ଭିଜିଲାନ୍ସ ଜାଲରେ ଗ୍ରାମ ରୋଜଗାର ସେବକ, ଆବାସ ପାଇଁ ନେଉଥିଲେ ଲାଞ୍ଚ

The Sakala Picture
Published On

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ( GRS )। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ପିଏମ୍ ଆବାସ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସିଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ୍‌ ସହ ବୋନସ ଅର୍ଥ ଦେବା ପାଇଁ ପୋଡ଼ପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କଠାରୁ GRS ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ […]

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ( GRS )। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ପିଏମ୍ ଆବାସ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡିବସିଛି।

ଆହୁରି ପଢ଼ନ୍ତୁ: ଏଣିକି ହ୍ୱାଟସଆପରେ ମିଳିବ ରାଜସ୍ବ ସେବା, 'ଆମ ସାଥୀ ୟୁନିଫାଏଡ୍‌ ହ୍ବାଟ୍ସଆପ୍‌ ବଟ’ ଶୁଭାରମ୍ଭ

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ୍‌ ସହ ବୋନସ ଅର୍ଥ ଦେବା ପାଇଁ ପୋଡ଼ପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କଠାରୁ GRS ଯଦୁମଣି ମାଝୀ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେବାରୁ ପୂର୍ଣ୍ଣଚନ୍ଦ୍ର ବାରମ୍ବାର ଦୌଡ଼ି ନିରାଶ ହୋଉଥିଲେ। ଶେଷରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର। ଆଜି ଭିଜିଲାନ୍ସ ବିଭାଗର ପ୍ଲାନ ଅନୁସାରେ ୪ହଜାର ଟଙ୍କା ଲାଞ୍ଚ ନେବା ସମୟରେ GRS ଯଦୁମଣି ମାଝୀଙ୍କୁ ଭିଜିଲାନ୍ସ ବିଭାଗ କାବୁ କରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ଆହୁରି ପଢ଼ନ୍ତୁ: ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ବଗି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp