ବିମାନ ଟିକଟ ମୂଲ୍ୟ ଆକାଶ ଛୁଆଁ : ଦୁଇ ବର୍ଷରେ ବୃଦ୍ଧି ଅଢ଼େଇ ଗୁଣ
ଭୁବନେଶ୍ୱର : କୋଭିଡ୍ ମହାମାରୀ ପରେ ପୂର୍ବ ସ୍ଥିତିକୁ ଫେରିବା ଲାଗି ସଂଘର୍ଷ ଜାରି ରଖିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଅନେକ ସହରକୁ ବନ୍ଦ ହୋଇଥିବା ନିୟମିତ ଫ୍ଲାଇଟ୍ ପୁନର୍ବାର ଆରମ୍ଭ ହୋଇପାରି ନାହିଁ। ଏହି ସ୍ଥିତିରେ ବିମାନ ଟିକେଟ ମୂଲ୍ୟର ଅହେତୁକ ବୃଦ୍ଧି ଯାତ୍ରୀ ସଂଖ୍ୟାକୁ ମଧ୍ୟ ହ୍ରାସ କରିଛି। ଗତ ଦୁଇ ବର୍ଷ ମଧ୍ୟରେ ବିମାନ ଟିକେଟ ମୂଲ୍ୟ ପାଖାପାଖି ଅଢ଼େଇଗୁଣ ବୃଦ୍ଧି ପାଇଛି। ଗତ ଅଗଷ୍ଟ ମାସରେ କେନ୍ଦ୍ର ବେସାମରିକ ବିମାନ […]
ଭୁବନେଶ୍ୱର : କୋଭିଡ୍ ମହାମାରୀ ପରେ ପୂର୍ବ ସ୍ଥିତିକୁ ଫେରିବା ଲାଗି ସଂଘର୍ଷ ଜାରି ରଖିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଅନେକ ସହରକୁ ବନ୍ଦ ହୋଇଥିବା ନିୟମିତ ଫ୍ଲାଇଟ୍ ପୁନର୍ବାର ଆରମ୍ଭ ହୋଇପାରି ନାହିଁ। ଏହି ସ୍ଥିତିରେ ବିମାନ ଟିକେଟ ମୂଲ୍ୟର ଅହେତୁକ ବୃଦ୍ଧି ଯାତ୍ରୀ ସଂଖ୍ୟାକୁ ମଧ୍ୟ ହ୍ରାସ କରିଛି। ଗତ ଦୁଇ ବର୍ଷ ମଧ୍ୟରେ ବିମାନ ଟିକେଟ ମୂଲ୍ୟ ପାଖାପାଖି ଅଢ଼େଇଗୁଣ ବୃଦ୍ଧି ପାଇଛି। ଗତ ଅଗଷ୍ଟ ମାସରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିମାନ ଟିକଟ ମୂଲ୍ୟ ଉପରୁ କ୍ୟାପିଂ ବ୍ୟବସ୍ଥା ଉଛେଦ କରିବା ପରେ ଟିକଟ ମୂଲ୍ୟ ଆଶାତୀତ ବୃଦ୍ଧି ପାଇଛି। ଯେଉଁଠି ମାସେ ପୂର୍ବରୁ ଭୁବନେଶ୍ୱରରୁ ଦିଲ୍ଲୀ ଯିବା ପାଇଁ ଟିକଟ ବୁକ କରୁଥିଲେ ଅତିବେଶିରେ ୩ରୁ ୪ ହଜାର ଟଙ୍କା ମଧ୍ୟରେ ଦେବାକୁ ହେଉଥିଲା। ଏବେ ଏହି ଟିକଟ ମୂଲ୍ୟ ୬ ହଜାର ଟଙ୍କାରୁ ୯ ହଜାର ଟଙ୍କାକୁ ବୃଦ୍ଧି ପାଇବା ଯୋଗୁଁ ଯାତ୍ରୀମାନେ ବିମାନ ଯାତ୍ରାରୁ ବିମୁଖ ହେଉଥିବା କୁହାଯାଉଛି।
କୋଭିଡ୍ ମହାମାରୀ ପରେ ପରେ ଅନେକ ସହରକୁ ଉଡ଼ାଣ ବନ୍ଦ ହୋଇଯାଇଛି। ଏହାର ପୁନଃ ପ୍ରଚଳନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଟିକେଟ ମୂଲ୍ୟ ଓ ଯାତ୍ରା ନିମନ୍ତେ ଯାତ୍ରୀଙ୍କ ସଂଖ୍ୟ ପାରସ୍ପରିକ ସମ୍ବନ୍ଧିତ ହୋଇଥିବାରୁ ଏହାର ସମାଧାନ ପାଇଁ ବାଟ ଖୋଲିପାରୁ ନାହିଁ। କୋଭିଡ୍ ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଦୈନିକପ୍ରାୟ ୫୦ଟି ବିମାନ ଉଡ଼ାଣ କରୁଥିଲା। କୋଭିଡ଼ କାଳରେ ଏହା ପ୍ରାୟ ୨୦କୁ ହ୍ରାସ ପାଇଥିଲା। ଏବେ ତାହା ଧୀରେ ଧୀରେ ବୃଦ୍ଧି ପାଇ ୪୦ରେ ପହଞ୍ଚିଛି। ସେହିପରି ପୂର୍ବରୁ ଏହି ବିମାନବନ୍ଦର ଦେଇ ଦୈନିକ ୧୮ ହଜାରରୁ ଅଧିକ ଯାତ୍ରୀ ଯାତାୟତ କରୁଥିବା ବେଳେ ସମ୍ପ୍ରତି ଯାତ୍ରୀ ସଂଖ୍ୟା ୧୦ ହଜାର ମଧ୍ୟରେ ସୀମିତ ରହୁଛି। ଅକ୍ଟୋବର ଶେଷ ସପ୍ତାହରେ ଦୈନିକ ଯାତ୍ରୀ ସଂଖ୍ୟା ୧୦ ହଜାର ଅତିକ୍ରମ କରିବାରେ ସଫଳତା ପାଇଛି। ସେହିପରି କୋଭିଡ୍ କଟକଣା ଉଠିବା ପରେ କୁଆଲାଲୁମ୍ପୁର, ଦୁବାଇ, ବ୍ୟାଙ୍ଗକକ୍କୁ ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ହୋଇନାହିଁ। ଏହି ବିମାନ କେବେ ବିମାନ ଉଡ଼ିବ ତାହାର ଉତ୍ତର କାହା ପାଖରେ ନାହିଁ। ନିକଟରେ ବିମାନ କମ୍ପାନୀ ନିଜର ଶୀତକାଳୀନ ସିଡ୍ୟୁଲ ଘୋଷଣା କରିଥିବା ବେଳେ ସେଥିରେ ବିଶେଷ ଉନ୍ନତି ପରିଲକ୍ଷିତ ହୋଇ ନାହିଁ। କେବଳ ଜାନୁଆରୀ ପହିଲାରୁ ଗୌହାଟୀକୁ ଉଡ଼ାଣ ପୁନଃ ଆରମ୍ଭ ହେଉଥିବା ବେଳେ ଗୋଆ, ଅଗରତାଲା ଏବଂ ଆଉ କିଛି ସହରକୁ ଉଡ଼ାଣ ଆରମ୍ଭ ସମ୍ଭାବନା କ୍ଷୀଣ ରହିଛି।
ଭୁବନେଶ୍ୱରରୁ ଏବେ ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ ଓ କଲକାତାକୁ ସର୍ବାଧିକ ଯାତ୍ରୀ ଯିବା ଆସିବା କରୁଛନ୍ତି। ସେହିପରି ଅହମଦାବାଦ, ଚଣ୍ଡିଗଡ଼, ଡେରାଡୁନ୍, ଜୟପୁର, ପାଟନା, ରାୟପୁର, ରାଞ୍ଚି, ବାରଣାସୀ, ପୁଣେ, ପ୍ରୟାଗରାଜ ଆଦି ସ୍ଥାନକୁ ଯାତ୍ରୀ ସଂଖ୍ୟାରେ ବିଶେଷ ଉନ୍ନତି ଘଟିନାହିଁ। ସେପ୍ଟେମ୍ବର ମାସରେ ଦିଲ୍ଲୀକୁ ସର୍ବାଧିକ ୭୫,୬୭୬ ଯାତ୍ରୀ ଯାତାୟତ କରିଛନ୍ତି। ସେହିପରି ମୁମ୍ବଇକୁ ୪୪,୩୯୭, ହାଇଦ୍ରାବାଦକୁ ୨୧,୬୩୮, ବେଙ୍ଗାଲୁରୁକୁ ୪୨,୬୫୦, କଲକାତାକୁ ୩୪,୦୬୭ ଜଣ ଯାତ୍ରୀ ଯିବା ଆସିବା କରିଛନ୍ତି। ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପୂର୍ବାପେକ୍ଷା ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି। ଏହା ସତ୍ୟ ଯେ ବିମାନ ଟିକଟ ମୂଲ୍ୟ ଯଥେଷ୍ଟ ଅଧିକ ରହୁଥିବାରୁ ଏହାର ପ୍ରଭାବ ଯାତ୍ରୀ ସଂଖ୍ୟା ଉପରେ ପଡୁଛି। ତେବେ କୋଭିଡ୍ ପରେ ପ୍ରାୟ ୭୦% ଆସନ ଏବେ ପୂରଣ ହେବା ସ୍ଥିତିରେ ପହଞ୍ଚିଛି। ଆଗାମୀ ଦିନରେ କିଛି ନୂଆ ଓ ପୁରୁଣା ସ୍ଥାନକୁ ସିଧାସଳଖ ବିମାନ ଉଡ଼ାଣ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।