ଆସୁଛି ଆଉ ଏକ ଲଘୁଚାପ : ୫ରୁ ପୁଣି ବଢ଼ିବ ବର୍ଷା

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ପୁଣି ବର୍ଷା ବଢ଼ିବ। ଦୁଇ ଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତ ଅବସ୍ଥାରେ ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର ଛତିଶଗଡ଼ ଓ ଉତ୍ତର ଆନ୍ଧ୍ର ଉପରେ ସକ୍ରିୟ ରହିଛି। ଧୀରେ ଧୀରେ ଏହା ଓଡ଼ିଶାଠାରୁ ଦୂରେଇ ଯିବ। ଫଳରେ ରାଜ୍ୟରେ ପୂର୍ବାପେକ୍ଷା ବର୍ଷାର ପ୍ରଭାବ ହ୍ରାସ ପାଇବ। ମାତ୍ର ୪ କିମ୍ବା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା […]

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ପୁଣି ବର୍ଷା ବଢ଼ିବ। ଦୁଇ ଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତ ଅବସ୍ଥାରେ ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର ଛତିଶଗଡ଼ ଓ ଉତ୍ତର ଆନ୍ଧ୍ର ଉପରେ ସକ୍ରିୟ ରହିଛି। ଧୀରେ ଧୀରେ ଏହା ଓଡ଼ିଶାଠାରୁ ଦୂରେଇ ଯିବ। ଫଳରେ ରାଜ୍ୟରେ ପୂର୍ବାପେକ୍ଷା ବର୍ଷାର ପ୍ରଭାବ ହ୍ରାସ ପାଇବ। ମାତ୍ର ୪ କିମ୍ବା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଏହି ଲଘୁଚାପ ଘନୀଭୂତ ହୋଇ ଅବପାତରେ ମଧ୍ୟ ପରଣିତ ହୋଇପାରେ। ତେଣୁ ୫ ତାରିଖରୁ ଆଉ ଏକ ପର୍ଯ୍ୟାୟରେ ବର୍ଷାର ପ୍ରଭାବ ବଢ଼ିବା ନେଇ ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। କାଁ ଭାଁ ଅଞ୍ଚଳରେ ବର୍ଷା ହୋଇପାରେ। ତେବେ ୫ରୁ ପୁଣି ବର୍ଷା ବଢ଼ିବ। ୫ ତାରିଖରେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କ ସୂଚନା ଜାରୀ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା

ଅନ୍ୟପଟେ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ମିଶ୍ରିତ ପାଗ ଅନୁଭୂତ ହୋଇଛି। ଦିନରେ ପାଗ କିଛି ସ୍ଥାନରେ ଖରାଟିଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଗତ ୨୪ ଘଣ୍ଟାରେ ତାଳଚେର ୨୦ ମିମି. ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ୧୭ ମିମି., ମାଲକାନଗିରିରେ ୧୧ମିମି. ଓ ଯାଜପୁରରେ ୧୦ ମିମି.ି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ୍‌ ୧ରୁ ଏଯାବତ୍‌ ୮୨୪.୯ ମିମି. ବର୍ଷା ରେକର୍ଡ ହୋଇଛି। ଏବେବି ରାଜ୍ୟରେ ସ୍ୱାଭାବିକ ତୁଳନାରେ ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା

02 Sep 2024 By The Sakala

ଆସୁଛି ଆଉ ଏକ ଲଘୁଚାପ : ୫ରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ପୁଣି ବର୍ଷା ବଢ଼ିବ। ଦୁଇ ଦିନ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତ ଅବସ୍ଥାରେ ଦକ୍ଷିଣ ଓଡ଼ିଶା ସଂଲଗ୍ନ ଉତ୍ତର ଛତିଶଗଡ଼ ଓ ଉତ୍ତର ଆନ୍ଧ୍ର ଉପରେ ସକ୍ରିୟ ରହିଛି। ଧୀରେ ଧୀରେ ଏହା ଓଡ଼ିଶାଠାରୁ ଦୂରେଇ ଯିବ। ଫଳରେ ରାଜ୍ୟରେ ପୂର୍ବାପେକ୍ଷା ବର୍ଷାର ପ୍ରଭାବ ହ୍ରାସ ପାଇବ। ମାତ୍ର ୪ କିମ୍ବା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହି ଲଘୁଚାପ ଘନୀଭୂତ ହୋଇ ଅବପାତରେ ମଧ୍ୟ ପରଣିତ ହୋଇପାରେ। ତେଣୁ ୫ ତାରିଖରୁ ଆଉ ଏକ ପର୍ଯ୍ୟାୟରେ ବର୍ଷାର ପ୍ରଭାବ ବଢ଼ିବା ନେଇ ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ। କାଁ ଭାଁ ଅଞ୍ଚଳରେ ବର୍ଷା ହୋଇପାରେ। ତେବେ ୫ରୁ ପୁଣି ବର୍ଷା ବଢ଼ିବ। ୫ ତାରିଖରେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ସତର୍କ ସୂଚନା ଜାରୀ କରିଛି।

ଅନ୍ୟପଟେ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ମିଶ୍ରିତ ପାଗ ଅନୁଭୂତ ହୋଇଛି। ଦିନରେ ପାଗ କିଛି ସ୍ଥାନରେ ଖରାଟିଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଗତ ୨୪ ଘଣ୍ଟାରେ ତାଳଚେର ୨୦ ମିମି. ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ୧୭ ମିମି., ମାଲକାନଗିରିରେ ୧୧ମିମି. ଓ ଯାଜପୁରରେ ୧୦ ମିମି.ି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଜୁନ୍‌ ୧ରୁ ଏଯାବତ୍‌ ୮୨୪.୯ ମିମି. ବର୍ଷା ରେକର୍ଡ ହୋଇଛି। ଏବେବି ରାଜ୍ୟରେ ସ୍ୱାଭାବିକ ତୁଳନାରେ ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୨୦ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଓ ୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର