ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାକୁ ନେଇ ଆସିଲା ବଡ଼ ଖବର, ପରିବାର ଅଦାଲତରେ ଶେଷ ହେଲା ମାମଲା

The Sakala Picture
Published On

କଟକ : ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆସିଛି ବଡ଼ ଖବର। ଏହି ସିନେ ଦମ୍ପତ୍ତିଙ୍କ ପାରିବାରିକ ବିବାଦ ଆଜି ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ଼ ନେଇଛି । କୋର୍ଟ ଲଢେଇରେ ଉଭୟଙ୍କୁ ଝଟକା ଲାଗିଛି। କଟକ ପରିବାର ଅଦାଲତ କୋର୍ଟ ଅନୁଭବ ମହାନ୍ତିଙ୍କ ବିବାହ ବିଛେଦକୁ ଅଗ୍ରାହ୍ୟ କରିବା ସହ ଏକତ୍ର ରହିବା ନେଇ ବର୍ଷା କରିଥିବା ଆବେଦନ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି। ଅନୁଭବଙ୍କ ଓକିଲ […]

କଟକ : ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆସିଛି ବଡ଼ ଖବର। ଏହି ସିନେ ଦମ୍ପତ୍ତିଙ୍କ ପାରିବାରିକ ବିବାଦ ଆଜି ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ଼ ନେଇଛି । କୋର୍ଟ ଲଢେଇରେ ଉଭୟଙ୍କୁ ଝଟକା ଲାଗିଛି। କଟକ ପରିବାର ଅଦାଲତ କୋର୍ଟ ଅନୁଭବ ମହାନ୍ତିଙ୍କ ବିବାହ ବିଛେଦକୁ ଅଗ୍ରାହ୍ୟ କରିବା ସହ ଏକତ୍ର ରହିବା ନେଇ ବର୍ଷା କରିଥିବା ଆବେଦନ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଅଭାବନୀୟ ଘଟଣା: ପ୍ରେମୀଯୁଗଳଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ଦୁର୍ବୁର୍ତ୍ତ

ଅନୁଭବଙ୍କ ଓକିଲ କହିଛନ୍ତି  ବର୍ଷାଙ୍କୁ ଛାଡ଼ପତ୍ର ଦେବାଲାଗି ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ । ଯାହାକୁ ହାଇକୋର୍ଟରେ ବର୍ଷା ଚ୍ୟାଲେଞ୍ଜ କରିଥିଲେ। ପରେ କଟକ ଫାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ। ଅନ୍ୟପଟେ ମାମଲାଟି ଶେଷ ହେବାରେ ବହୁ ବିଳମ୍ବ ହେଉଥିଲା, ଯାହା ହେଉ ଆଜି ମାମଲାଟି ଅନ୍ତ ହୋଇଛି ବୋଲି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ବିଷାକ୍ତ ଆମୋନିଆ ଗ୍ୟାସ ଲିକ୍, ପ୍ରବଳ ଦୁର୍ଗନ୍ଧ ହେବା ସହ ଲୋକେ ଅଣନିଶ୍ବାସୀ

ଲଳିତେନ୍ଦୁ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାଲାର ଆବେଦନକାରୀ ଥିଲେ ଅନୁଭବ ମହାନ୍ତି। ୨୦୨୦ ମସିହାରୁ ସେ ଏହି ମାମଲା ପଛରେ ଲାଗିଥିଲେ। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଟି ଶେଷ ହୋଇଛି। ଆମେ ଯେଉଁ ବିବାହ ବିଚ୍ଛେଦ ଆବେଦନ କରିଥିଲୁ, ତାହା ଖାରଜ ହୋଇଯାଇଛି। ସେହିପରି ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି। ତେଣୁ କେହି କାହା ପାଖରେ ରହିପାରିବେ ନାହିଁ। ତେବେ ଏ ସଂକ୍ରାନ୍ତରେ ବର୍ଷା ପ୍ରିୟଦର୍ଶିନୀ କିମ୍ବା ତାଙ୍କ ଓକିଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଆଗକୁ ରାଜ୍ୟର ଏହି ଚର୍ଚ୍ଚିତ ସିନେ ଦମ୍ପତ୍ତିଙ୍କ ପାରିବାରିକ ବିବାଦ କେଉଁ ମୋଡ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଆହୁରି ପଢ଼ନ୍ତୁ: ଭିଜୟ-ରଶ୍ମିକାଙ୍କ ବିବାହ ପରେ ଦିଅର ଆନନ୍ଦ ଖୋଲିଲେ ଗୁମର, ନୂଆ ଭାଉଜଙ୍କୁ କଲେ ଏମିତି ସ୍ୱାଗତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp