କଙ୍ଗାରୁ କୋର୍ଟରେ ଯୁବକଙ୍କୁ ଲୁହାରଡ୍‍ରେ ପିଟି ହତ୍ୟା

The Sakala Picture
Published On

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅଧୀନ ଇଞ୍ଚୁଡି ପଞ୍ଚାୟତର ଗୁଳାସାହିଠାରେ କଙ୍ଗାରୁ କୋର୍ଟରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏକ ଚୋରି ଘଟଣାକୁ ନେଇ ସମ୍ପୃକ୍ତ ଯୁବକକୁ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ସମର୍ଥକ ଅଧ ରାତିରେ ଘରୁ ଟେକି ନେଇ ଗାଁ ମନ୍ଦିର ଛକଠାରେ ନିସ୍ତୁକ ମାଡ ମାରିଥିଲେ। ମେଡିକାଲରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଇଞ୍ଚୁଡି ପଞ୍ଚାୟତର ଗୁଳାସାହି ଅଞ୍ଚଳର […]

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅଧୀନ ଇଞ୍ଚୁଡି ପଞ୍ଚାୟତର ଗୁଳାସାହିଠାରେ କଙ୍ଗାରୁ କୋର୍ଟରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏକ ଚୋରି ଘଟଣାକୁ ନେଇ ସମ୍ପୃକ୍ତ ଯୁବକକୁ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ସମର୍ଥକ ଅଧ ରାତିରେ ଘରୁ ଟେକି ନେଇ ଗାଁ ମନ୍ଦିର ଛକଠାରେ ନିସ୍ତୁକ ମାଡ ମାରିଥିଲେ। ମେଡିକାଲରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଇଞ୍ଚୁଡି ପଞ୍ଚାୟତର ଗୁଳାସାହି ଅଞ୍ଚଳର ମକୁନ୍ଦ ଦଳେଇଙ୍କ ପୁଅ ସଞ୍ଜିତ ଦଳେଇ। ଘଟଣା ନେଇ ମୃତକଙ୍କ ପତ୍ନୀ ଜ୍ୟୋତ୍ସ୍ନା ଦଳେଇ ଖନ୍ତାପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମାଡ ମାରି ତାଙ୍କୁ ହତ୍ୟା କରାଯାଇଥିବା ପ୍ରତିବାଦରେ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ସମର୍ଥକମାନଙ୍କୁ ପୁଲିସ ଯଥାଶିଘ୍ର ଗିରଫ କରିବା ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଗ୍ରାମବାସୀ ଇଞ୍ଚୁଡି ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

ଅଭିଯୋଗ ଅନୁସାରେ, ଗତ ଦୁଇ ଦିନ ପୂର୍ବରୁ ଇଞ୍ଚୁଡି ଗୁଳାସାହି ଅଞ୍ଚଳର ସଞ୍ଜିତ ସ୍ଥାନୀୟ ଏକ ଚିଙ୍ଗୁଡି ଘେରିରୁ ଏକ ଲୁହା ରଡ ଚୋରି କରିଥିଲେ। ଏ ସମ୍ପର୍କରେ ଚିଙ୍ଗୁଡ଼ି ଘେରି କରିଥିବା ଲୋକ ସ୍ଥାନୀୟ ସରପଞ୍ଚ ରମଣୀ ରଞ୍ଜନ ମହାଳିକଙ୍କୁ ଜଣାଇଥିଲେ। ଗତ ଗୁରୁବାର ରାତିରେ ଘରେ ଶୋଇଥିବା ସମୟରେ ସରପଞ୍ଚ ରମଣୀ ଏବଂ ତାଙ୍କର ସମର୍ଥକ ଶ୍ରୀଧର ମହାକୁଢ଼, ଚେମା ରାଉତ, ଶରତ ବାରିକ, ଜୁଳିଆ ପ୍ରଧାନ, ବାପି ମହାଳିକ, ଟୁକୁ ବାରିକ, ଭଗିଆ ବାରିକ, ଟୁକୁ ମହାକୁଢଙ୍କ ସମେତ ତାଙ୍କର ଅନ୍ୟ ୪ରୁ ୫ଜଣ ସହଯୋଗୀମାନେ ସଞ୍ଜିତ ଘରର କବାଟ ଭାଙ୍ଗି ଭିତରେ ପଶି ସେମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ବିଭିନ୍ନ ମାରଣାସ୍ତ୍ର ଦେଖାଇ ସଞ୍ଜିତଙ୍କୁ ଘର ଟେକି ନେଇଯାଇଥିଲେ। ଏହାପରେ ସେମାନେ ଗାଁ ପାଖ ମନ୍ଦିର ଛକ ଠାରେ କିଛି ଗ୍ରାମବାସୀଙ୍କ ଉପସ୍ଥିତିରେ ଅତି ବର୍ବରତାର ସହ ମାଡ ମାରିଥିଲେ।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ଏପରିକି ମାଡରେ ସଞ୍ଜିତଙ୍କର ବିଭିନ୍ନ ସ୍ଥାନରେ ଖଣ୍ଡିଆଖାବରା ହେବା ସହ ଅଚେତ ହୋଇଯାଇଥିଲେ। ସଞ୍ଜିତ ଅଚେତ ହୋଇପଡ଼ିବା ଫଳରେ ସରପଞ୍ଚ ଏବଂ ସେମାନଙ୍କର ସମର୍ଥକମାନେ ଘଟଣା ସ୍ଥଳରୁ ପଳାଇଯାଇଥିଲେ। ପରେ ଗାଁ ଲୋକେ ସଞ୍ଜିତଙ୍କ ସମ୍ପର୍କୀୟ ଭାଇ ମହେଶ୍ୱର ଦଳେଇଙ୍କୁ ଖବର ଦେଇଥିଲେ। ମହେଶ୍ୱର ଘଟଣାସ୍ଥଳରେ ପହଁଚିବା ପରେ ସରପଞ୍ଚ ରମଣୀଙ୍କ ଘରକୁ ଯାଇଥିଲେ। ସରପଞ୍ଚ ତୁରନ୍ତ ଏକ ଅଟୋ ଯୋଗେ ସଞ୍ଜିତଙ୍କୁ ଖନ୍ତାପଡା ଥାନାକୁ ପଠାଇଥିଲେ। ହେଲେ ସଞ୍ଜିତ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପୁଲିସ ସେମାନଙ୍କୁ ତୁରନ୍ତ ମେଡିକାଲ ନେଇଯିବାକୁ କହିଥିଲେ। ସରପଞ୍ଚଙ୍କ ସମର୍ଥକମାନେ ତାଙ୍କୁ ଗତ ଗୁରୁବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ସେଠାରୁ ଫେରାର ହୋଇଯାଇଥିଲେ। ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ରଣେନ୍ଦ୍ର; କହିଲେ, ‘ଦୁଇ ବର୍ଷରେ ୫୦ ନିଷ୍ପତ୍ତିରେ ସରକାରଙ୍କ ୟୁ-ଟର୍ଣ୍ଣ’

ଏହାସହ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ଅଭିଯୋଗ କରିଛନ୍ତି ଯେ, ଗତ ଗୁରୁବାର ସରପଞ୍ଚ ଏବଂ ତାଙ୍କ ସମର୍ଥକମାନେ ଘରେ ପଶି ତାଙ୍କୁ ମଧ୍ୟ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସହ ତାଙ୍କୁ ଦୁଷ୍ମର୍ମ କରିବା ସହ ଉକ୍ତ ଘଟଣା ସମ୍ପର୍କରେ କହାରିକୁ କହିଲେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ ବୋଲି କହିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବା ସହ ସରପଞ୍ଚ ଏବଂ ତାଙ୍କ ସମର୍ଥକମାନଙ୍କୁ ଯଥାଶିଘ୍ର ଗିରଫ କରି ସେମାନଙ୍କୁ ଫାଶି ଦେବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସ୍ଥାନୀୟ ଲୋକେ ସରପଞ୍ଚଙ୍କ ଘର ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତ ଶରୀରକୁ ଗାଁକୁ ନେଇ ସରପଞ୍ଚଙ୍କ ଘର ସମ୍ମୁଖରେ ରଖି ତାଙ୍କ ଘର ସମ୍ମୁଖରେ ଶେଷକୃତ୍ୟ ସମ୍ପନ୍ନ କରିବେ ବୋଲି ଅଡି ବସିଥିଲେ।

ଘଟଣାସ୍ଥଳରେ ସଦର ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଖନ୍ତାପଡା ଥାନା ଅଧିକାରୀ ବିମଳ କୁମାର ନାୟକଙ୍କ ସହ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ। ସଦର ଏସଡିପିଓ ଶ୍ରୀ ତ୍ରିପାଠୀଙ୍କ କହିବା ଅନୁସାରେ, ମୃତ ବ୍ୟକ୍ତିଙ୍କ ପରିବାର ଏବଂ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରାଯାଇଥିଲା। ୭ଦିନ ମଧ୍ୟରେ ସମସ୍ତଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଛି। ଏହା ସହ ଦୁଇଟି ଟିମ୍‍ କରାଯାଇ ଫେରାର ହୋଇଯାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ବୋଲି କହିଛନ୍ତି।

09 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର