ମନୋରଞ୍ଜନ
ଓଡ଼ିଶା
ବ୍ରାଉନସୁଗାର ବେପାର ମାମଲାରେ ନବବିବାହିତା ଯୁବତୀ ଗିରଫ
ଅନୁଗୁଳ: ବାହାଘରର ଅଲ୍ପ କେତେଦିନ ହୋଇଛି, ପୁଲିସ ହାତରେ ବନ୍ଧା ହୋଇ ଜେଲ ଗଲା ସ୍ତ୍ରୀ। ବାହାଘର ପୁର୍ବରୁ ସ୍ଵାମୀ ଜାଣି ନଥିଲା ବ୍ରାଉନସୁଗାର ଭଳି ଧଳା ଜହରର କଳା ବେପାରୀ ସ୍ତ୍ରୀ ଥିଲା ବୋଲି। ବୈବାହିକ ଜୀବନ ଦୁଇ ମାସ ହୋଇଛି କି ନାହିଁ ଝିଅର କଳା କାରନାମାର ଖୁଲାସା ଅନୁଗୁଳ ପୁଲିସ କରିଛି। ସ୍ତ୍ରୀ ଗଲା ଜେଲ୍ ଆଉ ବ୍ରାଉନ୍ସୁଗାର ବେପାର ଉଜାଡ଼ି ଦେଇଗଲା ନୂଆ ସଂସାର। ଗିରଫ ଯୁବତୀଙ୍କ ନାମ ହେଲା ଅପ୍ସନା […]
ଅନୁଗୁଳ: ବାହାଘରର ଅଲ୍ପ କେତେଦିନ ହୋଇଛି, ପୁଲିସ ହାତରେ ବନ୍ଧା ହୋଇ ଜେଲ ଗଲା ସ୍ତ୍ରୀ। ବାହାଘର ପୁର୍ବରୁ ସ୍ଵାମୀ ଜାଣି ନଥିଲା ବ୍ରାଉନସୁଗାର ଭଳି ଧଳା ଜହରର କଳା ବେପାରୀ ସ୍ତ୍ରୀ ଥିଲା ବୋଲି। ବୈବାହିକ ଜୀବନ ଦୁଇ ମାସ ହୋଇଛି କି ନାହିଁ ଝିଅର କଳା କାରନାମାର ଖୁଲାସା ଅନୁଗୁଳ ପୁଲିସ କରିଛି। ସ୍ତ୍ରୀ ଗଲା ଜେଲ୍ ଆଉ ବ୍ରାଉନ୍ସୁଗାର ବେପାର ଉଜାଡ଼ି ଦେଇଗଲା ନୂଆ ସଂସାର। ଗିରଫ ଯୁବତୀଙ୍କ ନାମ ହେଲା ଅପ୍ସନା ଖାତୁନ୍(୨୨)। ବାପଘର ଓ ଶାଶୂଘର ଉଭୟ ବାଲେଶ୍ଵର ଜିଲ୍ଲାରେ। ସୁଚନା ଅନୁସାରେ ଗତ ଜୁନ୍ ମାସରେ ଅନୁଗୁଳ ଟାଉନ ଥାନା ପୁଲିସ ଏକ ବ୍ରାଉନ୍ସୁଗାର ରାକେଟକୁ ଧରିଥିବା ବେଳେ ଏଥିରେ ଅପ୍ସନାଙ୍କ ଲିଙ୍କ୍ ପଦାକୁ ଆସିଥିଲା। ଅନୁଗୁଳ ସହର ଶୁଖୁଆ ସାହିର ଫିରୋଜ ବେଗ, ସରିଫ ବେଗ ଓ ସତ୍ୟରଂଜନ ସାହୁ କୁମଣ୍ଡର ଦିବ୍ୟ ରଞ୍ଜନ ପ୍ରଧାନଙ୍କ ପାଖରୁ ବ୍ରାଉନ୍ସୁଗାର ଆଣି ଏକ ମୋଟରସାଇକେଲରେ ଆସୁଥିବାବେଳେ ପୁଲିସ ଚଢ଼ଉ କରି ୬ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା। ଘଟଣାରେ ମୋଟ୍ ୪ ଜଣ ଗିରଫ ହୋଇଥିବା ବେଳେ ଜଳେଶ୍ଵରର ଏହି ଯୁବତୀ ଜଣକ ବି ସାମିଲ୍ ଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ପୁଲିସ ଚଢ଼ଉ କରି ଜଳେଶ୍ବରରୁ ତାଙ୍କୁ ଗିରଫ କରିଛି।





