ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ପ୍ରାଥମିକ ଶିକ୍ଷକ ସଂଘ, ଡିସେମ୍ବର ସୁଦ୍ଧା ଦାବି ପୂରଣ ପ୍ରତିଶ୍ରୁତି

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ନେଇ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଠିକା ନିଯୁକ୍ତିକୁ ନିୟମିତ ଗ୍ରେଡ ପେ ବୃଦ୍ଧି ଓ ପୁରାତନ ପେନସନ ଯୋଜନା ଲାଗୁ ଭଳି ଯେଉଁ ମୁଖ୍ୟ ଦାବି ସବୁଥିଲା ତାହା ଆଜି ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକମାନଙ୍କୁ ସେମାନଙ୍କ ଦାବି ପୂରଣ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସ୍ଥଗିତ ନେଇ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଠିକା ନିଯୁକ୍ତିକୁ ନିୟମିତ ଗ୍ରେଡ ପେ ବୃଦ୍ଧି ଓ ପୁରାତନ ପେନସନ ଯୋଜନା ଲାଗୁ ଭଳି ଯେଉଁ ମୁଖ୍ୟ ଦାବି ସବୁଥିଲା ତାହା ଆଜି ଆଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷକମାନଙ୍କୁ ସେମାନଙ୍କ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି। ପ୍ରତିଶ୍ରୁତି ମିଳିବା ପରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ: ଖାମେନେଇଙ୍କ କାର୍ଯ୍ୟାଳୟ ଟାର୍ଗେଟ୍, ଆରମ୍ଭ ହେଲା ‘ଅପରେସନ୍ ଲାୟନ୍ସ ରୋର୍’

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ପ୍ରାଥମିକ ଶିକ୍ଷକ ମହାସଂଘର ୯ ସଂଘ ସାମିଲ ଥିଲେ। ପ୍ରାଥମିକ ଶିକ୍ଷକ ସଂଘର ମହାସଚିବଙ୍କ ସୂଚନା ମୁତାବକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା ହୋଇଛି। ଇଣ୍ଟର ମିନିଷ୍ଟରିଆଲ କମିଟି ବୈଠକ ପରେ AUPTF ସଂଘ ଆନ୍ଦୋଳନକୁ ସ୍ତଗିତ ରଖିଥିଲା । ଆନ୍ଦୋଳନ ସମୟରେ ତିନି ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ସଂଘ ପ୍ରସ୍ତାବ ରଖିଥିଲା । ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଡାକରା ଆସିଥିଲା । ଆମ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୫ଟି ସଚିବ ଆଲୋଚନା କଲେ । ସମସ୍ତ ସଂଘର ଥିବା ଦାବିକୁ ପୁଙ୍ଖାନୁପୁଙ୍ଖକ ଭାବେ ୫ଟି ଆଲୋଚନା କଲେ ଏବଂ ଗ୍ରହଣ କଲେ । ଆସନ୍ତା ନୂଆବର୍ଷ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ସବୁଠାରୁ ଭଲ ଉପହାର ଦିଆଯିବ ବୋଲି ଘୋଷଣା କରିଛନ୍ତି । ଏହାକୁ ସବୁ ସଂଘ ମାନି ନେଇଛି। AUPTF ର ଦାବିକୁ ସରକାର ହସ୍ତକ୍ଷେପ କରି ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ସମସ୍ତ AUPTF ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କ ପାଇଁ ବଡ଼ ଖବର: ବକେୟା ଇ-ଚାଲାଣ ଉପରେ ମିଳୁଛି ରିହାତି, ହାତଛଡ଼ା କରନ୍ତୁ ନାହିଁ ସୁଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp