ସାତକୋଶିଆ ବନଖଣ୍ଡରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ

The Sakala Picture
Published On

ଅନୁଗୁଳ: ସାତକୋଶିଆ ବନଖଣ୍ଡରେ ଚିକିତ୍ସାଧୀନ ଥିବା ଆଉ ଏକ ହାତୀ ଶାବକର ଆଜି ମୃତ୍ୟୁ ହୋଇଛି। ଗତ ତା୧୯ / ୦୬ ରିଖରେ ସାତକୋଶିଆ ବନଖଣ୍ଡ ପମ୍ପାସର ଠାରେ ଚାରି/ପାଞ୍ଚ ବର୍ଷର ଅଣ୍ଡିରା ହାତୀ ଶାବକ ଅସୁସ୍ଥ ଥିବା ଘଟଣା ନଜରକୁ ଆସିଥିଲା । ସେହିଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ଶାବକଟି ଜଗନ୍ନାଥପୁର ବନ୍ଧ ନିକଟରେ ଛିଡା ହେବା ଏବଂ ଶହଶହ ଲୋକ ତାକୁ ଦେଖୁଥିବା ଘଟଣା ବନ କର୍ମଚାରୀମାନେ ଅବଗତ ଥିଲେ କି ନା ତାହା […]

ଅନୁଗୁଳ: ସାତକୋଶିଆ ବନଖଣ୍ଡରେ ଚିକିତ୍ସାଧୀନ ଥିବା ଆଉ ଏକ ହାତୀ ଶାବକର ଆଜି ମୃତ୍ୟୁ ହୋଇଛି। ଗତ ତା୧୯ / ୦୬ ରିଖରେ ସାତକୋଶିଆ ବନଖଣ୍ଡ ପମ୍ପାସର ଠାରେ ଚାରି/ପାଞ୍ଚ ବର୍ଷର ଅଣ୍ଡିରା ହାତୀ ଶାବକ ଅସୁସ୍ଥ ଥିବା ଘଟଣା ନଜରକୁ ଆସିଥିଲା । ସେହିଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ଶାବକଟି ଜଗନ୍ନାଥପୁର ବନ୍ଧ ନିକଟରେ ଛିଡା ହେବା ଏବଂ ଶହଶହ ଲୋକ ତାକୁ ଦେଖୁଥିବା ଘଟଣା ବନ କର୍ମଚାରୀମାନେ ଅବଗତ ଥିଲେ କି ନା ତାହା ସ୍ପଷ୍ଟ ହୋଇନାହିଁ । ସେହିଦିନ ପରେ ଉକ୍ତ ଶାବକ ରବିବାର ଅପରାହ୍ଣରେ ତା’ର ମା ସହିତ ପମ୍ପାସର ବନାଞ୍ଚଳର ହିଳାଡୋଲି ଅଞ୍ଚଳରେ ଦେଖା ଦେଇଥିଲା । ଚାଲିବା ଶକ୍ତି ହରାଇ ବସିଥିବା ହାତୀ ଶାବକ ରବିବାର ରାତି ପର୍ଯ୍ୟନ୍ତ ସେହି ଠାରେ ଛିଡା ହେବା ପରେ ସୋମବାର ସକାଳେ ହଠାତ ଜଙ୍ଗଲ ଭିତରକୁ ପଳାଇଯିବା ପରେ ବନ ବିଭାଗ ଖୋଜା ଖୋଜି କରିଥିଲେ ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ବହୁ ଖୋଜା ଖୋଜି ପରେ ସେହି ଦନ୍ତା ଶାବକକୁ ବନ ବିଭାଗ ଠାବ କରି ଚିକିତ୍ସା ଆରମ୍ଭ କରିଥିବା ବିଷୟରେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ଅସୁସ୍ଥ ଜଣା ପଡିବା ପରେ ହାତୀର ଚିକିତ୍ସା ପାଇଁ ପିସିସିଏଫଙ୍କ ଅନୁମତି ମିଳିବାରେ ବିଳମ୍ବ ଯୋଗୁ ଏପରି ଘଟଣା ହେଉଥିବା ଚର୍ଚ୍ଚା ହେଉଛି । କିଛି ଦିନ ଚିକିତ୍ସା ପରେ ଆଜି ଉକ୍ତ ହାତୀର ମୃତୁ ଘଟିଥିବା ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

28 Jun 2022 By The Sakala

ସାତକୋଶିଆ ବନଖଣ୍ଡରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ

ଅନୁଗୁଳ: ସାତକୋଶିଆ ବନଖଣ୍ଡରେ ଚିକିତ୍ସାଧୀନ ଥିବା ଆଉ ଏକ ହାତୀ ଶାବକର ଆଜି ମୃତ୍ୟୁ ହୋଇଛି। ଗତ ତା୧୯ / ୦୬ ରିଖରେ ସାତକୋଶିଆ ବନଖଣ୍ଡ ପମ୍ପାସର ଠାରେ ଚାରି/ପାଞ୍ଚ ବର୍ଷର ଅଣ୍ଡିରା ହାତୀ ଶାବକ ଅସୁସ୍ଥ ଥିବା ଘଟଣା ନଜରକୁ ଆସିଥିଲା । ସେହିଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ଶାବକଟି ଜଗନ୍ନାଥପୁର ବନ୍ଧ ନିକଟରେ ଛିଡା ହେବା ଏବଂ ଶହଶହ ଲୋକ ତାକୁ ଦେଖୁଥିବା ଘଟଣା ବନ କର୍ମଚାରୀମାନେ ଅବଗତ ଥିଲେ କି ନା ତାହା ସ୍ପଷ୍ଟ ହୋଇନାହିଁ । ସେହିଦିନ ପରେ ଉକ୍ତ ଶାବକ ରବିବାର ଅପରାହ୍ଣରେ ତା’ର ମା ସହିତ ପମ୍ପାସର ବନାଞ୍ଚଳର ହିଳାଡୋଲି ଅଞ୍ଚଳରେ ଦେଖା ଦେଇଥିଲା । ଚାଲିବା ଶକ୍ତି ହରାଇ ବସିଥିବା ହାତୀ ଶାବକ ରବିବାର ରାତି ପର୍ଯ୍ୟନ୍ତ ସେହି ଠାରେ ଛିଡା ହେବା ପରେ ସୋମବାର ସକାଳେ ହଠାତ ଜଙ୍ଗଲ ଭିତରକୁ ପଳାଇଯିବା ପରେ ବନ ବିଭାଗ ଖୋଜା ଖୋଜି କରିଥିଲେ ।

ବହୁ ଖୋଜା ଖୋଜି ପରେ ସେହି ଦନ୍ତା ଶାବକକୁ ବନ ବିଭାଗ ଠାବ କରି ଚିକିତ୍ସା ଆରମ୍ଭ କରିଥିବା ବିଷୟରେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ଅସୁସ୍ଥ ଜଣା ପଡିବା ପରେ ହାତୀର ଚିକିତ୍ସା ପାଇଁ ପିସିସିଏଫଙ୍କ ଅନୁମତି ମିଳିବାରେ ବିଳମ୍ବ ଯୋଗୁ ଏପରି ଘଟଣା ହେଉଥିବା ଚର୍ଚ୍ଚା ହେଉଛି । କିଛି ଦିନ ଚିକିତ୍ସା ପରେ ଆଜି ଉକ୍ତ ହାତୀର ମୃତୁ ଘଟିଥିବା ଜଣା ପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର