ସମୁଦ୍ର କୂଳରେ ଲାଗିଲା ବିଶାଳକାୟ ତିମି

The Sakala Picture
Published On

ବ୍ରହ୍ମଗିରି: ସମୁଦ୍ର କୂଳରେ ଲାଗିଛି ଏକ ବିରାଟ ତିମି। ଯାହାର ଓଜନ ପ୍ରାୟ ୨୦ ଟନ୍‌ ହେବ ବୋଲି ଜଣାପଡିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ରମ୍ଭା ରେଞ୍ଜ ପିଟିଶାଳ ବିଟ୍ ନବା ଗାଁ’ ନିକଟ ସମୁଦ୍ର କୂଳରେ ଏହି ବିଶାଳକାୟ ତିମିଟି ଲାଗିଛି। ତିମି ମାଛର ଲମ୍ବ ୪୦ରୁ୪୫ ଫୁଟ ଲମ୍ବ ଓ ଗୋଲେଇ ୨୦ ଫୁଟ ହେବ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି। ତେବେ ତିମି ମାଛଟି ଗତକାଲିଠୁ ସମୁଦ୍ର କୂଳରେ ଲାଗିଥିବା ବେଳେ […]

ବ୍ରହ୍ମଗିରି: ସମୁଦ୍ର କୂଳରେ ଲାଗିଛି ଏକ ବିରାଟ ତିମି। ଯାହାର ଓଜନ ପ୍ରାୟ ୨୦ ଟନ୍‌ ହେବ ବୋଲି ଜଣାପଡିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ରମ୍ଭା ରେଞ୍ଜ ପିଟିଶାଳ ବିଟ୍ ନବା ଗାଁ’ ନିକଟ ସମୁଦ୍ର କୂଳରେ ଏହି ବିଶାଳକାୟ ତିମିଟି ଲାଗିଛି। ତିମି ମାଛର ଲମ୍ବ ୪୦ରୁ୪୫ ଫୁଟ ଲମ୍ବ ଓ ଗୋଲେଇ ୨୦ ଫୁଟ ହେବ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି। ତେବେ ତିମି ମାଛଟି ଗତକାଲିଠୁ ସମୁଦ୍ର କୂଳରେ ଲାଗିଥିବା ବେଳେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଚିଲିକା ୱାଇଲ୍ଡ ଲାଇଫ ଡିଭିଜନର ଏସିଏଫ୍ ଶରତ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

ମିଳିଥିବା ସୂଚନା ଅନୁସାରେ ଗୁରୁବାର ଅପରାହ୍ନରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ନଜରକୁ ଆସିଥିଲା। ଏହି ଖବର ପ୍ରଚାରିତ ହେବାପରେ ସେଠାରେ ଲୋକଙ୍କ ଭିଡ଼ ଲାଗି ଯାଇଥିଲା। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ କହିବା କଥାହେଲା ତିମି ମାଛଟି ଲାଗିବା ବେଳେ ଜୀବିତ ରହିଥିଲା। ପାଟି ଆଁ କରୁଥିବାବେଳେ ଲାଞ୍ଜ ଛାଟୁଥିଲା। କୂଳରେ ପାଣି କମ୍ ଥିବାରୁ ତିମିଟି ଆଉ ସମୁଦ୍ର ଭିତରକୁ ଯାଇପାରୁନାହିଁ। ଯାହା ଫଳରେ ରାତିରେ ତାର ମୃତ୍ୟୁ ହୋଇଯାଇଛି। ଏହାର ଲମ୍ବ ପ୍ରାୟ ୪୦ ରୁ ୪୫ ଫୁଟରୁ ଅଧିକ ହେବା ସହିତ ଗୋଲେଇ ୨୦ ଫୁଟ ହେବ। ଓଜନ ପ୍ରାୟ ୨୦ ଟନରୁ ଅଧିକ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଅଧାରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ, ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର