ପୁଣିଥରେ ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହେଲେ ଅବସରପ୍ରାପ୍ତ ଆଇଏଏସ ଅସୀତ ତ୍ରିପାଠୀ

The Sakala Picture
Published On

ଭୁବନେଶ୍ବର : ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚିନ ହୋଇଛନ୍ତି ଅବସରପ୍ରାପ୍ତ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଅସିତ ତାଙ୍କ ପ୍ରତିଦ୍ବନ୍ଦୀ ଡ଼.ତପେସ ରାୟଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଭୁବନେଶ୍ବର କ୍ଲବ ସଭାପତି ହୋଇଛନ୍ତି। ଆଜି ଭୁବନେଶ୍ବର କ୍ଲବ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ୧୧ଟାରୁ ଭୋଟ ଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏଁ ଚାଲିଥିଲା। ଭୁବନେଶ୍ବର କ୍ଳବରେ ମୋଟ ସଦସ୍ୟ ସଂଖ୍ୟା ୨୨୭୩ ଥିବା […]

ଭୁବନେଶ୍ବର : ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚିନ ହୋଇଛନ୍ତି ଅବସରପ୍ରାପ୍ତ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଅସିତ ତାଙ୍କ ପ୍ରତିଦ୍ବନ୍ଦୀ ଡ଼.ତପେସ ରାୟଙ୍କୁ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଭୁବନେଶ୍ବର କ୍ଲବ ସଭାପତି ହୋଇଛନ୍ତି। ଆଜି ଭୁବନେଶ୍ବର କ୍ଲବ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ୧୧ଟାରୁ ଭୋଟ ଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏଁ ଚାଲିଥିଲା। ଭୁବନେଶ୍ବର କ୍ଳବରେ ମୋଟ ସଦସ୍ୟ ସଂଖ୍ୟା ୨୨୭୩ ଥିବା ବେଳେ ନିର୍ଦ୍ଧାରିତ ସମୟରେ ଅପରାହ୍ନ ୫ଟା ମଧ୍ୟରେ ୧୧୩୬ ସଦସ୍ୟ ଭୋଟ ଦେଇଥିଲେ।

ଆହୁରି ପଢ଼ନ୍ତୁ: ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ବିଫଳତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ

ତେବେ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିଲା ଭୋଟ ଗଣତି। ସମସ୍ତ ପଦବୀ ପାଇଁ ବାଲଟ ପେପରରେ ଭୋଟ କରାଯାଇଥିଲା। ୧୨ଟି ଟେବୁଲରେ କାଉଁଟିଙ୍ଗ କରାଯାଇଥିଲା। ୧୧୩୬ ଭୋଟ ମଧ୍ୟରୁ ୯୨୧ ଖଣ୍ଡ ଭୋଟ ପାଇ ଅସିତ ବିଜୟୀ ହୋଇଛନ୍ତି। ସେହିପରି ଉପ ସଭାପତି ଭାବେ ପ୍ରଗତି କୁମାର ମହାନ୍ତି,ସମ୍ପାଦକ ଭାବେ ଅଶୋକ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ଭାବେ ପାର୍ଥଜିତ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଏକଜୁକ୍ୟୁଟିଭ କମିଟି ପାଇଁ ଅସିତଙ୍କ ପ୍ୟାନେଲ ଥିବା ସଦସ୍ୟ ନିର୍ବାଚିତ ହୋଇଛନ୍ତି। ଭୁବନେଶ୍ବର କ୍ଲବର ସମସ୍ତ ଭୋଟିଙ୍ଗ ପକ୍ରିୟାକୁ ନିର୍ବାଚନ ଅଧିକାରୀ ଜ୍ୟୋତି ପ୍ରକାଶ ଦାଶ ପରିଚାଳନା କରୁଥିଲେ।  ତେବେ ଭୁବନେଶ୍ୱର କ୍ଲବ୍ ରାଜ୍ୟର ଏକ ପୁରାତନ କ୍ଳବ ଅଟେ। ଏହାର ସୁନାମ ସାରା ଭାରତ ବର୍ଷ ରେ ରହିଛି।

ଆହୁରି ପଢ଼ନ୍ତୁ: “ମୁଁ ଠାକୁର...”: କାନପୁର HDFC ବ୍ୟାଙ୍କରେ ମହିଳା କର୍ମଚାରୀଙ୍କ ହାଇଭୋଲ୍ଟେଜ୍ ଡ୍ରାମା, ଗ୍ରାହକଙ୍କୁ ଗାଳିଗୁଲଜ ସହ ଦେଲେ ଧମକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp