ବିଧବା ମହିଳାଙ୍କୁ ପ୍ରେମ କରି ହଟହଟା ହେଲେ ପ୍ରେମିକ, ହାତବାନ୍ଧି ଗାଁ ଦାଣ୍ଡରେ ବୁଲାଇବା ସହ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

The Sakala Picture
Published On

ଅନୁଗୋଳ: ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା ଓ ପ୍ରେମିକ । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଉଭୟ । ବିଧବା ମହିଳା ଓ ପ୍ରେମିକକୁ ଅଂସଯତ ଅବସ୍ଥାରେ ଘରୁ ଉଦ୍ଧାର କରି ମାଡ ମାରିବା ସହ ,ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଡେଇଁ ବୁଲୁଛି । ଆଉ ଏହି ଭିଡ଼ିଓ ଟି ତାଳଚେର କଣ୍ଢାଳ ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡିଛି। […]

ଅନୁଗୋଳ: ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା ଓ ପ୍ରେମିକ । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଉଭୟ । ବିଧବା ମହିଳା ଓ ପ୍ରେମିକକୁ ଅଂସଯତ ଅବସ୍ଥାରେ ଘରୁ ଉଦ୍ଧାର କରି ମାଡ ମାରିବା ସହ ,ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଡେଇଁ ବୁଲୁଛି । ଆଉ ଏହି ଭିଡ଼ିଓ ଟି ତାଳଚେର କଣ୍ଢାଳ ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ସୂଚନା ଅନୁସାରେ ସେହି ଅଞ୍ଚଳର ଜଣେ ବିଧବା ମହିଳା ଖଣିରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି । ବିବାହର ଅଳ୍ପ ଦିନପରେ ତାଙ୍କ ସ୍ବାମୀ ମୃତ୍ୟୁ ମୁଖରେ ପଡିଥିବାବେଳେ ସେ ତାଙ୍କ ଶଶୁର ଘରେ ରୁହନ୍ତି । ତେବେ ଗତ କିଛିଦିନ ହେଲା ବାଲୁଗାଁ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଫଳରେ ଯୁବକ ଜଣଙ୍କ ଲୁଚିଛପି ଆସି ମହିଳାଙ୍କୁ ଦେଖା କରନ୍ତି । ତେବେ ଗତକାଲି ରାତିରେ ମଧ୍ୟ ଯୁବକ ଜଣଙ୍କ ମହିଳାଙ୍କ ନିକଟକୁ ଆସିଥିବା ବେଳେ ଶଶୁର ଘର ଲୋକ ଜାଣିପାରି ଉଭୟ ଥିବା କୋଠରୀ ବାହାରୁ ତାଲା ପକାଇ ଦେଇଥିଲେ । ଆଉ ସକାଳେ ସାହି ଲୋକଙ୍କ ଉପସ୍ଥିତିରେ କବାଟ ଖୋଲିବା ପରେ ଉଭୟଙ୍କୁ ମାଡ ମାରିବା ସହ ଏକ ଦଉଡିରେ ବାନ୍ଧି ଦେଇଥିଲେ । ଏତିକିରେ ରହି ନଥିଲେ ସାହି ଲୋକ କି ଶାଶୁ ଘର ଲୋକ । ଉଭୟଙ୍କୁ ଏକାଠି ବାନ୍ଧି ରାସ୍ତାରେ ବୁଲାଇଥିଲେ । ଆଇନକୁ ହାତକୁ ନେଇ ଏଭଳି ରାସ୍ତାରେ ବୁଲାଇଥିବା ବେଳେ ଦେଖଣାହାରୀ ସାଜିଥିଲେ ଅନେକ ଲୋକ । କିଏ ତାଛଲ୍ୟ କରୁଥିଲା ତ କିଏ ମୋବାଇଲରେ ଭିଡ଼ିଓ ଉଠାଇ ମଜା ନେଉଥିଲା । ପ୍ରାୟ ୨ ଘଣ୍ଟା ଏଭଳି ତାମସା ଚାଲିଥିଲା ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ପରେ ପ୍ରେମିକର ପରିବାର ଲୋକଙ୍କୁ ଡକାଇ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା କରି ଛାଡି ଦେଇଥିଲେ । ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଆଇନର ଆଶ୍ରୟ ନ ନେଇ ଲୋକ କାହିଁକି ଆଇନକୁ ହାତକୁ ନେଲେ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ସେପଟେ ଏ ନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି । ତେବେ ଆଇନକୁ ହାତକୁ ନେଇଥିବା ଲୋକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଅନ୍ୟ କିଛି ଆଲୋଚନା କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

15 Jun 2023 By The Sakala

ବିଧବା ମହିଳାଙ୍କୁ ପ୍ରେମ କରି ହଟହଟା ହେଲେ ପ୍ରେମିକ, ହାତବାନ୍ଧି ଗାଁ ଦାଣ୍ଡରେ ବୁଲାଇବା ସହ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଅନୁଗୋଳ: ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା ଓ ପ୍ରେମିକ । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ଉଭୟ । ବିଧବା ମହିଳା ଓ ପ୍ରେମିକକୁ ଅଂସଯତ ଅବସ୍ଥାରେ ଘରୁ ଉଦ୍ଧାର କରି ମାଡ ମାରିବା ସହ ,ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଡେଇଁ ବୁଲୁଛି । ଆଉ ଏହି ଭିଡ଼ିଓ ଟି ତାଳଚେର କଣ୍ଢାଳ ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡିଛି।

ସୂଚନା ଅନୁସାରେ ସେହି ଅଞ୍ଚଳର ଜଣେ ବିଧବା ମହିଳା ଖଣିରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି । ବିବାହର ଅଳ୍ପ ଦିନପରେ ତାଙ୍କ ସ୍ବାମୀ ମୃତ୍ୟୁ ମୁଖରେ ପଡିଥିବାବେଳେ ସେ ତାଙ୍କ ଶଶୁର ଘରେ ରୁହନ୍ତି । ତେବେ ଗତ କିଛିଦିନ ହେଲା ବାଲୁଗାଁ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଫଳରେ ଯୁବକ ଜଣଙ୍କ ଲୁଚିଛପି ଆସି ମହିଳାଙ୍କୁ ଦେଖା କରନ୍ତି । ତେବେ ଗତକାଲି ରାତିରେ ମଧ୍ୟ ଯୁବକ ଜଣଙ୍କ ମହିଳାଙ୍କ ନିକଟକୁ ଆସିଥିବା ବେଳେ ଶଶୁର ଘର ଲୋକ ଜାଣିପାରି ଉଭୟ ଥିବା କୋଠରୀ ବାହାରୁ ତାଲା ପକାଇ ଦେଇଥିଲେ । ଆଉ ସକାଳେ ସାହି ଲୋକଙ୍କ ଉପସ୍ଥିତିରେ କବାଟ ଖୋଲିବା ପରେ ଉଭୟଙ୍କୁ ମାଡ ମାରିବା ସହ ଏକ ଦଉଡିରେ ବାନ୍ଧି ଦେଇଥିଲେ । ଏତିକିରେ ରହି ନଥିଲେ ସାହି ଲୋକ କି ଶାଶୁ ଘର ଲୋକ । ଉଭୟଙ୍କୁ ଏକାଠି ବାନ୍ଧି ରାସ୍ତାରେ ବୁଲାଇଥିଲେ । ଆଇନକୁ ହାତକୁ ନେଇ ଏଭଳି ରାସ୍ତାରେ ବୁଲାଇଥିବା ବେଳେ ଦେଖଣାହାରୀ ସାଜିଥିଲେ ଅନେକ ଲୋକ । କିଏ ତାଛଲ୍ୟ କରୁଥିଲା ତ କିଏ ମୋବାଇଲରେ ଭିଡ଼ିଓ ଉଠାଇ ମଜା ନେଉଥିଲା । ପ୍ରାୟ ୨ ଘଣ୍ଟା ଏଭଳି ତାମସା ଚାଲିଥିଲା ।

ପରେ ପ୍ରେମିକର ପରିବାର ଲୋକଙ୍କୁ ଡକାଇ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନା କରି ଛାଡି ଦେଇଥିଲେ । ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡ଼ିଓ ଏବେ ସୋସିଆଲ ମେଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଆଇନର ଆଶ୍ରୟ ନ ନେଇ ଲୋକ କାହିଁକି ଆଇନକୁ ହାତକୁ ନେଲେ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି । ସେପଟେ ଏ ନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନଥିବା ଜଣା ପଡିଛି । ତେବେ ଆଇନକୁ ହାତକୁ ନେଇଥିବା ଲୋକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଅନ୍ୟ କିଛି ଆଲୋଚନା କରୁଛନ୍ତି ।

https://www.thesakala.in/latest-odisha-news/angul/widow-woman-and-her-alleged-lover-tied-up-brutally-thrashed-by-villagers/article-22608
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର