ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମା ଡିମାଣ୍ଡକୁ ନେଇ ବଢୁଛି ବିବାଦ, ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ

Madhusudan Das Picture
Published On

ଭୁବନେଶ୍ୱର: ଟାଟା ପାୱାର ପକ୍ଷରୁ ଗ୍ରାହକଙ୍କ ନିକଟରୁ ଅତିରିକ୍ତ ସୁରକ୍ଷା ଜମା ବାବଦରେ ଅତିରିକ୍ତ ଦେୟ ଦାଖଲ ପାଇଁ ନୋଟିସକୁ ନେଇ ଉପଭୋକ୍ତା ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏପରିକି ୪ ବର୍ଷ ଧରି ବିଜୁଳି ଦର ବୃଦ୍ଧି କରାଯାଇ ନ ଥିବା ବେଳେ, କମ୍ପାନୀ କାହିିଁକି ସୁରକ୍ଷା ଜମା ସମୀକ୍ଷା କଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଅତିରିକ୍ତ ଜମାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ପ୍ରରିପେକ୍ଷୀରେ ସ୍ପଷ୍ଟୀକରଣ ରଖିଛି ଟିପିସିଓଡିଏଲ (ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ)। କିଛି ଉପଭୋକ୍ତାଙ୍କୁ ଜାରି କରାଯାଇଥିବା ଅତିରିକ୍ତ ସୁରକ୍ଷା ଜମା (ଏଏସଡି) ଡିମାଣ୍ଡ ନୋଟିସ୍‌ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ବଣ୍ଟନ (ଯୋଗାଣ ସର୍ତ୍ତାବଳୀ) କୋଡ୍‌, ୨୦୧୯ ଦ୍ୱାରା ପରିଚାଳିତ ଅଟେ। ଏହା ଏକ ବାଧ୍ୟତାମୂଳକ ବାର୍ଷିକ ବୈଧାନିକ ଅନୁପାଳନ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଟାଟା ପାୱାରର ଉପରୋକ୍ତ ସ୍ପଷ୍ଟୀକରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି  ଶକ୍ତି ସମୀକ୍ଷକ। ଓଡ଼ିଶା ବିଦ୍ୟୁତ୍‌ ଆୟୋଗ ଜାରି କରିଥିବା ଅଧିନିୟମ ଧାରା ୫୨, ୫୩, ୫୪ ଓ ୫୫ ଅନୁସାରେ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ ହୋଇଥିବା ବେଳେ ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ ନୁହେଁ।  ଏହା ଟାଟାର ଇଚ୍ଛାଧିନ ବ୍ୟାପାର ବୋଲି ଶକ୍ତି ସମୀକ୍ଷକମାନେ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଟିପିସିଓଡିଏଲର ଯୁକ୍ତି ଅନୁଯାୟୀ ବିଦ୍ୟୁତ୍‌ ଆଇନ, ୨୦୦୩ର ଧାରା ୪୭ ଅନୁଯାୟୀ ସୁରକ୍ଷା ଜମା ସଂଗ୍ରହ କରିବା ବାଧ୍ୟତାମୂଳକ ଅଟେ। ଏହି ଆଇନ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡ଼ିକୁ ବିଦ୍ୟୁତ୍‌ ଯୋଗାଣ ବାବଦରେ ଉପଭୋକ୍ତାଙ୍କଠାରୁ ଉପଯୁକ୍ତ ସୁରକ୍ଷା ରାଶି ଦାବି କରିବାକୁ କ୍ଷମତା ପ୍ରଦାନ କରେ। ଏହି ଆଇନକୁ ଆଧାର କରି ଓଇଆରସି ବଣ୍ଟନ (ଯୋଗାଣ ସର୍ତ୍ତାବଳୀ) କୋଡ୍‌, ୨୦୧୯ର ନିୟମାବଳୀ ୫୨, ୫୩, ୫୪ ଏବଂ ୫୫ ପ୍ରଣୟନ କରିଛନ୍ତି, ଯାହା ଏହି ପ୍ରକ୍ରିୟାକୁ କଠୋର ଭାବରେ ନିୟନ୍ତ୍ରଣ କରିଥାଏ। ନିୟମାବଳୀ ୫୩ ଅନୁଯାୟୀ ଉପଭୋକ୍ତାଙ୍କ ସୁରକ୍ଷା ଜମା ପର୍ଯ୍ୟାପ୍ତ ଅଛି କି ନାହିଁ ତାହା ପ୍ରତି ବର୍ଷ ସମୀକ୍ଷା କରାଯାଏ। ଏହି ସମୀକ୍ଷା ଗତ ଆର୍ଥିକ ବର୍ଷ (୨୦୨୪-୨୫)ରେ ଉପଭୋକ୍ତାଙ୍କ ହାରାହାରି ବିଦ୍ୟୁତ୍‌ ବ୍ୟବହାର ଉପରେ ଆଧାରିତ। ଟିପିସିଓଡିଏଲ ଆହୁରି ମଧ୍ୟ କହିଛି ଯେ ଯଦି ଜଣେ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ବ୍ୟବହାର ବୃଦ୍ଧି ପାଇଛି, ତେବେ ପୂର୍ବରୁ ଥିବା ସୁରକ୍ଷା ଜମା (୨ ମାସର ବିଲିଂ ପାଇଁ ଗଣନା କରାଯାଇଥିବା) କମ୍‌ ପଡିଥାଏ। ତେଣୁ ଉପଭୋକ୍ତାଙ୍କୁ ଏହି ପାର୍ଥକ୍ୟ ରାଶିକୁ ଅତିରିକ୍ତ ସୁରକ୍ଷା ଜମା (ଏଏସଡି) ଭାବରେ ପୈଠ କରିବାକୁ ପଡିଥାଏ।  ଅନ୍ୟ ପକ୍ଷରେ, ଯେଉଁ ଉପଭୋକ୍ତା ମାନଙ୍କର ବିଦ୍ୟୁତ୍‌ ବ୍ୟବହାର ୨୦୨୪-୨୫ ଆର୍ଥିକ ବର୍ଷରେ ହ୍ରାସ ପାଇଛି ଏବଂ ଫଳସ୍ୱରୂପ ସୁରକ୍ଷା ଜମା ଅଧିକ (ଆବଶ୍ୟକ ରାଶିର ୧୦%ରୁ ଅଧିକ) ରହିଛି, ସେମାନେ ସେମାନଙ୍କ ବିଦ୍ୟୁତ୍‌ ବିଲରେ ଆଡଜଷ୍ଟମେଣ୍ଟ ମାଧ୍ୟମରେ ଅତିରିକ୍ତ ରାଶି ଫେରସ୍ତ ପାଇବାକୁ ଯୋଗ୍ୟ ଅଟନ୍ତି ବୋଲି କମ୍ପାନୀ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଅପରପକ୍ଷେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ରଙ୍କ ଅନୁଯାୟୀ  ଉପଭୋକ୍ତାଙ୍କଠାରୁ ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ବାଧ୍ୟତାମୂଳକ ନୁହେଁ, ଏହା ଟାଟାର ଇଚ୍ଛାଧିନ ବ୍ୟାପାର। ଆୟୋଗଙ୍କ ଅଧିନିୟମ ଅନୁସାରେ ଯେଉଁ ବର୍ଷ ଆୟୋଗ ଟାରିଫ୍‌ ବୃଦ୍ଧି କରିବେ ତାର ପରବର୍ଷ ବିତରଣ କମ୍ପାନୀ ନିଜ ପାଖରେ ଗଛିତ ଥିବା ସୁରକ୍ଷା ଜମାଟଙ୍କାକୁ ସମୀକ୍ଷା କରିବ। ଏଥିପାଇଁ ଉପଭୋକ୍ତାର ପୂର୍ବବର୍ଷରେ ବ୍ୟବହାର କରିଥିବା ବିଦ୍ୟୁତ୍‌ ପରିମାଣର ଦୁଇ ମାସର ହାରାହାରି ବ୍ୟବହାର ନିର୍ଣ୍ଣୟ କରି ସୁରକ୍ଷା ଜମାଟଙ୍କା ହିସାବ କରନ୍ତି। ଯଦି ଅକଳିତ ସୁରକ୍ଷା ଜମା ଗଚ୍ଛିତ ଥିବା ସୁରକ୍ଷା ଜମାର ୧୦% ଠାରୁ ଅଧିକ ହୁଏ, ତେବେ ବିତରଣ କମ୍ପାନୀ ଅତିରିକ୍ତ ସୁରକ୍ଷା ଜମା ଆଦାୟ କରିବେ। ଆୟୋଗ ଏପରି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଗତ ଚାରି ବର୍ଷ ଧରି ରାଜ୍ୟରେ ଟାରିଫ ବୃଦ୍ଧି ହୋଇନାହିଁ। ଏପରିସ୍ଥଳେ କେଉଁ କାରଣରୁ ବିତରଣ କମ୍ପାନୀ ସୁରକ୍ଷା ଜମା ସମୀକ୍ଷା କଲେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତବର୍ଷ ବିବାଦୀୟ ଭାବେ ଟାଟା ଅଧିକ ଆଦାୟ କରିଥିବା ଅତିରିକ୍ତ ସୁରକ୍ଷା ଜମାଟଙ୍କାକୁ ନେଇ ଦାୟର ମାମଲା ଆୟୋଗଙ୍କ ବିଚାରାଧୀନ ଥିବାବେଳେ ଓ ଟାଟା ତାହାକୁ ଫେରସ୍ତ ନକରି ପୁଣି ଚଳିତ ବର୍ଷରେ ଅତିରିକ୍ତ ସୁରକ୍ଷା ଜମାଟଙ୍କା ଆଦାୟ କରିବା ପାଇଁ ନୋଟିସ ଦେବା ଓ ତାହାକୁ ଆଦାୟ କରିବା ପାଇଁ ନିଶ୍ଚିତ ପ୍ରକ୍ରିୟା ଆରମ୍ଭ କରିବା ସଂପୂର୍ଣ୍ଣ ବେଆଇନ୍‌ ଅଟେ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ ଏହା ଉପରେ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବା ପାଇଁ  ଉପଭୋକ୍ତା ମହଲରେ ଦାବି ହେଉଥିବା ସେ  କହିଛନ୍ତି ।

16 Dec 2025 By Madhusudan Das

https://www.thesakala.in/latest-odisha-news/additional-security-deposit-notice-from-tpcodl-odisha/article-43613
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର