ସଜେଇ ହେଉଛି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ: ନଭେମ୍ବର ୧୫ରୁ ବାଲୁକା କଟେଜର ମଜ୍ଜା ନେବେ ପର୍ଯ୍ଯଟକ

The Sakala Picture
Published On

ଗଣିଆ: ଶୀତଋତୁ ଆସିଲେ ପର୍ଯ୍ଯଟନସ୍ଥଳୀ ଚଳଚଞ୍ଚଳ ହୋଇ ଉଠେ। ପର୍ଯ୍ଯଟକଙ୍କ ଗହଳୀ ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିରେ ଅବସର ବିନୋଦନର ଭରପୁର ମଜ୍ଜା ଆସିଥାଏ । ରାଜ୍ୟର ପ୍ରମୁଖ ପର୍ଯ୍ଯଟନସ୍ଥଳୀ ମଧ୍ୟରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସାଉଥ୍ ବଡ଼ମୂଳ ମଙ୍ଗାନାସୀଠାରେ ଥିବା ପ୍ରାକୃତିକ ପର୍ଯ୍ଯଟନସ୍ଥଳୀ ‘ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ’ ଅନ୍ୟତମ। ପ୍ରତିବର୍ଷ ଭଳି ଚଳିତ ବର୍ଷ ପର୍ଯ୍ଯଟକଙ୍କ ପାଇଁ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ସଜେଇ ହେଉଥିବା ଦେଖିବାକୁ ମିଳିଛି । ଲଘୁଚାପ ଜନିତ ଲଗାଣ ବର୍ଷା […]

ଗଣିଆ: ଶୀତଋତୁ ଆସିଲେ ପର୍ଯ୍ଯଟନସ୍ଥଳୀ ଚଳଚଞ୍ଚଳ ହୋଇ ଉଠେ। ପର୍ଯ୍ଯଟକଙ୍କ ଗହଳୀ ଭୋଜିଭାତ ସାଙ୍ଗକୁ ପ୍ରକୃତିର ଶୋଭାରାଜିରେ ଅବସର ବିନୋଦନର ଭରପୁର ମଜ୍ଜା ଆସିଥାଏ । ରାଜ୍ୟର ପ୍ରମୁଖ ପର୍ଯ୍ଯଟନସ୍ଥଳୀ ମଧ୍ୟରେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସାଉଥ୍ ବଡ଼ମୂଳ ମଙ୍ଗାନାସୀଠାରେ ଥିବା ପ୍ରାକୃତିକ ପର୍ଯ୍ଯଟନସ୍ଥଳୀ ‘ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ’ ଅନ୍ୟତମ। ପ୍ରତିବର୍ଷ ଭଳି ଚଳିତ ବର୍ଷ ପର୍ଯ୍ଯଟକଙ୍କ ପାଇଁ ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ସଜେଇ ହେଉଥିବା ଦେଖିବାକୁ ମିଳିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମହାନଦୀର ବାଲୁକା ଶଯ୍ଯାରେ ଲାଗୁଥିବା କଟେଜ୍ ଗୁଡିକର ନିର୍ମାଣ କାର୍ଯ୍ଯ ବିଳମ୍ବ ହୋଇଥିଲେ ମଧ୍ୟ ଚଳିତ ନଭେମ୍ବର ୧୫ରେ ଏହାର ଶୁଭ ଉଦଘାଟନ କରାଯିବା ପାଇଁ ଦିନ ସ୍ଥିର ହୋଇଛି । ଏନେଇ ମୁଦୁଲିଗାଡିଆ ମାଆ ସାତଭଉଣୀ ପର୍ଯ୍ଯଟନ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

ପୂର୍ବ ବର୍ଷ ପରି ମହାନଦୀର ବିସ୍ତିର୍ଣ୍ଣ ବାଲୁକା ଶଯ୍ଯା ଉପରେ ଚଳିତ ବର୍ଷ ୧୬ ଟି ଅଣ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯିବ । ପଯ୍ଯଟକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ପଯ୍ଯଟନ ବିଭାଗର ନିର୍ଦ୍ଦେଶ କ୍ରମେ ଆବଶ୍ୟକ ସ୍ଥଳେ ଟେଣ୍ଟ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି । ସାତକୋଶିଆ ଗଣ୍ଡକୁ ଲାଗି ରହିଥିବା ଏହି ପର୍ଯ୍ଯଟନସ୍ଥଳୀ ନିକଟରେ ମହାନଦୀର ନୀଳ ଜଳରାଶି ଉପରେ ବୋଣ୍ଟିଂର ମଜ୍ଜା ଚଳିତ ବର୍ଷ ପର୍ଯ୍ଯଟକଙ୍କୁ ବେଶ୍ ଆକୃଷ୍ଟ କରିବ ବୋଲି ଚର୍ଚ୍ଚା ହେଉଛି । ସେହିପରି, ପିଲାଙ୍କ ପାଇଁ ଖେଳଣା ପାର୍କ, ଦୋଳି, ପର୍ଯ୍ଯଟକଙ୍କ ପାଇଁ ଭଲି, ବ୍ୟାଟମିଣ୍ଟନ, ସାଇକେଲିଂ, ଜଙ୍ଗଲ ଟ୍ରାକିଂ, ରୋପ ୱେ, ଲାଇବ୍ରେରି, ବୋଟିଂ, କ୍ୟାମ୍ପ ଫାୟାର ଓ ମନୋରଞ୍ଜନ ପାଇଁ ଲୋକକଳା ସାଂସ୍କୃତିକ କାର୍ଯ୍ଯକ୍ରମ ବ୍ୟବସ୍ଥା ଥିବାରୁ ବର୍ଷସାରା ଦେଶ ବିଦେଶରୁ ବହୁ ପର୍ଯ୍ଯଟକଙ୍କ ଭିଡ଼ ଲାଗିବ ବୋଲି ଆଶା କରାଯାଇଛି । ପର୍ଯ୍ଯଟନ ଋତୁରେ ବାଲୁକା ଶଯ୍ଯାରେ ଅସ୍ଥାୟୀ କଟେଜ୍ ବ୍ୟତୀତ ମଙ୍ଗାନାସୀ ପାହାଡ଼ରେ ୩ଟି ଶୀତତାପ ନିୟନ୍ତ୍ରିତ କଟେଜ ଓ ପାହାଡ଼ ପାଦଦେଶରେ ୪ଟି ଶୀତତାପ ନିୟନ୍ତ୍ରିତ କଟେଜ୍ ବର୍ଷ ତମାମ ପର୍ଯ୍ଯଟକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ପ୍ରକୃତିରାଣି କୋଳରେ ଜୈବ ବିବିଧତାର ଗନ୍ତାଘର ପାଲଟିଥିବା ସାତକୋଶିଆ ଗଣ୍ଡରେ ନାନା ରଙ୍ଗବେରଙ୍ଗର ଦେଶୀୟ ଓ ବିଦେଶୀ ପକ୍ଷୀଙ୍କୁ ସମାଗମ ଦେଖି ପର୍ଯ୍ଯଟକମାନେ ଖୁସି ହେବା ସହ ପ୍ରାକୃତିକ ସୌନ୍ଦର୍ଯ୍ଯର ଭରପୁର ମଜା ଉଠାଇବା, ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ, ବଡମୂଳ ଆଦିସ୍ଥାନରେ ବଣ ଭୋଜି ପାଇଁ ସୁଯୋଗ ସୃଷ୍ଟି ହୋଇଛି । ପର୍ଯ୍ଯଟକଙ୍କୁ ବଣଭୋଜି ପାଇଁ ବଡ଼ମୂଳଠାରେ ପିଣ୍ଡି ନିର୍ମାଣ କରାଯିବା ସହ ବଡ଼ମୂଳ ଓ ମାଳିସାହି ୨ଟି ସ୍ଥାନରେ ବୋଟିଂ ବ୍ୟବସ୍ଥା କରାଯାଇଛି ।

01 Nov 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର