ମହାପ୍ରଭୁଙ୍କ ପାଇଁ ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଅଣସର ଭାର

The Sakala Picture
Published On

ପୁରୀ : ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି । ପ୍ରଭୁଙ୍କ ସୁସ୍ଥତା ଲାଗି ପବିତ୍ର ପ୍ରାଚୀ କ୍ଷେତ୍ରରୁ ଆସି ପହଁଚିଛି ଅଣସର ଫଳଭାର । ନିଆଳିର ଶ୍ରୀମାଧବାନନ୍ଦ ଜିଉପୀଠ ଓ କାକଟପୁର ବିଶ୍ୱାମିତ୍ର ମଠ ପକ୍ଷରୁ ଏହି ଭାର ଆସିଛି । ଭାରଯାତ୍ରୀ ମାନେ ନାମ ସଂକୀର୍ତ୍ତନ ସହ ଶ୍ରୀମନ୍ଦିର ନିକଟରେ ପହଞ୍ଚି ଭାର ସାମଗ୍ରୀ ନୃସିଂହ ଚକଡ଼ାରେ ପହଞ୍ଚାଯାଇଛି। ଏହି ଅଣସର ଭାର ସାମଗ୍ରୀ ମଧ୍ୟରେ ପଣସ , ଆମ୍ବ , ସପୁରୀ , କଦଳୀ , […]

ପୁରୀ : ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି । ପ୍ରଭୁଙ୍କ ସୁସ୍ଥତା ଲାଗି ପବିତ୍ର ପ୍ରାଚୀ କ୍ଷେତ୍ରରୁ ଆସି ପହଁଚିଛି ଅଣସର ଫଳଭାର । ନିଆଳିର ଶ୍ରୀମାଧବାନନ୍ଦ ଜିଉପୀଠ ଓ କାକଟପୁର ବିଶ୍ୱାମିତ୍ର ମଠ ପକ୍ଷରୁ ଏହି ଭାର ଆସିଛି । ଭାରଯାତ୍ରୀ ମାନେ ନାମ ସଂକୀର୍ତ୍ତନ ସହ ଶ୍ରୀମନ୍ଦିର ନିକଟରେ ପହଞ୍ଚି ଭାର ସାମଗ୍ରୀ ନୃସିଂହ ଚକଡ଼ାରେ ପହଞ୍ଚାଯାଇଛି। ଏହି ଅଣସର ଭାର ସାମଗ୍ରୀ ମଧ୍ୟରେ ପଣସ , ଆମ୍ବ , ସପୁରୀ , କଦଳୀ , ପିଜୁଳି , ଖଜୁରୀ , ତୁଳସୀ ଓ ବିଭିନ୍ନ ପ୍ରକାର ଫୁଲ । ପ୍ରାଚୀ ସଂସ୍କୃତି ଗବେଷକ ତ୍ରିଲୋଚନ ମିଶ୍ର ଓ ଶ୍ରୀମାଧବାନନ୍ଦ ଜୀଉ ମନ୍ଦିର ସେବକ ତ୍ରିଲୋଚନ ପୁଷ୍ପାଳକ ଏହାର ନେତୃତ୍ବ ନେଇଛନ୍ତି। ବହୁ ପୁରାକାଳରେ ପୁରୀର ଦଶାବତାର ମଠ ଜରିଆରେ ପ୍ରାଚୀ କୂଳର ବିଭିନ୍ନ ସାମଗ୍ରୀ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଠାଯାଉଥିଲା । ମାତ୍ର ପରେ ଏହି ପରମ୍ପରା ଅବଲୁପ୍ତ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ନୟାପଲ୍ଲୀରେ 'ହିଟ୍ ଆଣ୍ଡ ରନ୍': ମିଠା କିଣି ଫେରୁଥିବା ବେଳେ ଧକ୍କା ଦେଇ ଫେରାର ହେଲା SUV

Anasara-Bhara

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ: ବିଜେଡି ଛାତ୍ର ସଂଗଠନର ଉଲ୍ଲେଖନୀୟ ପ୍ରଦର୍ଶନ

ତେବେ ୨୦୦୦ ମସିହାଠାରୁ ତ୍ରିଲୋଚନ ମିଶ୍ରଙ୍କ ଉଦ୍ୟମରେ ପ୍ରାଚୀକ୍ଷେତ୍ରରୁ ଅଣସର ଫଳଭାର ପଠାଯାଇ ଆସୁଥିବା ବେଳେ ଚଳିତବର୍ଷ ଏହି ଯାତ୍ରାରେ ଶ୍ରୀମାଧବାନନ୍ଦ ଜୀଉ ପୀଠ ସାମିଲ ହୋଇଛି ।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର