଜାର ଭୋଟର ମତ ସାବ୍ୟସ୍ତ କରିବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତ ଆବଶ୍ୟକ ପ୍ରସ୍ତୁତି ସରିଛି। ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ। ରାଜଧାନୀ ଭୁବନେଶ୍ୱର ପାଇଁ ୩୦ ପ୍ଲାଟୁନ ଫୋର୍ସ, ସିଏମ୍‍ସି ପାଇଁଁ ୨୦ ପ୍ଲାଟୁନ ଫୋର୍ସ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏହା ବ୍ୟତୀତ ୩୦୦ ଭ୍ରାମ୍ୟମାଣ ପାର୍ଟି ରହିବେ। ତନ୍ମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ହେବେ। ରାଜଧାନୀରେ କେବଳ ୧୧୫ଟି ସମ୍ବେଦନଶୀଳ ବୁଥ୍‍ ରହିଛି। ପୌରାଞ୍ଚଳର ପୁଲିସ୍‍ ଷ୍ଟେସନ ଗୁଡ଼ିକରେ ଗୋଟିଏ କିମ୍ବା ୨ଟି ଷ୍ଟ୍ରାଇକିଂ ଫୋର୍ସ ରହିବା ନେଇ ନିଷ୍ପତ୍ତି ହୋଇଛି।। ସଦର ମହକୁମାରେ ଗୋଟିଏ କିମ୍ବା ୨ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ ରହିବେ। ଏହା ବ୍ୟତୀତ ୫ଟି ସ୍ଥାନରେ ବର୍ଡର ସେଲିଂ ପଏଣ୍ଟ ରହିବ। ଯାହା ଦାୟିତ୍ୱରେ ଜଣେ ଇନସପେକ୍ଟର ଏବଂ ୩ ଜଣ ଅଫିସର ଡ୍ୟୁଟି କରିବେ। ଏହି ଅଧିକାରୀମାନଙ୍କ ସହ ଏକ ଚତୁର୍ଥାଂଶ ଫୋର୍ସ ମଧ୍ୟ ଦାୟିତ୍ୱରେ ରହିବେ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମରେ ୩ଟି ୱାର୍ଡ ସମେତ ଅନ୍ୟ ମ୍ୟୁନିସିପାଲ ଓ କର୍ପୋରେସନର ୫୮ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଏହି ସବୁ ଆସନରେ ଏକମାତ୍ର ପ୍ରାର୍ଥୀମାନଙ୍କଙ୍କ ନାମାଙ୍କନ କାଏମ ରହିବା ସହ ସମସ୍ତେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତି ସାରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପାଳିକା କାମାକ୍ଷାନଗର ବିଜ୍ଞାପିତ ପରିଷଦ ଓ ପୁରୁଷୋତ୍ତମ ଏନଏସିର ଗୋଟିଏ ଲେଖାଏଁ ୱାର୍ଡରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି। ଏହା ସଂରକ୍ଷିତ ଥିବାରୁ ରାଜ୍ୟ ସରକାର ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୟନ କରିବେ ବୋଲି ଜଣାପଡ଼ିଛି। କଟକ ମେୟର ଏବଂ ବାରିପଦା ପୌରପାଳିକାର ଅଧ୍ୟକ୍ଷ ପାଇଁ ୧୬ ଜଣ ଲେଖାଏଁ ପ୍ରାର୍ଥୀ ମଇଦାନରେ ଅଛନ୍ତି। ସେହିପରି ଜୟପୁର ପୌରପାଳିକା ଅଧ୍ୟକ୍ଷ ପାଇଁ ୧୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ସବୁ ସ୍ଥାନରେ ୨ଟି ଲେଖାଏଁ ଇଭିଏମ୍‍ ବ୍ୟବସ୍ଥା କରାଯାଇଛି। ଅନ୍ୟ ସବୁ ସ୍ଥାନରେ ଗୋଟିଏ ଲେଖାଏଁ ଇଭିଏମ୍‍ ମେୟର ଏବଂ ଦ୍ୱିତୀୟଟି କାଉନସିଲର/କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ରହିବ। ଗତ ପଞ୍ଚାୟତ ନିର୍ବାଚନରେ କୌଣସି ନିୟମ ନ ଥିବାରୁ ଏହି ପ୍ରକ୍ରିୟାରେ ସାମିଲ ହେଉଥିବା ଅଧିକାରୀମାନେ ନିଜ ମତାଧିକାର ସାବ୍ୟସ୍ତ କରି ପାରି ନ ଥିଲେ। ମାତ୍ର ପୌର ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଥିବା ଅଧିକାରୀମାନେ ଚାହିଁଲେ ମତଦାନ କରିପାରିବେ। ହେଲେ ସେହି ଅଧିକାରୀ ଭୋଟ ଗ୍ରହଣ ଦିନର ୪ ଦିନ ପୂର୍ବରୁ ନିଜ ନିର୍ବାଚନ ଅଧିକାରୀଙ୍କୁ ଆନୁଷ୍ଠାନିକ ଭାବେ ଅବଗତ କରାଇବେ। ଏହା ପରେ ତାଙ୍କୁ ଆବଶ୍ୟକ ବାଲଟ୍‍ ପେପର ଯୋଗାଇ ଦିଆଯିବାର ନିୟମ ରହିଥିବା କମିସନ ସ୍ପଷ୍ଟ କରିଥିଲେ। ସେହିପରି କେତେକ ସ୍ଥାନରେ ଜଣେ ଭୋଟର ଦୁଇ ଥର ଭୋଟ ଦେବାର ଆଶଙ୍କା ରହିଛି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଆପତ୍ତି ଅଭିଯୋଗ ଉଠାଇଥିଲେ। ଏଥିପାଇଁ ଏକ ସଫ୍‍୍ଟୱର ଜରିଆରେ ଦୈତ ଭୋଟର ଯାଞ୍ଚ କରାଯାଉଛି। ଦ୍ୱୈତ ଭୋଟର ସାବ୍ୟସ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

24 Mar 2022 By The Sakala

https://www.thesakala.in/latest-odisha-news/voting-starts-for-municipality-election-odisha/article-10191
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର