ରାତିରେ ରଶି ଲଗାଇ ଆତ୍ମହତ୍ୟା କଲା ପୁଅ, ସହ୍ଯ କରିନପାରି ସକାଳେ ଚାଲିଗଲା ବାପାଙ୍କ ଜୀବନ

The Sakala Picture
Published On

ସାରସକଣା:  ରାତିରେ ଜନୈକ ପୁଅ ରଶି ଲାଗଇ ଆତ୍ମହତ୍ୟା କରିବା ଏବଂ ଏହାକୁ ସହ୍ୟ କରିନପାରି ବାପ ଆରପାରିକୁ ଚାଲିଯିବା ଘଟଣା ଝାରପଖରିଆ ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଝାରପଖରିଆ ଥାନା ବମ୍ବେଛକ ବଜାର ନିକଟସ୍ଥ ସୀମାନ୍ତ ନୂଆସହିର ଯୁବକ ରାଜୁ ମହାନ୍ତ (୩୦)ଙ୍କ ମୃତଦେହ ତାଙ୍କ ନିଜ ଘରେ ବେକେରେ ରଶି ଲଗାଇ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କର ମୃତ୍ୟୁର ସଠିକ କାରଣ ଜଣାପଡ଼ି ନ ଥିବା ବେଳେ ପରଦିନ ସକାଳେ ତାଙ୍କ […]

ସାରସକଣା:  ରାତିରେ ଜନୈକ ପୁଅ ରଶି ଲାଗଇ ଆତ୍ମହତ୍ୟା କରିବା ଏବଂ ଏହାକୁ ସହ୍ୟ କରିନପାରି ବାପ ଆରପାରିକୁ ଚାଲିଯିବା ଘଟଣା ଝାରପଖରିଆ ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଝାରପଖରିଆ ଥାନା ବମ୍ବେଛକ ବଜାର ନିକଟସ୍ଥ ସୀମାନ୍ତ ନୂଆସହିର ଯୁବକ ରାଜୁ ମହାନ୍ତ (୩୦)ଙ୍କ ମୃତଦେହ ତାଙ୍କ ନିଜ ଘରେ ବେକେରେ ରଶି ଲଗାଇ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କର ମୃତ୍ୟୁର ସଠିକ କାରଣ ଜଣାପଡ଼ି ନ ଥିବା ବେଳେ ପରଦିନ ସକାଳେ ତାଙ୍କ ପିତା ଲଲମୋହନ ମହାନ୍ତ (୭୦)ଙ୍କ ମୃତଦେହ ଘରୁ ଉଦ୍ଧାର କରାଯାଇଛି। ବହୁଦିନ ହେଲା ସେ ଶାରୀରିକ ଅସୁସ୍ଥ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

ପ୍ରକାଶ ଥାଉକି, କିଛିମାସ ପୂର୍ବରୁ ଏହି ଘରର ସାନପୁଅ ବିଜୁ ମହାନ୍ତ ମଧ୍ୟ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ଏବେ ଏହି ଦୁଃଖଦ ଘଟଣା ଘଟିବା ପରେ ଏହି ପରିବାର ମୁରବି ବିହୀନ ହୋଇପଡିଛି। ତେବେ ଉଭୟ ବାପପୁଅଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳ ଝାରପଖରିଆ ପୁଲିସ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱର ସହିତ ନେଇ ତଦନ୍ତ ଜାରି ରଖିଛି । ଏ ସଂକ୍ରାନ୍ତରେ ଥାନାରେ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର