ପୌର ବିଜୟ ଲାଗି ବିଜେଡିର ନକ୍ସା : ୧୦୯ ରୁ ୧୦୯

The Sakala Picture
Published On

ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ରାଜ୍ୟର ୧୦୬ ପୌରପାଳିକା ଏବଂ ୩ ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟବ୍ୟାପୀ ମଙ୍ଗଳବାର ପ୍ରଚାର ସରିଛି। ନିର୍ବାଚନୀ ପ୍ରଚାର ସହରାଞ୍ଚଳର ରାଜନୈତିକ ମାହୋଲକୁ ସରଗରମ କରିଥିବା ବେଳେ ବିଜୟକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ଅଙ୍କ କଷୁଛନ୍ତି। ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଐତିହାସିକ ସଫଳତା ପାଇଥିବା ଶାସକ ଦଳ ବିଜେଡି ସମାନ ସଫଳତା ପୌରରେ ଦୋହରାଇବାକୁ ନିଜର ସମସ୍ତ […]

ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ରାଜ୍ୟର ୧୦୬ ପୌରପାଳିକା ଏବଂ ୩ ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟବ୍ୟାପୀ ମଙ୍ଗଳବାର ପ୍ରଚାର ସରିଛି। ନିର୍ବାଚନୀ ପ୍ରଚାର ସହରାଞ୍ଚଳର ରାଜନୈତିକ ମାହୋଲକୁ ସରଗରମ କରିଥିବା ବେଳେ ବିଜୟକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ଅଙ୍କ କଷୁଛନ୍ତି। ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଐତିହାସିକ ସଫଳତା ପାଇଥିବା ଶାସକ ଦଳ ବିଜେଡି ସମାନ ସଫଳତା ପୌରରେ ଦୋହରାଇବାକୁ ନିଜର ସମସ୍ତ ଶକ୍ତି ଖଟାଇଦେଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ନିଜର ସମ୍ମାନ ଫେରିପାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ତେବେ ତିନିଦଳର ପ୍ରଚାର ଏବଂ ଭୋଟରଙ୍କ ମୁଡ୍‍କୁ ପରଖିଲେ ଚଳିତ ନିର୍ବାଚନ ଉଭୟ ବିରୋଧୀ ଦଳ ପାଇଁ ସହଜ ହୋଇନପାରେ ତାହା ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଗୋଟିଏ ପଟେ ଶାସକ ଦଳ ପକ୍ଷରୁ ପୌର ନିର୍ବାଚନ ପାଇଁ ବହୁ ଆଗରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ସେହି ଆଧାରରେ ଦଳର ସଂଗଠନକୁ ସଞ୍ଚାଳନ କରାଯାଯାଇଥିବାରୁ ନିର୍ବାଚନରେ କ୍ଲିନ୍‍ ସୁଇପ୍‍ କରିବାକୁ ଦଳର ନେତାମାନେ ଆଶାବାଦୀ। ଏପଟେ ପଞ୍ଚାୟତ ପରାଜୟଜନିତ ନିରାଶା ଓ ନେତୃତ୍ୱ ସଙ୍କଟକୁ ନେଇ ପେଶି ହେଉଥିବା ବିରୋଧୀ ପୌର ଲଢ଼େଇ ପାଇଁ ଯେ ମାନସିକସ୍ତରରେ ସଶକ୍ତ ନୁହନ୍ତି ତାହା ସେମାନଙ୍କ ଆଚରଣରୁ ଆପାତତଃ ଅନୁଭବ କରିହେଉଛି। ବିଶେଷକରି ପ୍ରଚାର ସମୟରେ ଦଳର ତାରକା ପ୍ରଚାରକ ଏବଂ ବରିଷ୍ଠ ନେତାଙ୍କ ଅନୁପସ୍ଥିତି ଦଳ ପାଇଁ ବିରାଟ ସମସ୍ୟା ସୃଷ୍ଟି କରିଛି। ବିରୋଧୀଙ୍କ ମଧ୍ୟରେ ଏପରି ନିଷ୍କ୍ରିୟତା ପ୍ରତ୍ୟକ୍ଷ ଭାବେ ଶାସକ ଦଳକୁ ପୌର ଭୋଟରେ ସୁହାଇବ ବୋଲି ତଥ୍ୟଭିତ୍ତିକ ମହଲ ମତ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ପୌର ଭୋଟ ପାଇଁ ନାମାଙ୍କନ ପରଠାରୁ ବିଜେପି ଓ କଂଗ୍ରେସ ତୁଳନାରେ ବିଜେଡି ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତପୂର୍ବକ ନିଜର ପ୍ରଚାର କାର୍ଯ୍ୟକ୍ରମକୁ ସଞ୍ଚାଳିତ କରିଥିଲା। ନାମାଙ୍କନ ବେଳେ ରାଜ୍ୟବ୍ୟାପୀ ବିଦ୍ରୋହୀ ପ୍ରାର୍ଥୀ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ବେଳେ ଏମାନେ ଦଳକୁ ଅଡ଼ୁଆରେ ପକାଇବାର ଆଶଙ୍କା ସୃଷ୍ଟି କରିଥିଲା। ମାତ୍ର ବିଜେଡି ଏହି ଅସନ୍ତୋଷକୁ ପ୍ରଶମିତ କରିବାରେ ଅନେକାଂଶରେ ସଫଳ ହୋଇଛି। ଅନ୍ୟପଟେ ବିରୋଧୀ ବିଜେପି ଓ କଂଗ୍ରେସ ଏ ଦିଗରେ ସଫଳ ହୋଇପାରିନାହାନ୍ତି। ଟିକଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ବିଜେପିର ବହୁ ନେତା ଓ କର୍ମୀ ଦଳ ଛାଡ଼ିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସେହିପରି ଶାସକ ଦଳର ବରିଷ୍ଠ ମନ୍ତ୍ରୀ, ବିଧାୟକ ଏବଂ ଛାମୁଆ କର୍ମକର୍ତ୍ତା ଭୋଟରଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ରୋଡ ଶୋଠାରୁ ଆରମ୍ଭ କରି ସାଧାରଣ ସଭା ଏବଂ ଘରକୁ ଘର ପ୍ରଚାରରେ ଶାସକ ଦଳ ଢେର ଆଗରେ ଥିବାବେଳେ ସେହି ତୁଳନାରେ ବିରୋଧୀ ପଛରେ ପଡ଼ିଥିବା ଦେଖାଯାଇଛି। ମୁଖ୍ୟ ବିରୋଧୀ ଦଳ ବିଜେପିର ଷ୍ଟାର କ୍ୟାମ୍ପେନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ଦଳର ରାଜ୍ୟ ପ୍ରଭାରୀ ପଞ୍ଚାୟତ ପରି ପୌର ନର୍ବାଚନରେ ଦଳଠାରୁ ଦୂରେଇ ରହିଲେ। ସେହିପରି ଗୋଷ୍ଠୀକନ୍ଦଳ, ଦଳ ମଧ୍ୟରେ ନିରାଶା, ସଠିକ୍‍ ପ୍ରାର୍ଥୀ ଚୟନରେ ବିଫଳତା ଆଦି ସମସ୍ୟାକୁ ନେଇ ରାଜ୍ୟ ବିଜେପି ଛନ୍ଦି ହୋଇପଡ଼ିଥିବା ବେଳେ ଏହାର ନକରାତ୍ମକ ପ୍ରଭାବ ନିର୍ବାଚନରେ ଅନୁଭୂତ ହୋଇପାରେ ବୋଲି ତଥ୍ୟଭିତ୍ତିକ ମହଲ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟତମ ବିରୋଧୀ କଂଗ୍ରେସ ପଞ୍ଚାୟତ ପରି ପୌର ନିର୍ବାଚନରେ କିଛି ସ୍ଥାନକୁ ଛାଡ଼ିଦେଲେ ରାଜ୍ୟବ୍ୟାପୀ ଏକପ୍ରକାର ହାତ ଟେକି ଦେଇଥିବା ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଦଳର ବରିଷ୍ଠ ନେତାଙ୍କ ଅସହଯୋଗ, ରାଜ୍ୟ କଂଗ୍ରେସ ୟୁନିଟ୍‍ର ନିଷ୍କ୍ରିୟତା ତଥା ଅନ୍ୟ କାରଣ ଯୋଗୁଁ ଦଳ ଢେର୍‍ ପଛରେ ପଡ଼ିଛି। ପୂରା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଦଳ ସେତେଟା ସକ୍ରିୟ ନଜର ଆସୁନଥିବା ବେଳେ ସ୍ଥଳବିଶେଷରେ ଦଳର ପ୍ରାର୍ଥୀ ନିଜ ଦମରେ ନିଜ ପାଇଁ ପ୍ରଚାର କରିଛନ୍ତି। ଦୁଇଦଳର ନିର୍ବାଚନୀ ପ୍ରଚାର ଶାସକ ବିଜେଡି ତୁଳନାରେ ଏତେଟା ପ୍ରଭାବୀ ହୋଇନଥିବା ବେଳେ ଏହାର ପ୍ରଭାବ ନିଶ୍ଚୟ ଇଭିଏମ୍‍ରେ ପ୍ରତିଫଳିତ ହେବ। ବିଶେଷକରି ଦ୍ୱିତୀୟ ସ୍ଥାନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ କରିଛନ୍ତି। ଏପଟେ ଦଳ ସମସ୍ତ ୧୦୯ ପୌରାଞ୍ଚଳ ଦଖଲ କରିବ ବୋଲି ବିଜେଡିର ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶାସକ ଦଳର ନେତା, କର୍ମୀଙ୍କ ଏପରି ଯୁକ୍ତି ପଛରେ ଦମ୍‍ ରହିଥିବା ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ବିରୋଧୀଙ୍କ ନିଷ୍କ୍ରିୟତା ସହ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ବିକାଶମୂଳକ ଯୋଜନା ଏବଂ ନିର୍ବାଚନୀ ରଣନୀତିକୁ ଅନୁଶୀଳନ କଲେ ବିଜେଡିର ଯୁକ୍ତି ଅମଳୂକ ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ବିଜେଡି ଯଦି ସମସ୍ତ ପୌରାଞ୍ଚଳକୁ ମୂଳପୋଛ କରେ ତାହେଲେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି।

23 Mar 2022 By The Sakala

ପୌର ବିଜୟ ଲାଗି ବିଜେଡିର ନକ୍ସା : ୧୦୯ ରୁ ୧୦୯

ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ରାଜ୍ୟର ୧୦୬ ପୌରପାଳିକା ଏବଂ ୩ ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟବ୍ୟାପୀ ମଙ୍ଗଳବାର ପ୍ରଚାର ସରିଛି। ନିର୍ବାଚନୀ ପ୍ରଚାର ସହରାଞ୍ଚଳର ରାଜନୈତିକ ମାହୋଲକୁ ସରଗରମ କରିଥିବା ବେଳେ ବିଜୟକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ଅଙ୍କ କଷୁଛନ୍ତି। ପଞ୍ଚାୟତ ନିର୍ବାଚନରେ ରାଜ୍ୟରେ ଐତିହାସିକ ସଫଳତା ପାଇଥିବା ଶାସକ ଦଳ ବିଜେଡି ସମାନ ସଫଳତା ପୌରରେ ଦୋହରାଇବାକୁ ନିଜର ସମସ୍ତ ଶକ୍ତି ଖଟାଇଦେଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ନିଜର ସମ୍ମାନ ଫେରିପାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ତେବେ ତିନିଦଳର ପ୍ରଚାର ଏବଂ ଭୋଟରଙ୍କ ମୁଡ୍‍କୁ ପରଖିଲେ ଚଳିତ ନିର୍ବାଚନ ଉଭୟ ବିରୋଧୀ ଦଳ ପାଇଁ ସହଜ ହୋଇନପାରେ ତାହା ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଗୋଟିଏ ପଟେ ଶାସକ ଦଳ ପକ୍ଷରୁ ପୌର ନିର୍ବାଚନ ପାଇଁ ବହୁ ଆଗରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ସେହି ଆଧାରରେ ଦଳର ସଂଗଠନକୁ ସଞ୍ଚାଳନ କରାଯାଯାଇଥିବାରୁ ନିର୍ବାଚନରେ କ୍ଲିନ୍‍ ସୁଇପ୍‍ କରିବାକୁ ଦଳର ନେତାମାନେ ଆଶାବାଦୀ। ଏପଟେ ପଞ୍ଚାୟତ ପରାଜୟଜନିତ ନିରାଶା ଓ ନେତୃତ୍ୱ ସଙ୍କଟକୁ ନେଇ ପେଶି ହେଉଥିବା ବିରୋଧୀ ପୌର ଲଢ଼େଇ ପାଇଁ ଯେ ମାନସିକସ୍ତରରେ ସଶକ୍ତ ନୁହନ୍ତି ତାହା ସେମାନଙ୍କ ଆଚରଣରୁ ଆପାତତଃ ଅନୁଭବ କରିହେଉଛି। ବିଶେଷକରି ପ୍ରଚାର ସମୟରେ ଦଳର ତାରକା ପ୍ରଚାରକ ଏବଂ ବରିଷ୍ଠ ନେତାଙ୍କ ଅନୁପସ୍ଥିତି ଦଳ ପାଇଁ ବିରାଟ ସମସ୍ୟା ସୃଷ୍ଟି କରିଛି। ବିରୋଧୀଙ୍କ ମଧ୍ୟରେ ଏପରି ନିଷ୍କ୍ରିୟତା ପ୍ରତ୍ୟକ୍ଷ ଭାବେ ଶାସକ ଦଳକୁ ପୌର ଭୋଟରେ ସୁହାଇବ ବୋଲି ତଥ୍ୟଭିତ୍ତିକ ମହଲ ମତ ପ୍ରକାଶ କରିଛନ୍ତି।

ପୌର ଭୋଟ ପାଇଁ ନାମାଙ୍କନ ପରଠାରୁ ବିଜେପି ଓ କଂଗ୍ରେସ ତୁଳନାରେ ବିଜେଡି ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତପୂର୍ବକ ନିଜର ପ୍ରଚାର କାର୍ଯ୍ୟକ୍ରମକୁ ସଞ୍ଚାଳିତ କରିଥିଲା। ନାମାଙ୍କନ ବେଳେ ରାଜ୍ୟବ୍ୟାପୀ ବିଦ୍ରୋହୀ ପ୍ରାର୍ଥୀ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ବେଳେ ଏମାନେ ଦଳକୁ ଅଡ଼ୁଆରେ ପକାଇବାର ଆଶଙ୍କା ସୃଷ୍ଟି କରିଥିଲା। ମାତ୍ର ବିଜେଡି ଏହି ଅସନ୍ତୋଷକୁ ପ୍ରଶମିତ କରିବାରେ ଅନେକାଂଶରେ ସଫଳ ହୋଇଛି। ଅନ୍ୟପଟେ ବିରୋଧୀ ବିଜେପି ଓ କଂଗ୍ରେସ ଏ ଦିଗରେ ସଫଳ ହୋଇପାରିନାହାନ୍ତି। ଟିକଟ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ବିଜେପିର ବହୁ ନେତା ଓ କର୍ମୀ ଦଳ ଛାଡ଼ିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସେହିପରି ଶାସକ ଦଳର ବରିଷ୍ଠ ମନ୍ତ୍ରୀ, ବିଧାୟକ ଏବଂ ଛାମୁଆ କର୍ମକର୍ତ୍ତା ଭୋଟରଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ରୋଡ ଶୋଠାରୁ ଆରମ୍ଭ କରି ସାଧାରଣ ସଭା ଏବଂ ଘରକୁ ଘର ପ୍ରଚାରରେ ଶାସକ ଦଳ ଢେର ଆଗରେ ଥିବାବେଳେ ସେହି ତୁଳନାରେ ବିରୋଧୀ ପଛରେ ପଡ଼ିଥିବା ଦେଖାଯାଇଛି। ମୁଖ୍ୟ ବିରୋଧୀ ଦଳ ବିଜେପିର ଷ୍ଟାର କ୍ୟାମ୍ପେନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର, ଦଳର ରାଜ୍ୟ ପ୍ରଭାରୀ ପଞ୍ଚାୟତ ପରି ପୌର ନର୍ବାଚନରେ ଦଳଠାରୁ ଦୂରେଇ ରହିଲେ। ସେହିପରି ଗୋଷ୍ଠୀକନ୍ଦଳ, ଦଳ ମଧ୍ୟରେ ନିରାଶା, ସଠିକ୍‍ ପ୍ରାର୍ଥୀ ଚୟନରେ ବିଫଳତା ଆଦି ସମସ୍ୟାକୁ ନେଇ ରାଜ୍ୟ ବିଜେପି ଛନ୍ଦି ହୋଇପଡ଼ିଥିବା ବେଳେ ଏହାର ନକରାତ୍ମକ ପ୍ରଭାବ ନିର୍ବାଚନରେ ଅନୁଭୂତ ହୋଇପାରେ ବୋଲି ତଥ୍ୟଭିତ୍ତିକ ମହଲ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟତମ ବିରୋଧୀ କଂଗ୍ରେସ ପଞ୍ଚାୟତ ପରି ପୌର ନିର୍ବାଚନରେ କିଛି ସ୍ଥାନକୁ ଛାଡ଼ିଦେଲେ ରାଜ୍ୟବ୍ୟାପୀ ଏକପ୍ରକାର ହାତ ଟେକି ଦେଇଥିବା ରାଜନୈତିକ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଦଳର ବରିଷ୍ଠ ନେତାଙ୍କ ଅସହଯୋଗ, ରାଜ୍ୟ କଂଗ୍ରେସ ୟୁନିଟ୍‍ର ନିଷ୍କ୍ରିୟତା ତଥା ଅନ୍ୟ କାରଣ ଯୋଗୁଁ ଦଳ ଢେର୍‍ ପଛରେ ପଡ଼ିଛି। ପୂରା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଦଳ ସେତେଟା ସକ୍ରିୟ ନଜର ଆସୁନଥିବା ବେଳେ ସ୍ଥଳବିଶେଷରେ ଦଳର ପ୍ରାର୍ଥୀ ନିଜ ଦମରେ ନିଜ ପାଇଁ ପ୍ରଚାର କରିଛନ୍ତି। ଦୁଇଦଳର ନିର୍ବାଚନୀ ପ୍ରଚାର ଶାସକ ବିଜେଡି ତୁଳନାରେ ଏତେଟା ପ୍ରଭାବୀ ହୋଇନଥିବା ବେଳେ ଏହାର ପ୍ରଭାବ ନିଶ୍ଚୟ ଇଭିଏମ୍‍ରେ ପ୍ରତିଫଳିତ ହେବ। ବିଶେଷକରି ଦ୍ୱିତୀୟ ସ୍ଥାନ ପାଇଁ ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ରାଜନୈତିକ ବିଶ୍ଳେଷକ ପୂର୍ବାନୁମାନ କରିଛନ୍ତି। ଏପଟେ ଦଳ ସମସ୍ତ ୧୦୯ ପୌରାଞ୍ଚଳ ଦଖଲ କରିବ ବୋଲି ବିଜେଡିର ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଶାସକ ଦଳର ନେତା, କର୍ମୀଙ୍କ ଏପରି ଯୁକ୍ତି ପଛରେ ଦମ୍‍ ରହିଥିବା ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ବିରୋଧୀଙ୍କ ନିଷ୍କ୍ରିୟତା ସହ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ବିକାଶମୂଳକ ଯୋଜନା ଏବଂ ନିର୍ବାଚନୀ ରଣନୀତିକୁ ଅନୁଶୀଳନ କଲେ ବିଜେଡିର ଯୁକ୍ତି ଅମଳୂକ ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ବିଜେଡି ଯଦି ସମସ୍ତ ପୌରାଞ୍ଚଳକୁ ମୂଳପୋଛ କରେ ତାହେଲେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର