ପୌର ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ମୁତୟନ ହେବେ ୧୯୫ ପ୍ଲାଟୁନ ପୁଲିସ ଫୋର୍ସ

The Sakala Picture
Published On

ଭୁବନେଶ୍ବର: ପୌର ନିର୍ବାଚନ ପକ୍ରିୟାକୁ ନେଇ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୧୯୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ବିଏମିସି ପାଇଁ ୩୦, ସିଏମସି ପାଇଁ ୨୦ ଓ ବ୍ରହ୍ମପୁର ମୁନିସପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ପୋଲସି ଫୋର୍ସ ମୁତୟନ କରାଯିବ । ଏହାସହ ୩୦୦ ମୋବାଇଲ ପାର୍ଟି ରହିବେ । ସେଥି ମଧ୍ୟରୁ ୩ ମହାନଗର […]

ଭୁବନେଶ୍ବର: ପୌର ନିର୍ବାଚନ ପକ୍ରିୟାକୁ ନେଇ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୧୯୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ବିଏମିସି ପାଇଁ ୩୦, ସିଏମସି ପାଇଁ ୨୦ ଓ ବ୍ରହ୍ମପୁର ମୁନିସପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ପୋଲସି ଫୋର୍ସ ମୁତୟନ କରାଯିବ । ଏହାସହ ୩୦୦ ମୋବାଇଲ ପାର୍ଟି ରହିବେ । ସେଥି ମଧ୍ୟରୁ ୩ ମହାନଗର ନିଗମରେ ୧୦୯ଟି ରହିବେ । ପ୍ରତି ବୁଥରେ ଜଣେ ଲେଖାଏଁ କନେଷ୍ଟବଳ କିମ୍ବା ହାବିଲଦାର କିମ୍ବା ଆର୍ମ ଫୋର୍ସ ରହିବେ । କ୍ଲଷ୍ଟର ବୁଥରେ ଜଣେ ପୋଲିସ ଅଫିସର ସହ ୱାନ ଫୋରଥ ଫୋର୍ସ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ରହିବେ । ୫ଟି ସ୍ଥାନରେ ବଡ଼ର ସିଲି ପଏଣ୍ଟ ରହିବ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

୨୪ ମାର୍ଚ୍ଚ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ଯନ୍ତ ଭୋଟ ଗ୍ରହଣ କରାଯିବ । ଏଥିରେ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଙ୍ଗ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ରାଜ୍ୟରେ ସମୁଦାୟ ୧୭୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ। ୪୩୭୩ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ୫୮ଟି ୱାର୍ଡରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା କାଲି ୫ଟା ସୁଦ୍ଧା ପ୍ରଚାର ବନ୍ଦ ହେବ । ୨୬ ତାରିଖରେ କଡା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

21 Mar 2022 By The Sakala

ପୌର ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ମୁତୟନ ହେବେ ୧୯୫ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ବର: ପୌର ନିର୍ବାଚନ ପକ୍ରିୟାକୁ ନେଇ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୧୯୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ବିଏମିସି ପାଇଁ ୩୦, ସିଏମସି ପାଇଁ ୨୦ ଓ ବ୍ରହ୍ମପୁର ମୁନିସପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ପୋଲସି ଫୋର୍ସ ମୁତୟନ କରାଯିବ । ଏହାସହ ୩୦୦ ମୋବାଇଲ ପାର୍ଟି ରହିବେ । ସେଥି ମଧ୍ୟରୁ ୩ ମହାନଗର ନିଗମରେ ୧୦୯ଟି ରହିବେ । ପ୍ରତି ବୁଥରେ ଜଣେ ଲେଖାଏଁ କନେଷ୍ଟବଳ କିମ୍ବା ହାବିଲଦାର କିମ୍ବା ଆର୍ମ ଫୋର୍ସ ରହିବେ । କ୍ଲଷ୍ଟର ବୁଥରେ ଜଣେ ପୋଲିସ ଅଫିସର ସହ ୱାନ ଫୋରଥ ଫୋର୍ସ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ରହିବେ । ୫ଟି ସ୍ଥାନରେ ବଡ଼ର ସିଲି ପଏଣ୍ଟ ରହିବ ।

୨୪ ମାର୍ଚ୍ଚ ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ଯନ୍ତ ଭୋଟ ଗ୍ରହଣ କରାଯିବ । ଏଥିରେ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଙ୍ଗ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ ।

ରାଜ୍ୟରେ ସମୁଦାୟ ୧୭୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ। ୪୩୭୩ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ । ୫୮ଟି ୱାର୍ଡରେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଆସନ୍ତା କାଲି ୫ଟା ସୁଦ୍ଧା ପ୍ରଚାର ବନ୍ଦ ହେବ । ୨୬ ତାରିଖରେ କଡା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର