ପୌର ନିର୍ବାଚନ: ଆଜି ସରିବ ପ୍ରଚାର, ଗୁରୁବାର ଭୋଟ୍

The Sakala Picture
Published On

ଭୁବନେଶ୍ବର: ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାଜ୍ୟର ୧୦୯ଟି ପୌରାଞ୍ଚଳରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ୨ ଦିନ ପରେ ଅର୍ଥାତ ୨୬ ତାରିଖରେ ଭୋଟଗଣତି ହେବ। ମତଦାନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଅପରାହ୍ନ ୫ଟାରେ ପ୍ରଚାର ସରିବ। ଏହି ପରିପ୍ରେକ୍ଷୀରେ ମତଦାନକୁ ଦୃଷ୍ଟିରେ ରଖ୍ ସାରା ରାଜ୍ୟର ପୌରାଞ୍ଚଳ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ରାଜ୍ୟର ୩ଟି ମହାନଗର ନିଗମ, […]

ଭୁବନେଶ୍ବର: ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାଜ୍ୟର ୧୦୯ଟି ପୌରାଞ୍ଚଳରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ୨ ଦିନ ପରେ ଅର୍ଥାତ ୨୬ ତାରିଖରେ ଭୋଟଗଣତି ହେବ। ମତଦାନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଅପରାହ୍ନ ୫ଟାରେ ପ୍ରଚାର ସରିବ। ଏହି ପରିପ୍ରେକ୍ଷୀରେ ମତଦାନକୁ ଦୃଷ୍ଟିରେ ରଖ୍ ସାରା ରାଜ୍ୟର ପୌରାଞ୍ଚଳ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ରାଜ୍ୟର ୩ଟି ମହାନଗର ନିଗମ, ୪୭ ପୌରସଂସ୍ଥା ଏବଂ ୫୯ଟି ବିଜ୍ଞପିତ ପରିଷଦ ଅଞ୍ଚଳରେ ସ୍ବାୟତ୍ତ ଶାସନ ପ୍ରତିନିଧ୍ ଚୟନ ନେଇ ଭୋଟ ଗ୍ରହଣ ଅନୁଷ୍ଠିତ ହେବ | ଚଳିତ ଥର ମେୟର/ ପୌରାଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ମେୟର/ ପୌରାଧ୍ୟକ୍ଷ ପାଇଁ ୫୬୯ , କର୍ପୋରେଟର ଓ କାଉନସିଲର ପାଇଁ ସାରା ରାଜ୍ୟରେ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ପୌରସଂସ୍ଥା ଓ ବିଜ୍ଞପିତ ଅଞ୍ଚଳ ଗୁଡ଼ିକରେ ୧୬୭୨ ୱାର୍ଡ ଓ ୩ଟି ମହାନଗର ନିଗମରେ ୧୬୫ ୱାର୍ଡରେ ନିର୍ବାଚନ ହେବାକୁ ଯାଉଛି। ପୌରପାଳିକା ଓ ବିଜ୍ଞପିତ ପରିଷଦ ଅଞ୍ଚଳରେ ୨,୯୮୯ ବୁଥ୍ ଓ ୩ଟି ମହାନଗର ନିଗମରେ ୧୩୮୪ ବୁଥ୍ ରହିଛି। ଏଥରେ ୪୦ ଲକ୍ଷ ୫୫ ହଜାର ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ସାମଗ୍ରିକ ଭାବେ ଭୋଟ ଦିନ ନିର୍ବାଚନ ପରିଚାଳନା କରିବା ପାଇଁ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ରାଜ୍ୟର ମୋଟ ୩ଟି ମହାନଗର ନିଗମ, ୪୭ ମ୍ୟୁନିସିପାଲିଟି, ୫୯ଟି ଏନଏସିର ନିର୍ବାଚନ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ସରିଛି। ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟ ଶେଷ ହେବ ଓ ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥରେ ପହଞ୍ଚି ଯିବେ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଚାଲିବ। ନିର୍ବାଚନ ଶୃଙ୍ଖଳାର ସହ ପରିଚାଳନା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରାଜଧାନୀ ଭୁବନେଶ୍ଵର ପାଇଁ ୩୦ ପ୍ଲାଟୁନ ଫୋର୍ସ, ସିଏମ୍‌ସି ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହା ବ୍ୟତୀତ ୩୦୦ ଭ୍ରାମ୍ୟମାଣ ପାଟ୍ରୋଲିଂ ଦଳଙ୍କୁ ମଧ୍ୟ ମୁତୟନ କରାଯିବ। ତନ୍ମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ହେବେ। ପ୍ରତି ବୁଥରେ ଜଣେ ଲେଖାଏଁ ହାବିଲଦାର କିମ୍ବା ସଶସ୍ତ୍ର ପୁଲିସ୍ ମୁତୟନ ରହିବେ ବୋଲି କମିସନ ସୂଚନା ଦେଇଛନ୍ତି। ଅତି ସମ୍ବେଦନଶୀଳ ବୁଥରେ ଜଣେ ହାବିଲଦାର/ କନେଷ୍ଟବଲଙ୍କ ସହ ଜଣେ ସଶସ୍ତ୍ର ପୁଲିସ୍ ରହିବେ। ପୌରାଞ୍ଚଳର ପୁଲିସ୍ ଷ୍ଟେସନ ଗୁଡ଼ିକରେ ଗୋଟିଏ କିମ୍ବା ୨ଟି ଷ୍ଟ୍ରାଇକିଂ ଫୋର୍ସ ରହିବେ। ସଦର ମହକୁମାରେ ଗୋଟିଏ କିମ୍ବା ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ରହିବେ । ଏହା ବ୍ୟତୀତ ୫ଟି ସ୍ଥାନରେ ବର୍ଡର ସେଲିଂ ପଏଣ୍ଟ ରହିବ । ଯାହା ଦାୟିତ୍ୱରେ ଜଣେ ଇନସପେକ୍ଟର ଏବଂ ୩ ଜଣ ଅଫିସର ଡ୍ୟୁଟି କରିବେ । ଏହି ଅଧିକାରୀମାନଙ୍କ ସହ ଏକ ଚତୁର୍ଥାଂଶ ଫୋର୍ସ ମଧ୍ୟ ଦାୟିତ୍ବରେ ରହିବେ ।

ତେବେ ବ୍ରହ୍ମପୁର ମହାନଗର ନିଗମରେ ୩ଟି ୱାର୍ଡ ସମେତ ଅନ୍ୟ ମ୍ୟୁନିସିପାଲ ଓ କର୍ପୋରେସନର ୫୮ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ । ଏହି ସବୁ ଆସନରେ ଏକମାତ୍ର ପ୍ରାର୍ଥୀମାନଙ୍କଙ୍କ ନାମାଙ୍କନ କାଏମ ରହିବା ସହ ସମସ୍ତେ ନିହର୍ଷରେ ନିର୍ବାଚିତ ହୋଇଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ପୌରପାଳିକା, କାମାକ୍ଷାନଗର ବିଜ୍ଞାପିତ ପରିଷଦ ଓ ପୁରୁଷୋତ୍ତମ ଏନ ଏସିର ଗୋଟିଏ ଲେଖାଏଁ ୱାର୍ଡରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି। ଏହା ସଂରକ୍ଷିତ ଥିବାରୁ ରାଜ୍ୟ ସରକାର ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୟନ କରିବେ । କଟକ ମେୟର ଏବଂ ବାରିପଦା ପୌରପାଳିକାର ଅଧ୍ୟକ୍ଷ ପାଇଁ ୧୬ ଜଣ ଲେଖାଏଁ ପ୍ରାର୍ଥୀ ମଇଦାନରେ ଅଛନ୍ତି । ସେହିପରି ଜୟପୁର ପୌରପାଳିକା ଅଧ୍ୟକ୍ଷ ପାଇଁ ୧୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି | ତେଣୁ ମେୟର ପଦ ଲାଗି ଏହି ସବୁ ସ୍ଥାନରେ ୨ଟି ଲେଖାଏଁ ଇଭିଏମ୍ ବ୍ୟବସ୍ଥା | କରାଯିବ ବୋଲି ଜଣାପଡ଼ିଛି।

22 Mar 2022 By The Sakala

ପୌର ନିର୍ବାଚନ: ଆଜି ସରିବ ପ୍ରଚାର, ଗୁରୁବାର ଭୋଟ୍

ଭୁବନେଶ୍ବର: ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ରାଜ୍ୟର ୧୦୯ଟି ପୌରାଞ୍ଚଳରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ୨ ଦିନ ପରେ ଅର୍ଥାତ ୨୬ ତାରିଖରେ ଭୋଟଗଣତି ହେବ। ମତଦାନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଅପରାହ୍ନ ୫ଟାରେ ପ୍ରଚାର ସରିବ। ଏହି ପରିପ୍ରେକ୍ଷୀରେ ମତଦାନକୁ ଦୃଷ୍ଟିରେ ରଖ୍ ସାରା ରାଜ୍ୟର ପୌରାଞ୍ଚଳ ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ରାଜ୍ୟର ୩ଟି ମହାନଗର ନିଗମ, ୪୭ ପୌରସଂସ୍ଥା ଏବଂ ୫୯ଟି ବିଜ୍ଞପିତ ପରିଷଦ ଅଞ୍ଚଳରେ ସ୍ବାୟତ୍ତ ଶାସନ ପ୍ରତିନିଧ୍ ଚୟନ ନେଇ ଭୋଟ ଗ୍ରହଣ ଅନୁଷ୍ଠିତ ହେବ | ଚଳିତ ଥର ମେୟର/ ପୌରାଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ମେୟର/ ପୌରାଧ୍ୟକ୍ଷ ପାଇଁ ୫୬୯ , କର୍ପୋରେଟର ଓ କାଉନସିଲର ପାଇଁ ସାରା ରାଜ୍ୟରେ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ପୌରସଂସ୍ଥା ଓ ବିଜ୍ଞପିତ ଅଞ୍ଚଳ ଗୁଡ଼ିକରେ ୧୬୭୨ ୱାର୍ଡ ଓ ୩ଟି ମହାନଗର ନିଗମରେ ୧୬୫ ୱାର୍ଡରେ ନିର୍ବାଚନ ହେବାକୁ ଯାଉଛି। ପୌରପାଳିକା ଓ ବିଜ୍ଞପିତ ପରିଷଦ ଅଞ୍ଚଳରେ ୨,୯୮୯ ବୁଥ୍ ଓ ୩ଟି ମହାନଗର ନିଗମରେ ୧୩୮୪ ବୁଥ୍ ରହିଛି। ଏଥରେ ୪୦ ଲକ୍ଷ ୫୫ ହଜାର ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ସାମଗ୍ରିକ ଭାବେ ଭୋଟ ଦିନ ନିର୍ବାଚନ ପରିଚାଳନା କରିବା ପାଇଁ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ରାଜ୍ୟର ମୋଟ ୩ଟି ମହାନଗର ନିଗମ, ୪୭ ମ୍ୟୁନିସିପାଲିଟି, ୫୯ଟି ଏନଏସିର ନିର୍ବାଚନ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ସରିଛି। ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟ ଶେଷ ହେବ ଓ ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥରେ ପହଞ୍ଚି ଯିବେ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ।

୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଚାଲିବ। ନିର୍ବାଚନ ଶୃଙ୍ଖଳାର ସହ ପରିଚାଳନା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରାଜଧାନୀ ଭୁବନେଶ୍ଵର ପାଇଁ ୩୦ ପ୍ଲାଟୁନ ଫୋର୍ସ, ସିଏମ୍‌ସି ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହା ବ୍ୟତୀତ ୩୦୦ ଭ୍ରାମ୍ୟମାଣ ପାଟ୍ରୋଲିଂ ଦଳଙ୍କୁ ମଧ୍ୟ ମୁତୟନ କରାଯିବ। ତନ୍ମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ହେବେ। ପ୍ରତି ବୁଥରେ ଜଣେ ଲେଖାଏଁ ହାବିଲଦାର କିମ୍ବା ସଶସ୍ତ୍ର ପୁଲିସ୍ ମୁତୟନ ରହିବେ ବୋଲି କମିସନ ସୂଚନା ଦେଇଛନ୍ତି। ଅତି ସମ୍ବେଦନଶୀଳ ବୁଥରେ ଜଣେ ହାବିଲଦାର/ କନେଷ୍ଟବଲଙ୍କ ସହ ଜଣେ ସଶସ୍ତ୍ର ପୁଲିସ୍ ରହିବେ। ପୌରାଞ୍ଚଳର ପୁଲିସ୍ ଷ୍ଟେସନ ଗୁଡ଼ିକରେ ଗୋଟିଏ କିମ୍ବା ୨ଟି ଷ୍ଟ୍ରାଇକିଂ ଫୋର୍ସ ରହିବେ। ସଦର ମହକୁମାରେ ଗୋଟିଏ କିମ୍ବା ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ରହିବେ । ଏହା ବ୍ୟତୀତ ୫ଟି ସ୍ଥାନରେ ବର୍ଡର ସେଲିଂ ପଏଣ୍ଟ ରହିବ । ଯାହା ଦାୟିତ୍ୱରେ ଜଣେ ଇନସପେକ୍ଟର ଏବଂ ୩ ଜଣ ଅଫିସର ଡ୍ୟୁଟି କରିବେ । ଏହି ଅଧିକାରୀମାନଙ୍କ ସହ ଏକ ଚତୁର୍ଥାଂଶ ଫୋର୍ସ ମଧ୍ୟ ଦାୟିତ୍ବରେ ରହିବେ ।

ତେବେ ବ୍ରହ୍ମପୁର ମହାନଗର ନିଗମରେ ୩ଟି ୱାର୍ଡ ସମେତ ଅନ୍ୟ ମ୍ୟୁନିସିପାଲ ଓ କର୍ପୋରେସନର ୫୮ଟି ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ । ଏହି ସବୁ ଆସନରେ ଏକମାତ୍ର ପ୍ରାର୍ଥୀମାନଙ୍କଙ୍କ ନାମାଙ୍କନ କାଏମ ରହିବା ସହ ସମସ୍ତେ ନିହର୍ଷରେ ନିର୍ବାଚିତ ହୋଇଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ପୌରପାଳିକା, କାମାକ୍ଷାନଗର ବିଜ୍ଞାପିତ ପରିଷଦ ଓ ପୁରୁଷୋତ୍ତମ ଏନ ଏସିର ଗୋଟିଏ ଲେଖାଏଁ ୱାର୍ଡରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନାହାନ୍ତି। ଏହା ସଂରକ୍ଷିତ ଥିବାରୁ ରାଜ୍ୟ ସରକାର ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୟନ କରିବେ । କଟକ ମେୟର ଏବଂ ବାରିପଦା ପୌରପାଳିକାର ଅଧ୍ୟକ୍ଷ ପାଇଁ ୧୬ ଜଣ ଲେଖାଏଁ ପ୍ରାର୍ଥୀ ମଇଦାନରେ ଅଛନ୍ତି । ସେହିପରି ଜୟପୁର ପୌରପାଳିକା ଅଧ୍ୟକ୍ଷ ପାଇଁ ୧୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି | ତେଣୁ ମେୟର ପଦ ଲାଗି ଏହି ସବୁ ସ୍ଥାନରେ ୨ଟି ଲେଖାଏଁ ଇଭିଏମ୍ ବ୍ୟବସ୍ଥା | କରାଯିବ ବୋଲି ଜଣାପଡ଼ିଛି।

https://www.thesakala.in/latest-odisha-news/campaigning-ends-today-for-municipal-elections/article-10144
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର