ପ୍ରେମ କରି ଜେଲ ଗଲେ ଯୁବକ

The Sakala Picture
Published On

ରାଇରଙ୍ଗପୁର: ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ନୁରୁ ବାଦଡା ଗ୍ରାମର ଜନୈକ ଯୁବକ ରୋହିଣୀକୁଦର ଗ୍ରାମର ଜନୈକା ନାବାଳିକା ଝିଅଙ୍କୁ ଭଲ ପାଉଥିଲେ ଓ ବିବାହ କରିବା ପାଇଁ ନିଜ ଘରକୁ ନେଇ ଯାଇଥିଲେ। ମାତ୍ର ପରିବାର ଲୋକେ ତାଙ୍କ ଝିଅକୁ ଉକ୍ତ ଯୁବକ ଅପହରଣ କରିଥିବା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଝିଅ ପୁଅଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଆଉ ମାତ୍ର ତିନି ଦିନ ପରେ ଉକ୍ତ ନାବାଳିକା ସାବାଳିକା ହୋଇଥାନ୍ତା। […]

ରାଇରଙ୍ଗପୁର: ରାଇରଙ୍ଗପୁର ଟାଉନ ଥାନା ଅଧିନସ୍ଥ ନୁରୁ ବାଦଡା ଗ୍ରାମର ଜନୈକ ଯୁବକ ରୋହିଣୀକୁଦର ଗ୍ରାମର ଜନୈକା ନାବାଳିକା ଝିଅଙ୍କୁ ଭଲ ପାଉଥିଲେ ଓ ବିବାହ କରିବା ପାଇଁ ନିଜ ଘରକୁ ନେଇ ଯାଇଥିଲେ। ମାତ୍ର ପରିବାର ଲୋକେ ତାଙ୍କ ଝିଅକୁ ଉକ୍ତ ଯୁବକ ଅପହରଣ କରିଥିବା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଝିଅ ପୁଅଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଆଉ ମାତ୍ର ତିନି ଦିନ ପରେ ଉକ୍ତ ନାବାଳିକା ସାବାଳିକା ହୋଇଥାନ୍ତା। ଅଭିଯୋଗ ଓ ଆଇନ୍‍ ଅନୁଯାୟୀ ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କଲା ପରେ ଝିଅର ପରିବାର ଲୋକେ ଝିଅକୁ ଘରକୁ ଫେରାଇ ନେବାକୁ ରାଜି ନ ହେବାରୁ ପୁଲିସ ଝିଅକୁ ବାରିପଦା ସ୍ଥିତ ସୁଧାର ଗୃହକୁ ସ୍ଥାନାନ୍ତର କରିଛନ୍ତି।

ଆହୁରି ପଢ଼ନ୍ତୁ: ୮ ବର୍ଷ ପରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ: ଅକ୍ଟୋବର ୧୫ରେ ଭୋଟ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର