ଅଦ୍ଭୁତ ଘଟଣା ! ବିନା କାରଣରେ ନିମ ଗଛରୁ ନିଆଁ ବାହାରୁଥିବା ଅଭିଯୋଗ, ଘଟଣାସ୍ଥଳରେ ଲୋକଙ୍କ ଭିଡ଼

The Sakala Picture
Published On

ଅନୁଗୁଳ: ଅଦ୍ଭୁତ ! ବିନା କାରଣରେ ନିମ ଗଛରୁ ବାହାରୁଛି ନିଆଁ । ସ୍ଥାନୀୟ ବଣିଆବାହାଳ ୯ ନମ୍ଵର ୱାର୍ଡ ରାସ୍ତା କଡ଼ରେ ଥିବା ଏକ ନିମ ଗଛରୁ ହଠାତ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏହି ନିଆଁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି। ସୂଚନାଯୋଗ୍ୟ ଯେ, ଗତକାଲି ରାତି ୯ ଟା ବେଳେ ନିମ ଗଛରେ ନିଆଁ ଲାଗୁଥିବାର ସ୍ଥାନୀୟବାସୀ ଦେଖି ଥିଲେ। ଏହା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ […]

ଅନୁଗୁଳ: ଅଦ୍ଭୁତ ! ବିନା କାରଣରେ ନିମ ଗଛରୁ ବାହାରୁଛି ନିଆଁ । ସ୍ଥାନୀୟ ବଣିଆବାହାଳ ୯ ନମ୍ଵର ୱାର୍ଡ ରାସ୍ତା କଡ଼ରେ ଥିବା ଏକ ନିମ ଗଛରୁ ହଠାତ ନିଆଁ ବାହାରୁଥିବା ଦେଖିବାକୁ ମିଳିଛି। ଏହି ନିଆଁ ଦେଖିବାକୁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

ସୂଚନାଯୋଗ୍ୟ ଯେ, ଗତକାଲି ରାତି ୯ ଟା ବେଳେ ନିମ ଗଛରେ ନିଆଁ ଲାଗୁଥିବାର ସ୍ଥାନୀୟବାସୀ ଦେଖି ଥିଲେ। ଏହା ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁକୁ ଲିଭାଇଥିଲେ l କିନ୍ତୁ ଆଜି ସକାଳେ ପୁଣି ସେହି ନିମ ଗଛରେ ନିଆଁ ଲାଗିଥିବାର ସ୍ଥାନୀୟବାସୀ ଦେଖିଥିଲେ l ଏହାକୁ ଆଶ୍ଚର୍ଯ୍ୟ ଭାବି ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଛି l ଏହାକୁ କିଛି ଲୋକ ଭଗବାନଙ୍କ ଲୀଳା ବୋଲି ଭାବି ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। ଆଜି ସକାଳେ ପୁଣି ଥରେ ଅନୁଗୁଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର