ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ଡିଏଫଓଙ୍କୁ ମାରାଥନ୍ ଜେରା, କହିଲେ ବିଦ୍ୟାଭାରତୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିିଁ

The Sakala Picture
Published On

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମାରାଥନ୍ ଜେରା କରିଛି ତଦନ୍ତକାରୀ ଟିମ୍ । ମୃତ୍ୟୁର ୧୧ ଦିନ ପରେ ସାମ୍ନାକୁ ଆସିଥିଲେ ବିବାଦରେ ଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରା । ଆଜି ଡିଏଫଓଙ୍କ କାର୍ଯ୍ଯାଳୟରେ ପହଞ୍ଚିଥିଲା ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାରେ ଆଜି ଡିଏଫଓଙ୍କୁ ଜେରା କରିଥିଲା ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ନିଜ ସରକାରୀ ବାସଭବନରେ ଥିଲେ ଡିଏଫଓ । ଜେରା ସମୟରେ […]

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ମାରାଥନ୍ ଜେରା କରିଛି ତଦନ୍ତକାରୀ ଟିମ୍ । ମୃତ୍ୟୁର ୧୧ ଦିନ ପରେ ସାମ୍ନାକୁ ଆସିଥିଲେ ବିବାଦରେ ଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରା । ଆଜି ଡିଏଫଓଙ୍କ କାର୍ଯ୍ଯାଳୟରେ ପହଞ୍ଚିଥିଲା ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାରେ ଆଜି ଡିଏଫଓଙ୍କୁ ଜେରା କରିଥିଲା ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ନିଜ ସରକାରୀ ବାସଭବନରେ ଥିଲେ ଡିଏଫଓ । ଜେରା ସମୟରେ ଏସଡିପିଓ ଓ ତଦନ୍ତକାରୀ ଅଧିକାରୀ ଉପସ୍ଥିତି ରହିଥିଲେ। ବିଦ୍ୟାଭାରତୀଙ୍କ ସହ ସମ୍ପର୍କକୁ ଖଣ୍ଡନ କରିଥିଲେ ଡିଏଫଓ ସଂଗ୍ରାମ କେଶରୀ ବେହେରା । ବିଦ୍ୟାଭାରତୀଙ୍କ ସହ ତାଙ୍କର କୌଣସି ସଂପର୍କ ନଥିବା ଜେରା ବେଳେ ତଦନ୍ତକାରୀ ଟିମ୍ ଆଗରେ ସେ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଜେରା ଶେଷ ହେବା ପରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ତେବେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି । ସେପଟେ କିନ୍ତୁ ଜେରା ସମ୍ପର୍କରେ କୌଣସି ମତାମତ ଦେଇନାହାନ୍ତି ଡିଏଫଓ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର