ଅନୁଗୋଳରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଟ୍ରଲିରେ ବୁହାହୋଇ ହସ୍ପିଟାଲ ଆସିଲେ ରୋଗୀ

The Sakala Picture
Published On

ଅନୁଗୋଳ : ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ସ୍ୱାସ୍ଥ୍ୟ ବିଭାଗ ଓ ସରକାର କରୁଥିବା ହଜାର ହଜାର ଯୋଜନା ଯେମିତି ସୁପ୍ତ ହେଇଯାଇଛି ବୋଲି ଏ ଚିତ୍ର ଦେଖିଲେ ମନକୁ ପ୍ରଶ୍ନ ଆସୁଛି। କାରଣ ହସ୍ପିଟାଲକୁ ରୋଗୀଟିଏ ବୁହାହୋଇ ଯାଉଛି ଏକ ଟ୍ରଲିରେ। ଏକ ଖୋଲା ଟ୍ରଲି ଉପରେ ରୋଗୀ ଶୋଇଥିବା ବେଳେ ଜୀବନ ବଞ୍ଚାଇବା ଆଶାରେ ତାଙ୍କ ଆତ୍ମୀୟସ୍ୱଜନ ଟାଣି ନେଇଯାଉଛନ୍ତି ଡାକ୍ତରଖାନା ନିକଟକୁ। ଆଉ ଏହି ଦୃଶ୍ୟ ହିଁ ଚିକ୍ରାର କରି […]

ଅନୁଗୋଳ : ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ସ୍ୱାସ୍ଥ୍ୟ ବିଭାଗ ଓ ସରକାର କରୁଥିବା ହଜାର ହଜାର ଯୋଜନା ଯେମିତି ସୁପ୍ତ ହେଇଯାଇଛି ବୋଲି ଏ ଚିତ୍ର ଦେଖିଲେ ମନକୁ ପ୍ରଶ୍ନ ଆସୁଛି। କାରଣ ହସ୍ପିଟାଲକୁ ରୋଗୀଟିଏ ବୁହାହୋଇ ଯାଉଛି ଏକ ଟ୍ରଲିରେ। ଏକ ଖୋଲା ଟ୍ରଲି ଉପରେ ରୋଗୀ ଶୋଇଥିବା ବେଳେ ଜୀବନ ବଞ୍ଚାଇବା ଆଶାରେ ତାଙ୍କ ଆତ୍ମୀୟସ୍ୱଜନ ଟାଣି ନେଇଯାଉଛନ୍ତି ଡାକ୍ତରଖାନା ନିକଟକୁ। ଆଉ ଏହି ଦୃଶ୍ୟ ହିଁ ଚିକ୍ରାର କରି ଜଣାଇ ଦେଉଛି ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ। ଏହି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାର।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶନିବାର ରାତି ପ୍ରାୟ ୧୦ଟା ବେଳେ ଜଣେ ରୋଗୀ ଏଭଳି ଟ୍ରଲିରେ ବୁହାହୋଇ ଆସିଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡ଼ିଛି ଯେ ବନାରସ୍‌ ଅଞ୍ଚଳର ଜଗଦୀଶ କୁମାରଙ୍କ ୧୨ ବର୍ଷର ପୁଅ ବୀର୍‌ କୁମାର ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକ ଆମ୍ୱୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେଲା। ଏଣୁ ଆଉ କିଛି ବାଟ ନ ପାଇ ବାଧ୍ୟହୋଇ ପରିବାର ଲୋକେ ଟ୍ରଲିରେ ପକାଇ ବୀରଙ୍କୁ ହସ୍ପିଟାଲ ଆଣିଥିଲେ। ଡେରି ହେଇଥିଲେ କାଳେ କିଛି ଅଘଟଣ ଘଟିଯାଇଥାନ୍ତା ସେଇ ଭୟରେ ପରିବାର ଲୋକଙ୍କୁ ଯାହା ମିଳିଲା ସେଥିରେ ପିଲାଟିକୁ ବୋହି ଆଣିଥିଲେ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ତେବେ ଏହି ଘଟଣା ଆଜି ସହରର ସ୍ୱାସ୍ଥ୍ୟସେବାର ନଗ୍ନ ସତ୍ୟତାକୁ ସାମ୍ନାକୁ ଆଣିଛି। ମଣିଷକୁ ଜିନିଷ ଲଦିବା ଭଳି ଟ୍ରଲିରେ ହସ୍ପିଟାଲ ଆଣିବା ଘଟଣାକୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହି ଘଟଣାର ଉଚିତ ତଦନ୍ତ କରିବା ସହ ଭବିଷ୍ୟତରେ ଯେମିତି ଏହାର ପୁନରାବୃତ୍ତି ନ ହୁଏ ତାହା ସୁନିଶ୍ଚିତ କରିବାକୁ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

30 Sep 2024 By The Sakala

ଅନୁଗୋଳରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଟ୍ରଲିରେ ବୁହାହୋଇ ହସ୍ପିଟାଲ ଆସିଲେ ରୋଗୀ

ଅନୁଗୋଳ : ପୁଣି ସାମ୍ନାକୁ ଆସିଲା ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ସ୍ୱାସ୍ଥ୍ୟ ବିଭାଗ ଓ ସରକାର କରୁଥିବା ହଜାର ହଜାର ଯୋଜନା ଯେମିତି ସୁପ୍ତ ହେଇଯାଇଛି ବୋଲି ଏ ଚିତ୍ର ଦେଖିଲେ ମନକୁ ପ୍ରଶ୍ନ ଆସୁଛି। କାରଣ ହସ୍ପିଟାଲକୁ ରୋଗୀଟିଏ ବୁହାହୋଇ ଯାଉଛି ଏକ ଟ୍ରଲିରେ। ଏକ ଖୋଲା ଟ୍ରଲି ଉପରେ ରୋଗୀ ଶୋଇଥିବା ବେଳେ ଜୀବନ ବଞ୍ଚାଇବା ଆଶାରେ ତାଙ୍କ ଆତ୍ମୀୟସ୍ୱଜନ ଟାଣି ନେଇଯାଉଛନ୍ତି ଡାକ୍ତରଖାନା ନିକଟକୁ। ଆଉ ଏହି ଦୃଶ୍ୟ ହିଁ ଚିକ୍ରାର କରି ଜଣାଇ ଦେଉଛି ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ। ଏହି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାର।

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶନିବାର ରାତି ପ୍ରାୟ ୧୦ଟା ବେଳେ ଜଣେ ରୋଗୀ ଏଭଳି ଟ୍ରଲିରେ ବୁହାହୋଇ ଆସିଥିବା ଦେଖିବାକୁ ମିଳିଥିଲା। ଖବର ନେବାରୁ ଜଣାପଡ଼ିଛି ଯେ ବନାରସ୍‌ ଅଞ୍ଚଳର ଜଗଦୀଶ କୁମାରଙ୍କ ୧୨ ବର୍ଷର ପୁଅ ବୀର୍‌ କୁମାର ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକ ଆମ୍ୱୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେଲା। ଏଣୁ ଆଉ କିଛି ବାଟ ନ ପାଇ ବାଧ୍ୟହୋଇ ପରିବାର ଲୋକେ ଟ୍ରଲିରେ ପକାଇ ବୀରଙ୍କୁ ହସ୍ପିଟାଲ ଆଣିଥିଲେ। ଡେରି ହେଇଥିଲେ କାଳେ କିଛି ଅଘଟଣ ଘଟିଯାଇଥାନ୍ତା ସେଇ ଭୟରେ ପରିବାର ଲୋକଙ୍କୁ ଯାହା ମିଳିଲା ସେଥିରେ ପିଲାଟିକୁ ବୋହି ଆଣିଥିଲେ।

ତେବେ ଏହି ଘଟଣା ଆଜି ସହରର ସ୍ୱାସ୍ଥ୍ୟସେବାର ନଗ୍ନ ସତ୍ୟତାକୁ ସାମ୍ନାକୁ ଆଣିଛି। ମଣିଷକୁ ଜିନିଷ ଲଦିବା ଭଳି ଟ୍ରଲିରେ ହସ୍ପିଟାଲ ଆଣିବା ଘଟଣାକୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରିନାହାନ୍ତି। ଏହି ଘଟଣାର ଉଚିତ ତଦନ୍ତ କରିବା ସହ ଭବିଷ୍ୟତରେ ଯେମିତି ଏହାର ପୁନରାବୃତ୍ତି ନ ହୁଏ ତାହା ସୁନିଶ୍ଚିତ କରିବାକୁ ଦାବି ହୋଇଛି।

https://www.thesakala.in/latest-odisha-news/angul/patient-comes-to-the-hospital-in-a-trolley/article-35537
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର