୫-ଟି ସଚିବଙ୍କ ଅନୁଗୁଳ ଗସ୍ତର ଦ୍ବିତୀୟ ଦିନ: ବିଭିନ୍ନ ଉନ୍ନୟନମୂଳକ କାମର ଅନୁଧ୍ୟାନ ସହ ଅଗ୍ରଗତି ନେଇ ଚାଲିଛି ସମୀକ୍ଷା

The Sakala Picture
Published On

ଅନୁଗୁଳ: ୫ଟି ସଚିବଙ୍କ ଅନୁଗୁଳ ଗସ୍ତର ଆଜି ଦ୍ବିତୀୟ ଦିନ । ସେ ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି।  ଆଜି ସକାଳୁ ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି ୫ଟି ସଚିବ। ଏହା ସହ ମନ୍ଦିରରେ ଥିବା ବିମଳା ଓ ବୁଢ଼ୀ ଠାକୁରାଣୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି। ସେ ମନ୍ଦିର କମିଟି ସହ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିବା ସହ ଜଳୀୟ ପ୍ରକଳ୍ପ ନବୀକରଣ କାର୍ଯ୍ୟର ବି […]

ଅନୁଗୁଳ: ୫ଟି ସଚିବଙ୍କ ଅନୁଗୁଳ ଗସ୍ତର ଆଜି ଦ୍ବିତୀୟ ଦିନ । ସେ ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି।  ଆଜି ସକାଳୁ ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି ୫ଟି ସଚିବ। ଏହା ସହ ମନ୍ଦିରରେ ଥିବା ବିମଳା ଓ ବୁଢ଼ୀ ଠାକୁରାଣୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି। ସେ ମନ୍ଦିର କମିଟି ସହ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିବା ସହ ଜଳୀୟ ପ୍ରକଳ୍ପ ନବୀକରଣ କାର୍ଯ୍ୟର ବି ସମୀକ୍ଷା କରିଥିଲେ। ମନ୍ଦିର କମିଟି ପକ୍ଷରୁ ତାଙ୍କ ପାଖରେ ଯାତ୍ରୀ ନିବାସ ଓ ଭିତିଭୂମି ବିକାଶ ପାଇଁ ଦାବି କରାଯାଇଥିଲା। ଯାହାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇ କାମ ଆଗେଇବାକୁ କହିଥିବା ସୂଚନା ମିଳିଛି। ସେହିପରି ମନ୍ଦିରରେ ଅନେକ ଲୋକଙ୍କ ଠାରୁ ସେ ଦାବିପତ୍ର ଗ୍ରହଣ କରିଛନ୍ତି।

ଏହା ପରେ ଅନୁଗୁଳ ଖଲାରି ହାଇସ୍କୁଲ ଯାଇଥିଲେ ୫ଟି ସଚିବ। ସେଠାରେ ସେ ୫ଟି ସ୍କୁଲ ରୂପାନ୍ତରର ସମୀକ୍ଷା କରିବା ସହ କ୍ଲାସରୁମ ପରିଦର୍ଶନ କରିଥିଲେ। କ୍ଲାସ ଯାଇ ଛାତ୍ରଛାତ୍ରୀଙ୍କ ସହ ସେ ଆଲୋଚନା କରିବା ସହ ସ୍ମାର୍ଟ କ୍ଲାସ ସମ୍ପର୍କରେ ପଚାରି ବୁଝିଲେ। ସେହିପରି e library ନେଇ ବି ପଚାରିଥିଲେ। ଆଗରୁ କେମିତି ଥିଲା ଓ ୫ଟି ରୂପାନ୍ତର ପରେ କେମିତି ଲାଗୁଛି। ସେ ନେଇ ଜଣ ଜଣଙ୍କୁ ପଚାରି ଫିଡବ୍ୟାକ ନେଇଥିଲେ ୫ଟି ସଚିବ। ପିଲାମାନଙ୍କ ଶିକ୍ଷାର ଉନ୍ନତି ପାଇଁ ୫ଟି ସ୍କୁଲ ରୂପାନ୍ତର ହୋଇଛି। ଘରୋଇ ସ୍କୁଲ ପରି ଭଲ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ସ୍କୁଲ ରୂପାନ୍ତର କରିଥିବା ନେଇ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ୫ଟି ସଚିବ।

ପ୍ରତି ଛାତ୍ରଛାତ୍ରୀଙ୍କୁ ସେ ଭବିଷ୍ୟତର ଲକ୍ଷ୍ୟ ସମ୍ପର୍କରେ ପଚାରିଥିଲେ। ଏହା ଜରିଆରେ ସେ ପିଲାମାନଙ୍କ ଆତ୍ମବିଶ୍ଵାସ ବଢ଼ାଇ ଥିଲେ। ପିଲା ମାନଙ୍କ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ୫ଟି ସଚିବ। ଏହା ପରେ ସେ ସ୍କୁଲ ପରିସରରେ ଥିବା ବାସ୍କେଟବଲ କୋର୍ଟ ବି ଯାଇଥିଲେ। ଯେଉଁଠି କିଛି ଛାତ୍ର ସ୍ପୋର୍ଟ୍ସ ଜର୍ସି ପିନ୍ଧି ଅଭ୍ୟାସ କରୁଥିଲେ। ଆଗାମୀ କାଲିର କ୍ରୀଡ଼ାବିତ ହେବାକୁ ଯାଉଥିବା ଏହି ଛାତ୍ରମାନଙ୍କ ସହ ବାସ୍କେଟବଲ କୋର୍ଟରେ ବି କିଛି ସମୟ ବିତାଇଥିଲେ୫ଟି ସଚିବ। ସେ ଚପଲ ଖୋଲି କୋର୍ଟ ଭିତରକୁ ଗଲେ ଓ ସେଠାରେ ଥିବା ପିଲାମାନଙ୍କୁ ବାସ୍କେଟବଲ ଖେଳିବାକୁ କହିଥିଲେ। ନିଜେ ବି ବାସ୍କେଟବଲ ଖେଳି ପ୍ରଥମ ସୁଯୋଗରେ ହିଁ ଶୁଟ କରିଥିଲେ ୫ଟି ସଚିବ। ଏଥିସହ ବାସ୍କେଟବଲ ଖେଳ ସମ୍ପର୍କ ସେ ଅନେକ ପରାମର୍ଶ ବି ଦେଇଥିଲେ। ପରେ ସେ ସ୍କୁଲର ଆକ୍ଟିଭିଟି ସେଣ୍ଟର ବି ବୁଲି ସମୀକ୍ଷା କରିବା ସହ ଶିକ୍ଷକମାନଙ୍କ ସହ ବି ଆଲୋଚନା କରିଥିଲେ।

ଏହାପରେ ଅନୁଗୁଳର ମିଶନ ଶକ୍ତି କାଫେ ବି ଯାଇଥିଲେ ୫ଟି ସଚିବ। ସେଠାରେ ମିଶନ ଶକ୍ତି ମାଆ ମାନଙ୍କ କାମର ସମୀକ୍ଷା କରିବା ସହ ନିଜେ ବି ଖାଇଥିଲେ। ମାଆ ମାନଙ୍କ ହାତ ପରଶା ମିଲେଟର ବିଭିନ୍ନ ବ୍ୟଞ୍ଜନ ଖାଇ ବହୁତ ଖୁସି ହୋଇଥିଲେ ୫ଟି ସଚିବ। ଭଲ ଖାଦ୍ୟ ଲୋକଙ୍କୁ ଦେବା ପାଇଁ ସେ ମାଆ ମାନଙ୍କ ପରାମର୍ଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର