ବିଲରେ କାମ କରୁଥିବା ବେଳେ ଦଳିଦେଲା ହାତୀ

The Sakala Picture
Published On

ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ବନଖଣ୍ଡ ଅନ୍ତର୍ଗତ ବାରକୋଟିଆ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ରବିବାର ଘନ ମୁଣ୍ଡା ନାମକ ଜଣେ ଚାଷୀ ବିଲକୁ କାମ କରିବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ଘନଙ୍କର ମୃତ୍ୟୁ ଘଟିଥିଲା। ମୃତ ଘନ ପାଲଲହଡ଼ା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ବୋଲି ଜଣାପଡ଼ିଛି। ସେ ଦୀର୍ଘଦିନ ହେବ ଗୁରୁଣ୍ଡିଆ ମୁଣ୍ଡା […]

ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ବନଖଣ୍ଡ ଅନ୍ତର୍ଗତ ବାରକୋଟିଆ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସୂଚନାନୁଯାୟୀ, ରବିବାର ଘନ ମୁଣ୍ଡା ନାମକ ଜଣେ ଚାଷୀ ବିଲକୁ କାମ କରିବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ଘନଙ୍କର ମୃତ୍ୟୁ ଘଟିଥିଲା। ମୃତ ଘନ ପାଲଲହଡ଼ା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ବୋଲି ଜଣାପଡ଼ିଛି। ସେ ଦୀର୍ଘଦିନ ହେବ ଗୁରୁଣ୍ଡିଆ ମୁଣ୍ଡା ଗ୍ରାମରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ଖବର ପାଇ ଖମାର ପୁଲିସ ଓ ଖମାର ବନବିଭାଗର ମିଳିତ ଭାବେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି। ଖମାର ପୁଲିସ ଏ ନେଇ ଏକ କେସ୍‌ ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ଅନ୍ୟପଟେ ଖମାର ରେଞ୍ଜରଙ୍କୁ ପଚାରିବାରୁ, ପ୍ରାଥମିକ ଭାବେ ଏ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡୁଛି। ମୃତକ ବିଲରେ କାମ କରୁଥିବା ବେଳେ ହାତୀ ଆସି ତାଙ୍କୁ ଦଳି ଦେଇ ଚାଲିଯାଇଛି। ଏଣୁ ସରକାରୀ ଆଇନ ଅନୁଯାୟୀ ଯାହା ସୁବିଧା ଯୋଗାଇବା କଥା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

13 Aug 2023 By The Sakala

ବିଲରେ କାମ କରୁଥିବା ବେଳେ ଦଳିଦେଲା ହାତୀ

ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ବନଖଣ୍ଡ ଅନ୍ତର୍ଗତ ବାରକୋଟିଆ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ରବିବାର ଘନ ମୁଣ୍ଡା ନାମକ ଜଣେ ଚାଷୀ ବିଲକୁ କାମ କରିବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ଘନଙ୍କର ମୃତ୍ୟୁ ଘଟିଥିଲା। ମୃତ ଘନ ପାଲଲହଡ଼ା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ବୋଲି ଜଣାପଡ଼ିଛି। ସେ ଦୀର୍ଘଦିନ ହେବ ଗୁରୁଣ୍ଡିଆ ମୁଣ୍ଡା ଗ୍ରାମରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ଖବର ପାଇ ଖମାର ପୁଲିସ ଓ ଖମାର ବନବିଭାଗର ମିଳିତ ଭାବେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାଳଲହଡ଼ା ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି। ଖମାର ପୁଲିସ ଏ ନେଇ ଏକ କେସ୍‌ ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ଅନ୍ୟପଟେ ଖମାର ରେଞ୍ଜରଙ୍କୁ ପଚାରିବାରୁ, ପ୍ରାଥମିକ ଭାବେ ଏ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡୁଛି। ମୃତକ ବିଲରେ କାମ କରୁଥିବା ବେଳେ ହାତୀ ଆସି ତାଙ୍କୁ ଦଳି ଦେଇ ଚାଲିଯାଇଛି। ଏଣୁ ସରକାରୀ ଆଇନ ଅନୁଯାୟୀ ଯାହା ସୁବିଧା ଯୋଗାଇବା କଥା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର