ଉନ୍ନତମାନର ପିଜୁଳି ଚାଷ କରି ଲକ୍ଷପତି ହୋଇପାରିଛନ୍ତି ଅନୁଗୋଳର ସୁବାସ ଚନ୍ଦ୍ର ପ୍ରଧାନ

The Sakala Picture
Published On

ଅନୁଗୋଳ(ସଂଗ୍ରାମ ଦାସ): ଉନ୍ନତମାନର ପିଜୁଳି ଚାଷ କରି ଲକ୍ଷପତି। ଯେଉଁଠି ଦିନେ ବିଭିନ୍ନ ପ୍ରକାର ପନିପରିବା ଚାଷ ହେଉଥିଲା, ସେଠାରେ ଆଜି ହଜାର ହଜାର ପିଜୁଳି ଗଛ। ଗଛଗୁଡିକରେ ପେନ୍ଥା ପେନ୍ଥା ବଡ଼ ବଡ଼ ପିଜୁଳି। ବର୍ଷକୁ ୧୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର ହେଉଛି। ଏହି ମାଟି ଓ ଜଳବାୟୁରେ ମଧ୍ୟ ପିଜୁଳି ଚାଷକରି ଲାଭବାନ ହୋଇପାରିବା ବୋଲି ପ୍ରମାଣିତ କରିପାରିଛନ୍ତି ଅନୁଗୋଳ ବ୍ଲକ ଖାଲଗାଁର ଚାଷୀ ସୁବାସ ଚନ୍ଦ୍ର ପ୍ରଧାନ। ଅନୁଗୋଳ ବ୍ଲକର ଖାଲଗାଁ […]

ଅନୁଗୋଳ(ସଂଗ୍ରାମ ଦାସ): ଉନ୍ନତମାନର ପିଜୁଳି ଚାଷ କରି ଲକ୍ଷପତି। ଯେଉଁଠି ଦିନେ ବିଭିନ୍ନ ପ୍ରକାର ପନିପରିବା ଚାଷ ହେଉଥିଲା, ସେଠାରେ ଆଜି ହଜାର ହଜାର ପିଜୁଳି ଗଛ। ଗଛଗୁଡିକରେ ପେନ୍ଥା ପେନ୍ଥା ବଡ଼ ବଡ଼ ପିଜୁଳି। ବର୍ଷକୁ ୧୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର ହେଉଛି। ଏହି ମାଟି ଓ ଜଳବାୟୁରେ ମଧ୍ୟ ପିଜୁଳି ଚାଷକରି ଲାଭବାନ ହୋଇପାରିବା ବୋଲି ପ୍ରମାଣିତ କରିପାରିଛନ୍ତି ଅନୁଗୋଳ ବ୍ଲକ ଖାଲଗାଁର ଚାଷୀ ସୁବାସ ଚନ୍ଦ୍ର ପ୍ରଧାନ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ଅନୁଗୋଳ ବ୍ଲକର ଖାଲଗାଁ ହେଉଛି ଏକ ଚାଷୀବହୁଳ ଗାଁ। ସେହି ଗାଁର ବାସିନ୍ଦା ସୁବାସ ଚନ୍ଦ୍ର ପ୍ରଧାନ। ତାଙ୍କର ପ୍ରଧାନ ଜୀବିକା ହେଉଛି କୃଷି। ନିଜ ଗାଁ ପାଖ ପ୍ରାୟ ଦୁଇ ଏକର ଜମିରେ ସେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଆସୁଥିଲେ। ହେଲେ ଜଳବାୟୁ ପରିବର୍ତ୍ତନ ଯୋଗୁ ପନିପରିବାରେ ସେତେଟା ଲାଭ ହେଲାନାହିଁ। ତେଣୁ ସେ ନିଷ୍ପତ୍ତି ନେଲେ ଅନ୍ୟ କିଛି ଫସଲ କରିବା ପାଇଁ। ରାଜ୍ୟର ବିଭିନ୍ନ କୃଷିଭିତ୍ତିକ ଅନୁଷ୍ଠାନ ଏବଂ ସୁଦୂର କଲିକତା ଯାଇ ବିଶେଷଜ୍ଞମାନଙ୍କ ଠାରୁ ପରାମର୍ଶ ନେଇ ପିଜୁଳି ଚାଷ ଆରମ୍ଭ କଲେ। ପ୍ରଥମେ ଗତ ୨୦୨୧ରେ କଲିକତାରୁ ଚାରା ଆଣି ଲଗାଇଲେ। ସେଥିରେ ସେ ସଫଳ ହେଲେ। ଏବେ ପ୍ରାୟ ୧୪ ଶହରୁ ଅଧିକ ଗଛ ଲାଗିଛି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସବୁଠାରୁ ବଡ଼ କଥା ହେଉଛି ସେ କୌଣସି ପ୍ରକାର ରାସାୟନିକ ସାର ବ୍ୟବହାର କରୁନାହାନ୍ତି। ଜୈବିକ ସାର ପ୍ରୟୋଗ କରି ବେସ ସଫଳତା ପାଇପାରିଛନ୍ତି। ଏହି ପ୍ରଜାତିର ପିଜୁଳି ଗଛରେ ବର୍ଷକୁ ଦୁଇଥର ଫଳ ଅମଳ ହୁଏ। ଗୋଟିଏ ଗୋଟିଏ ଗଛରେ ୧୫କେଜି ପିଜୁଳି ଫଳେ। ତେଣୁ ସେ ଲଗାଇଥିବା ୧୪ଶହ ଗଛରେ କୁଇଣ୍ଟାଲ କୁଇଣ୍ଟାଲ ପିଜୁଳି ଫଳୁଛି। ବେପାରୀ ସେଠାକୁ ଆସି କେଜି ପ୍ରତି ୪୦ ରୁ ୫୦ ଟଙ୍କା ଦରରେ କିଣି ନେଉଛନ୍ତି। ଏହି ପ୍ରଜାତିର ପିଜୁଳି ବହୁତ ସ୍ୱାଦିଷ୍ଟ। ଖାଇବାକୁ ଭାରି ଭଲ ଲାଗେ। ଏହାଛଡା ଏହି ପିଜୁଳି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଥିବାରୁ ଶରୀର ପାଇଁ କିଛି କ୍ଷତିକାରକ ନୁହେଁ। ତେଣୁ ଏନେଇ ଲୋକଙ୍କର ଚାହିଦା ରହିଛି। ଏଠାରୁ ଯେତିକି ଉତ୍ପାଦନ ହେଉଛି, ସେତିକି ଜିଲ୍ଲା ଭିତରେ ହିଁ ବିକ୍ରି ହୋଇଯାଉଛି। ତେଣୁ ବାହାରକୁ ବିକ୍ରି ପାଇଁ ପଠା ଯାଇପାରୁନାହିଁ। ଆଗକୁ ଆହୁରି ଅଧିକ ଗଛ ଲଗାଇ ଅଧିକ ଉତ୍ପାଦନ କରି ବାହାରକୁ ପଠାଇବାର ଲକ୍ଷ୍ୟ ରଖିଛନ୍ତି ସୁବାସ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ଏ ଅଞ୍ଚଳର ବରିଷ୍ଠ ଚାଷୀମାନଙ୍କ କହିବା କଥା ହେଲା, ଏହି ଜମିରେ ବିଭିନ୍ନ ପ୍ରକାର ପନିପରିବା ଚାଷ ହେଉଥିଲା। କିନ୍ତୁ ଅନିୟମିତ ବର୍ଷା, ଅତ୍ୟଧିକ ଖରା ଉତ୍ତାପ ଯୋଗୁଁ ଏହି ଚାଷରେ କ୍ଷତି ସହିବାକୁ ପଡୁଥିଲା। ତେବେ ଏଭଳି ପରିସ୍ଥିତିରେ ସୁବାସ ନିଜେ ନିଜ ଉଦ୍ୟମରେ ଏଠାରେ ପିଜୁଳି ଚାଷ କଲେ। ଭଲ ଫଳ ଫଳିବା ସହ ଭଲ ଲାଭ ମଧ୍ୟ ହେଉଛି। ତେଣୁ ଚାଷୀମାନେ ମଧ୍ୟ ଏମିତି ଏକ ଲାଭଦାୟକ ଫସଲ କରିବା ଆବଶ୍ୟକ। ଏବେ ଆଖପାଖ ଗାଁ ଗୁଡିକରୁ ପ୍ରତ୍ୟେକ ଦିନ ଅନେକ ଚାଷୀ ଆସୁଛନ୍ତି। ସୁବାସଙ୍କ ପିଜୁଳି ବଗିଚା ଦେଖୁଛନ୍ତି। ସୁବାସଙ୍କଠାରୁ ଜ୍ଞାନକୌଶଳ ଶିକ୍ଷା କରୁଛନ୍ତି। ପିଜୁଳି ଚାଷକରି ସୁବାସ ଏବେ ଅନ୍ୟ ଚାଷୀମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ତେଣୁ ଆଗାମୀ ଦିନରେ ଅନୁଗୋଳ ଜିଲ୍ଲାରେ ପିଜୁଳି ଚାଷୀଙ୍କ ସଂଖ୍ୟା ବଢ଼଼ିବାର ଆଶା କରାଯାଉଛି।

28 Jul 2024 By The Sakala

ଉନ୍ନତମାନର ପିଜୁଳି ଚାଷ କରି ଲକ୍ଷପତି ହୋଇପାରିଛନ୍ତି ଅନୁଗୋଳର ସୁବାସ ଚନ୍ଦ୍ର ପ୍ରଧାନ

ଅନୁଗୋଳ(ସଂଗ୍ରାମ ଦାସ): ଉନ୍ନତମାନର ପିଜୁଳି ଚାଷ କରି ଲକ୍ଷପତି। ଯେଉଁଠି ଦିନେ ବିଭିନ୍ନ ପ୍ରକାର ପନିପରିବା ଚାଷ ହେଉଥିଲା, ସେଠାରେ ଆଜି ହଜାର ହଜାର ପିଜୁଳି ଗଛ। ଗଛଗୁଡିକରେ ପେନ୍ଥା ପେନ୍ଥା ବଡ଼ ବଡ଼ ପିଜୁଳି। ବର୍ଷକୁ ୧୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର ହେଉଛି। ଏହି ମାଟି ଓ ଜଳବାୟୁରେ ମଧ୍ୟ ପିଜୁଳି ଚାଷକରି ଲାଭବାନ ହୋଇପାରିବା ବୋଲି ପ୍ରମାଣିତ କରିପାରିଛନ୍ତି ଅନୁଗୋଳ ବ୍ଲକ ଖାଲଗାଁର ଚାଷୀ ସୁବାସ ଚନ୍ଦ୍ର ପ୍ରଧାନ।

ଅନୁଗୋଳ ବ୍ଲକର ଖାଲଗାଁ ହେଉଛି ଏକ ଚାଷୀବହୁଳ ଗାଁ। ସେହି ଗାଁର ବାସିନ୍ଦା ସୁବାସ ଚନ୍ଦ୍ର ପ୍ରଧାନ। ତାଙ୍କର ପ୍ରଧାନ ଜୀବିକା ହେଉଛି କୃଷି। ନିଜ ଗାଁ ପାଖ ପ୍ରାୟ ଦୁଇ ଏକର ଜମିରେ ସେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଆସୁଥିଲେ। ହେଲେ ଜଳବାୟୁ ପରିବର୍ତ୍ତନ ଯୋଗୁ ପନିପରିବାରେ ସେତେଟା ଲାଭ ହେଲାନାହିଁ। ତେଣୁ ସେ ନିଷ୍ପତ୍ତି ନେଲେ ଅନ୍ୟ କିଛି ଫସଲ କରିବା ପାଇଁ। ରାଜ୍ୟର ବିଭିନ୍ନ କୃଷିଭିତ୍ତିକ ଅନୁଷ୍ଠାନ ଏବଂ ସୁଦୂର କଲିକତା ଯାଇ ବିଶେଷଜ୍ଞମାନଙ୍କ ଠାରୁ ପରାମର୍ଶ ନେଇ ପିଜୁଳି ଚାଷ ଆରମ୍ଭ କଲେ। ପ୍ରଥମେ ଗତ ୨୦୨୧ରେ କଲିକତାରୁ ଚାରା ଆଣି ଲଗାଇଲେ। ସେଥିରେ ସେ ସଫଳ ହେଲେ। ଏବେ ପ୍ରାୟ ୧୪ ଶହରୁ ଅଧିକ ଗଛ ଲାଗିଛି।

ସବୁଠାରୁ ବଡ଼ କଥା ହେଉଛି ସେ କୌଣସି ପ୍ରକାର ରାସାୟନିକ ସାର ବ୍ୟବହାର କରୁନାହାନ୍ତି। ଜୈବିକ ସାର ପ୍ରୟୋଗ କରି ବେସ ସଫଳତା ପାଇପାରିଛନ୍ତି। ଏହି ପ୍ରଜାତିର ପିଜୁଳି ଗଛରେ ବର୍ଷକୁ ଦୁଇଥର ଫଳ ଅମଳ ହୁଏ। ଗୋଟିଏ ଗୋଟିଏ ଗଛରେ ୧୫କେଜି ପିଜୁଳି ଫଳେ। ତେଣୁ ସେ ଲଗାଇଥିବା ୧୪ଶହ ଗଛରେ କୁଇଣ୍ଟାଲ କୁଇଣ୍ଟାଲ ପିଜୁଳି ଫଳୁଛି। ବେପାରୀ ସେଠାକୁ ଆସି କେଜି ପ୍ରତି ୪୦ ରୁ ୫୦ ଟଙ୍କା ଦରରେ କିଣି ନେଉଛନ୍ତି। ଏହି ପ୍ରଜାତିର ପିଜୁଳି ବହୁତ ସ୍ୱାଦିଷ୍ଟ। ଖାଇବାକୁ ଭାରି ଭଲ ଲାଗେ। ଏହାଛଡା ଏହି ପିଜୁଳି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଥିବାରୁ ଶରୀର ପାଇଁ କିଛି କ୍ଷତିକାରକ ନୁହେଁ। ତେଣୁ ଏନେଇ ଲୋକଙ୍କର ଚାହିଦା ରହିଛି। ଏଠାରୁ ଯେତିକି ଉତ୍ପାଦନ ହେଉଛି, ସେତିକି ଜିଲ୍ଲା ଭିତରେ ହିଁ ବିକ୍ରି ହୋଇଯାଉଛି। ତେଣୁ ବାହାରକୁ ବିକ୍ରି ପାଇଁ ପଠା ଯାଇପାରୁନାହିଁ। ଆଗକୁ ଆହୁରି ଅଧିକ ଗଛ ଲଗାଇ ଅଧିକ ଉତ୍ପାଦନ କରି ବାହାରକୁ ପଠାଇବାର ଲକ୍ଷ୍ୟ ରଖିଛନ୍ତି ସୁବାସ।

ଏ ଅଞ୍ଚଳର ବରିଷ୍ଠ ଚାଷୀମାନଙ୍କ କହିବା କଥା ହେଲା, ଏହି ଜମିରେ ବିଭିନ୍ନ ପ୍ରକାର ପନିପରିବା ଚାଷ ହେଉଥିଲା। କିନ୍ତୁ ଅନିୟମିତ ବର୍ଷା, ଅତ୍ୟଧିକ ଖରା ଉତ୍ତାପ ଯୋଗୁଁ ଏହି ଚାଷରେ କ୍ଷତି ସହିବାକୁ ପଡୁଥିଲା। ତେବେ ଏଭଳି ପରିସ୍ଥିତିରେ ସୁବାସ ନିଜେ ନିଜ ଉଦ୍ୟମରେ ଏଠାରେ ପିଜୁଳି ଚାଷ କଲେ। ଭଲ ଫଳ ଫଳିବା ସହ ଭଲ ଲାଭ ମଧ୍ୟ ହେଉଛି। ତେଣୁ ଚାଷୀମାନେ ମଧ୍ୟ ଏମିତି ଏକ ଲାଭଦାୟକ ଫସଲ କରିବା ଆବଶ୍ୟକ। ଏବେ ଆଖପାଖ ଗାଁ ଗୁଡିକରୁ ପ୍ରତ୍ୟେକ ଦିନ ଅନେକ ଚାଷୀ ଆସୁଛନ୍ତି। ସୁବାସଙ୍କ ପିଜୁଳି ବଗିଚା ଦେଖୁଛନ୍ତି। ସୁବାସଙ୍କଠାରୁ ଜ୍ଞାନକୌଶଳ ଶିକ୍ଷା କରୁଛନ୍ତି। ପିଜୁଳି ଚାଷକରି ସୁବାସ ଏବେ ଅନ୍ୟ ଚାଷୀମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ତେଣୁ ଆଗାମୀ ଦିନରେ ଅନୁଗୋଳ ଜିଲ୍ଲାରେ ପିଜୁଳି ଚାଷୀଙ୍କ ସଂଖ୍ୟା ବଢ଼଼ିବାର ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର