ଆସନ୍ତାକାଲିଠୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ବୁଧବାରଠୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କଟକ ସହର ମଧ୍ଯରେ ଧର୍ମାନୁଷ୍ଠାନ ଖୋଲିବ କି ନାହିଁ ସିଏମସି ନିଷ୍ପତ୍ତି ନେବ । କୋଭିଡ ଗାଇଡଲାଇନକୁ ମଧ୍ଯ କଡ଼ାକଡ଼ି ପାଳନ କରାଯିବ। କରୋନା ସଂକ୍ରମଣ ଯୋଗୁଁ ଗତ ମେ’ ମାସରୁ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ତେବେ ଅଗଷ୍ଟ ମାସର ଗାଇଡ୍ ଲାଇନ୍ ଅନୁଯାୟୀ […]
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ବୁଧବାରଠୁ କଟକ ଜିଲ୍ଲାରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କଟକ ସହର ମଧ୍ଯରେ ଧର୍ମାନୁଷ୍ଠାନ ଖୋଲିବ କି ନାହିଁ ସିଏମସି ନିଷ୍ପତ୍ତି ନେବ । କୋଭିଡ ଗାଇଡଲାଇନକୁ ମଧ୍ଯ କଡ଼ାକଡ଼ି ପାଳନ କରାଯିବ। କରୋନା ସଂକ୍ରମଣ ଯୋଗୁଁ ଗତ ମେ’ ମାସରୁ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା ।
ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା
ତେବେ ଅଗଷ୍ଟ ମାସର ଗାଇଡ୍ ଲାଇନ୍ ଅନୁଯାୟୀ ରାଜ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ବ ଛାଡିଥିଲେ ସରକାର । ସେହି ଅନୁସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲାଯାଉଛି । ଶ୍ରଦ୍ଧାଳୁଙ୍କ ପାଇଁ ଚର୍ଚ୍ଚିକା, ଭଟ୍ଟାରିକା, ଧବଳେଶ୍ଵର ଆଦି ମନ୍ଦିର ଖୋଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର






