ଚିଟ୍‌ଫଣ୍ଡ ଲିଙ୍କ୍‌: ବନ୍ଧା ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମାଲ୍ଲା ବିଜୟ

The Sakala Picture
Published On

ବିଶାଖାପାଟଣା: ଓଡ଼ିଶାରୁ ଆନ୍ଧ୍ର ଯାଏ ଲମ୍ବିଛି ଚିଟଫଣ୍ଡ ଠକେଇର ଚେର। ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ବନ୍ଧା ହେଲେ ଆନ୍ଧ୍ରପ୍ରଦେଶର ଜଣେ ପୂର୍ବତନ ବିଧାୟକ। ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା ପୁଲିସ। ୨୦୧୯ ଚିଟ୍‌ଫଣ୍ଡ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ବିଶାଖାପାଟଣାରୁ ଗିରଫ କରିଛି। ଶ୍ରୀ ପ୍ରସାଦଙ୍କ ୱେଲଫେର ଗ୍ରୁଫ ଅଫ୍ କମ୍ପାନି ନାଁରେ ୧୨ ଶହ […]

ବିଶାଖାପାଟଣା: ଓଡ଼ିଶାରୁ ଆନ୍ଧ୍ର ଯାଏ ଲମ୍ବିଛି ଚିଟଫଣ୍ଡ ଠକେଇର ଚେର। ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ବନ୍ଧା ହେଲେ ଆନ୍ଧ୍ରପ୍ରଦେଶର ଜଣେ ପୂର୍ବତନ ବିଧାୟକ। ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତା ମଲ୍ଲା ବିଜୟ ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା ପୁଲିସ। ୨୦୧୯ ଚିଟ୍‌ଫଣ୍ଡ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ତାଙ୍କୁ ବିଶାଖାପାଟଣାରୁ ଗିରଫ କରିଛି। ଶ୍ରୀ ପ୍ରସାଦଙ୍କ ୱେଲଫେର ଗ୍ରୁଫ ଅଫ୍ କମ୍ପାନି ନାଁରେ ୧୨ ଶହ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ଆଦି ରାଜ୍ୟର ଶତାଧିକ ହିତାଧିକାରୀଙ୍କଠାରୁ କମ୍ପାନି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଡ୍ରାଇଭରର ଆତଙ୍କ: ୫-୬ଟି ବାଇକକୁ ଧକ୍କା ଦେଲା କାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ?

ଏହି କମ୍ପାନି ୨୦୦୧ରେ ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା। ତେବେ ପରବର୍ତ୍ତୀ ସମୟରେ ଏହି କମ୍ପାନି ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ହୋଇଛି। ଏପରିକି ଓଡ଼ିଶାର ବିଭିନ୍ନ ଥାନାରେ ଏମ୍‌ଭି ପ୍ରସାଦଙ୍କ ନାଁରେ ଏକାଧିକ ମାମଲା ଥିବା ଜଣାପଡିଛି। ଗତକାଲି ଓଡ଼ିଶା ସିଆଇଡିର ଏକ ସ୍ବତନ୍ତ୍ର ଟିମ୍ ଶ୍ରୀ ପ୍ରସାଦଙ୍କ ବିଶାଖାପାଟଣା ଘରେ ଚଢ଼ାଉ କରିବା ସହ ତାଙ୍କୁ ଗିରଫ କରିଥିଲା।  ଚଢ଼ାଉ ସମୟରେ ୪୫ ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ପଚରାଉଚରା ପାଇଁ ଏମ୍‌ଭି ପ୍ରସାଦଙ୍କୁ ଓଡ଼ିଶା ଅଣାଯିବ ବୋଲି ସୂଚନା ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ହକିକୁ ଅବହେଳା କରୁଛି ବିଜେପି ସରକାର, ହକି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ପରିଚୟ ହରାଉଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର