‘ଅପରାଜିତା ବିଜେପି ପାଇଁ କ୍ୟାନସର’ ସୋଲାର ଲାଇଟରୁ ଖାଇଛନ୍ତି ଦୁଇ କୋଟି କମିସନ
ଭୁବନେଶ୍ୱର : ‘କ୍ୟାନ୍ସରକୁ କାଟି ନ ଫିଙ୍ଗିଲେ ତାହା ମଣିଷ ଜୀବନ ନେଇଯାଏ।’ ସେହିପରି ଅପରାଜିତା ଷଡ଼ଙ୍ଗୀ ଆଗାମୀ ଭବିଷ୍ୟତରେ କ୍ୟାନ୍ସର ହୋଇ ଭାରତୀୟ ଜନତା ପାର୍ଟିକୁ ମୃତ୍ୟୁମୁଖକୁ ନେଇଯିବେ। ଭୁବନେଶ୍ୱରରେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏଭଳି କହି କଟାକ୍ଷ କରିଛନ୍ତି ଏକଦା ଅପରାଜିତାଙ୍କ ଏକାନ୍ତ ସହଯୋଗୀ ଥିବା ଦେବାଶିଷ ନାୟକ ଓରଫ୍ ବାପି। ଅପରାଜିତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦେବାଶିଷ। ଅପରାଜିତା ଲଗାଇଥିବା ସୋଲାର ଲାଇଟ୍ଗୁଡ଼ିକ ୨୨ହଜାର ଟଙ୍କା ବୋଲି କହୁଥିବା ବେଳେ […]
ଭୁବନେଶ୍ୱର : ‘କ୍ୟାନ୍ସରକୁ କାଟି ନ ଫିଙ୍ଗିଲେ ତାହା ମଣିଷ ଜୀବନ ନେଇଯାଏ।’ ସେହିପରି ଅପରାଜିତା ଷଡ଼ଙ୍ଗୀ ଆଗାମୀ ଭବିଷ୍ୟତରେ କ୍ୟାନ୍ସର ହୋଇ ଭାରତୀୟ ଜନତା ପାର୍ଟିକୁ ମୃତ୍ୟୁମୁଖକୁ ନେଇଯିବେ। ଭୁବନେଶ୍ୱରରେ ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏଭଳି କହି କଟାକ୍ଷ କରିଛନ୍ତି ଏକଦା ଅପରାଜିତାଙ୍କ ଏକାନ୍ତ ସହଯୋଗୀ ଥିବା ଦେବାଶିଷ ନାୟକ ଓରଫ୍ ବାପି।
ଅପରାଜିତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଦେବାଶିଷ। ଅପରାଜିତା ଲଗାଇଥିବା ସୋଲାର ଲାଇଟ୍ଗୁଡ଼ିକ ୨୨ହଜାର ଟଙ୍କା ବୋଲି କହୁଥିବା ବେଳେ ସେଗୁଡ଼ିକର ପ୍ରକୃତ ମୂଲ୍ୟ ମାତ୍ର ୧୦/୧୨ ହଜାର। ଅପରାଜିତା ପ୍ରାୟ ୫ କୋଟି ଟଙ୍କାର ସୋଲାର ଲାଇଟ୍ କିଣି ଦୁଇ କୋଟିରୁ ଅଧିକ ଟଙ୍କା କମିସନ ଖାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ଅଣରାଜନୈତିକ ସଙ୍ଗଠନ ‘ଅଜିତା’ କରି କେବଳ ବିଜେପିକୁ ଭାଗଭାଗ କରିନାହାନ୍ତି; ବରଂ ଅଜିତା ନାମରେ ମହିଳାମାନଙ୍କଠାରୁ ୫୦ ଟଙ୍କା ଲେଖାଁଏ ଆଦାୟ କରି ସଂସ୍ଥାକୁ ବନ୍ଦ କରି ଦେଇଛନ୍ତି।
ସେହିପରି ଜାତୀୟ ରାଜପଥରେ ନିର୍ମାଣ ହେଉଥିବା ବା ହୋଇସାରିଥିବା ଫ୍ଲାଏଓଭରଗୁଡ଼ିକରେ ସାଂସଦ ପାଣ୍ଠିରୁ ଟଙ୍କାଟିଏ ବିନିଯୋଗ ନକରି କେବଳ ନାଁ ନେବାକୁ ଜବରଦସ୍ତ ଫଳକ ମାରିଛନ୍ତି ବୋଲି ଦେବାଶିଷ କହିଛନ୍ତି। ନିଜେ ବିହାରୀ ହୋଇ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି। ଜଣେ ସାଂସଦ ହୋଇ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଓ ଓଡ଼ିଶା ରାଜନୀତିର ଅନ୍ୟତମ ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ‘ବିହାରୁଣୀ ସାଂସଦ ହଟାଅ, ଭୁବନେଶ୍ୱର ବଞ୍ଚାଅ’ ନାରା ଦେଇଥିଲେ।