ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି, ଅନ୍ତରୀଣ ରହିତାଦେଶ ଉଠାଇଲେ କୋର୍ଟ

Madhusudan Das Picture
Published On

ଭୁବନେଶ୍ୱର: ହଟିଲା କଟକଣା, ପୁଣି ମଞ୍ଚ ଦୁଲୁକେଇବେ ଅଭିନେତା ପୀୟୂଷ ତ୍ରିପାଠୀ । ଯାତ୍ରା ମଞ୍ଚ ଚଢ଼ିବାକୁ ପୀୟୂଷଙ୍କୁ ଅନୁମତି ମିଳିଛି । ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା କହିଛନ୍ତି ପୀୟୂଷଙ୍କ ଓକିଲ । ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ଉଠାଇଲେ କୋର୍ଟ । ମାମଲାରେ ରାୟ ଶୁଣାଇ ଭୁବନେଶ୍ବର ସିଭିଲ କୋର୍ଟ ପୀୟୂଷଙ୍କୁ ଯାତ୍ରା ‘ସିଂହବାହିନୀ’ରୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଇଛନ୍ତି।  ଆଉ କୋର୍ଟଙ୍କ ଏହି ରାୟ ପରେ ପୀୟୂଷଙ୍କର ଖଣ୍ଡଗିରିରେ ମଞ୍ଚ ଚଢ଼ିବା ପଥ ପରିଷ୍କାର ହୋଇଛି। ଚୁକ୍ତି ଖିଲାପ ଅଭିଯୋଗରେ ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପରେ ରୋକ ଲଗାଯାଇଥିଲା । ଏବେ ତାଙ୍କ ଉପରୁ କଟକଣା ହଟିଛି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର