କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ଜିଲ୍ଲାରେ ବନ୍ଦ ହେଲା ସମସ୍ତ ସପ୍ତାହିକ ହାଟ

The Sakala Picture
Published On

ଝାରସୁଗୁଡା : ରାଜ୍ୟରେ ବଢିଛାଲିଛି କରୋନା ସଂକ୍ରମଣ। ଦୁଇ ଶହ ତଳେ ରହୁଥିବା ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟା  ୩ ଦିନ ହେବ ୩ ଶହ ଟପିଥିବା ବେଳେ ଆଜି ୪ ଶହ ପାର୍‌ କରିଛି। ଏହାରି ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ  ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ କରାଯାଇଛି। ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ପରେ […]

ଝାରସୁଗୁଡା : ରାଜ୍ୟରେ ବଢିଛାଲିଛି କରୋନା ସଂକ୍ରମଣ। ଦୁଇ ଶହ ତଳେ ରହୁଥିବା ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟା  ୩ ଦିନ ହେବ ୩ ଶହ ଟପିଥିବା ବେଳେ ଆଜି ୪ ଶହ ପାର୍‌ କରିଛି। ଏହାରି ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ  ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ କରାଯାଇଛି। ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଝାରସୁଗୁଡା ଜିଲ୍ଲାପାଳ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏଣିକି ପରିବା ଓ ଖାଦ୍ୟ ସାମଗ୍ରୀ ଏକାଧିକ ସ୍ଥାନରେ ବିକ୍ରି ବ୍ୟବସ୍ଥା ହେବ ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ତେବେ ଆଜି ରାଜ୍ୟରେ ପୁଣି ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ଚିହ୍ନଟ ହୋଇଛନ୍ତି । କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୧୨ ରହିଥିବା ବେଳେ ୨୫୮୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ନୂଆପଡା ଜିଲ୍ଲାରୁ ସର୍ବାଧିକ ୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

02 Apr 2021 By The Sakala

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ଜିଲ୍ଲାରେ ବନ୍ଦ ହେଲା ସମସ୍ତ ସପ୍ତାହିକ ହାଟ

ଝାରସୁଗୁଡା : ରାଜ୍ୟରେ ବଢିଛାଲିଛି କରୋନା ସଂକ୍ରମଣ। ଦୁଇ ଶହ ତଳେ ରହୁଥିବା ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟା  ୩ ଦିନ ହେବ ୩ ଶହ ଟପିଥିବା ବେଳେ ଆଜି ୪ ଶହ ପାର୍‌ କରିଛି। ଏହାରି ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ  ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ କରାଯାଇଛି। ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଝାରସୁଗୁଡା ଜିଲ୍ଲାପାଳ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏଣିକି ପରିବା ଓ ଖାଦ୍ୟ ସାମଗ୍ରୀ ଏକାଧିକ ସ୍ଥାନରେ ବିକ୍ରି ବ୍ୟବସ୍ଥା ହେବ ।

ତେବେ ଆଜି ରାଜ୍ୟରେ ପୁଣି ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ଚିହ୍ନଟ ହୋଇଛନ୍ତି । କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୧୨ ରହିଥିବା ବେଳେ ୨୫୮୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ନୂଆପଡା ଜିଲ୍ଲାରୁ ସର୍ବାଧିକ ୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

https://www.thesakala.in/latest-odisha-news/all-weekly-markets-in-the-district-have-been-closed-due-to-the-rising-corona/article-1173
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର