ଘର ଅଗଣାରୁ ଉଦ୍ଧାର ହେଲା ୧୪ ଫୁଟ୍‌ ଲମ୍ବର ବିରାଟ ଅହିରାଜ

The Sakala Picture
Published On

ବଡମ୍ବା : ଘରେ ପଶିଯାଇଥିଲା ବିଶାଳକାୟ ଅହିରାଜ ସାପ । ବହୁ ଅକ୍ଲାନ୍ତ ପରିଶ୍ରମ ପରେ ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍‌ପ ଲାଇନ୍‌ ସଦସ୍ୟ । ଏହାପରେ ଉକ୍ତ ସାପଟିକୁ ଜଙ୍ଗଲ ମଧ୍ୟକୁ ଛାଡିଦେଇଥିବା ଜଣାପଡିଛି । ସୂଚନାଅନୁସାରେ ଆଜି ସକାଳ ପ୍ରାୟ ୫ ଟା ବେଳେ କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ସାନବରସିଂ ଗ୍ରାମର ପ୍ରଭାକର ପ୍ରଧାନ ଙ୍କ ଘରେ ଜଣେ ସ୍ତ୍ରୀ ଲୋକ ଘର ଅଗଣା ରେ ଏକ ସାପ ଦେଖିଲେ । ସେ […]

ବଡମ୍ବା : ଘରେ ପଶିଯାଇଥିଲା ବିଶାଳକାୟ ଅହିରାଜ ସାପ । ବହୁ ଅକ୍ଲାନ୍ତ ପରିଶ୍ରମ ପରେ ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍‌ପ ଲାଇନ୍‌ ସଦସ୍ୟ । ଏହାପରେ ଉକ୍ତ ସାପଟିକୁ ଜଙ୍ଗଲ ମଧ୍ୟକୁ ଛାଡିଦେଇଥିବା ଜଣାପଡିଛି । ସୂଚନାଅନୁସାରେ ଆଜି ସକାଳ ପ୍ରାୟ ୫ ଟା ବେଳେ କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ସାନବରସିଂ ଗ୍ରାମର ପ୍ରଭାକର ପ୍ରଧାନ ଙ୍କ ଘରେ ଜଣେ ସ୍ତ୍ରୀ ଲୋକ ଘର ଅଗଣା ରେ ଏକ ସାପ ଦେଖିଲେ । ସେ କାହାକୁ ଡାକିବା ପୂର୍ବରୁ ସାପଟି ଅଗଣାରେ ପଡିଥିବା କିଛି ପଥର ଭିତରେ ପଶିଗଲା । ଗାଁ ଲୋକ ଯେତେ ଖୋଜା ଖୋଜି କଲେ ଆଉ ସାପକୁ ପାଇନଥିଲେ । ଯେତେବେଳେ ପଥର ଭିତରେ ସାପଟିକୁ ଦେଖିଲେ କେହି କେହି ଏକ କାଠ ବୋଲି ଭାବିଥିଲେ । ତେବେ ଯେତେବେଳେ ସାପ ଟି ହଲ ଚଲ ହେବା ଆରମ୍ଭ କଲା, ସେତେବେଳେ କାଠ ନୁହେଁ ସାପ ବୋଲି ନିଶ୍ଚିତ ହେଲେ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ଘଟଣା: ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ, ଗିରଫ ସଂଖ୍ୟା ୧୮କୁ ବୃଦ୍ଧି

କିନ୍ତୁ ଏତେ ବଡ଼ ସାପକୁ ଏକ ଅଜଗର ସାପ ବୋଲି ଭାବି ସ୍ଥାନୀୟ ବନ ବିଭାଗ କୁ ଖବର ଦେଇଥିଲେ । ବନ କର୍ମଚାରୀ ଘଟଣା ସ୍ଥଳରେ ପହଁଚିଲେ ସତ, ହେଲେ ଅହିରାଜ ସାପ ବୋଲି ଚିହ୍ନି ପାରି ଆଉ ଉଦ୍ଧାର କରିବା ପାଇଁ ସାହସ କୁଳେଇ ପାରିଲେ ନାହିଁ । ଅନ୍ୟ ଉପାୟ ନପାଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆ ଗଲା । ସାପ ଟି ପଥର ଗଦା ଭିତରେ ବୋଧ ହୁଏ ନିଜର କାତି ଛଡେଇ ବା ପାଇଁ ପଶି ଥିଲା କିନ୍ତୁ ତା ଉପରେ ଏକ ପଥର ରହିଯିବା ହେତୁ ସେ ସେଠାରୁ ଯାଇ ପାରି ନଥିଲା ଓ ସୁ ସୁ ଗର୍ଜ୍ଜନ କରିଥିଲା, କିନ୍ତୁ ତାପରେ ପଥର କାଢି ବହୁ ସତର୍କତା ସହ ସାପ ଟି କୁ ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଦୃଗା ମାଧବ ମହାପାତ୍ର ସୁଶାନ୍ତ ପାତ୍ର, ଅମିତ ସାହୁ ଓ ସ୍ଥାନୀୟ ଯୁବକ ଶୁଭ୍ରାଂଶୁ ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ୧୪ ଫୁଟ ଲମ୍ବର ବିରାଟ ଅହିରାଜ ସାପ କୁ ଉଦ୍ଧାର କରିଥିଲେ । ତେବେ ଶତାଧିକ ଦେଖଣାହାରୀଙ୍କ ଭିଡ଼ ଯୋଗୁଁ ସ୍ନେକ ହେଲ୍ପ ଲାଇନ ଟିମକୁ ନାକେଦମ ହେବାକୁ ପଡିଥିଲା ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୯୬% ସମାଧାନ ଦାବିର ସତ୍ୟତା କେତେ: ବିଜେଡି

ଏହାପରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଅହିରାଜ ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଏବଂ ସୁସ୍ଥ ଥିବାର ପ୍ରମାଣ ମିଳିବା ପରେ ବଡ଼ମ୍ବା ରେଞ୍ଜ ର ଡେପୁଟି ରେଞ୍ଜର ସରୋଜ କୁମାର ମହାନ୍ତିଙ୍କ ଉପସ୍ଥିତି ରେ ତଳ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟ ରେ ଛାଡି ଦିଆ ଯାଇଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

13 Apr 2021 By The Sakala

ଘର ଅଗଣାରୁ ଉଦ୍ଧାର ହେଲା ୧୪ ଫୁଟ୍‌ ଲମ୍ବର ବିରାଟ ଅହିରାଜ

ବଡମ୍ବା : ଘରେ ପଶିଯାଇଥିଲା ବିଶାଳକାୟ ଅହିରାଜ ସାପ । ବହୁ ଅକ୍ଲାନ୍ତ ପରିଶ୍ରମ ପରେ ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍‌ପ ଲାଇନ୍‌ ସଦସ୍ୟ । ଏହାପରେ ଉକ୍ତ ସାପଟିକୁ ଜଙ୍ଗଲ ମଧ୍ୟକୁ ଛାଡିଦେଇଥିବା ଜଣାପଡିଛି । ସୂଚନାଅନୁସାରେ ଆଜି ସକାଳ ପ୍ରାୟ ୫ ଟା ବେଳେ କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ସାନବରସିଂ ଗ୍ରାମର ପ୍ରଭାକର ପ୍ରଧାନ ଙ୍କ ଘରେ ଜଣେ ସ୍ତ୍ରୀ ଲୋକ ଘର ଅଗଣା ରେ ଏକ ସାପ ଦେଖିଲେ । ସେ କାହାକୁ ଡାକିବା ପୂର୍ବରୁ ସାପଟି ଅଗଣାରେ ପଡିଥିବା କିଛି ପଥର ଭିତରେ ପଶିଗଲା । ଗାଁ ଲୋକ ଯେତେ ଖୋଜା ଖୋଜି କଲେ ଆଉ ସାପକୁ ପାଇନଥିଲେ । ଯେତେବେଳେ ପଥର ଭିତରେ ସାପଟିକୁ ଦେଖିଲେ କେହି କେହି ଏକ କାଠ ବୋଲି ଭାବିଥିଲେ । ତେବେ ଯେତେବେଳେ ସାପ ଟି ହଲ ଚଲ ହେବା ଆରମ୍ଭ କଲା, ସେତେବେଳେ କାଠ ନୁହେଁ ସାପ ବୋଲି ନିଶ୍ଚିତ ହେଲେ ।

କିନ୍ତୁ ଏତେ ବଡ଼ ସାପକୁ ଏକ ଅଜଗର ସାପ ବୋଲି ଭାବି ସ୍ଥାନୀୟ ବନ ବିଭାଗ କୁ ଖବର ଦେଇଥିଲେ । ବନ କର୍ମଚାରୀ ଘଟଣା ସ୍ଥଳରେ ପହଁଚିଲେ ସତ, ହେଲେ ଅହିରାଜ ସାପ ବୋଲି ଚିହ୍ନି ପାରି ଆଉ ଉଦ୍ଧାର କରିବା ପାଇଁ ସାହସ କୁଳେଇ ପାରିଲେ ନାହିଁ । ଅନ୍ୟ ଉପାୟ ନପାଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆ ଗଲା । ସାପ ଟି ପଥର ଗଦା ଭିତରେ ବୋଧ ହୁଏ ନିଜର କାତି ଛଡେଇ ବା ପାଇଁ ପଶି ଥିଲା କିନ୍ତୁ ତା ଉପରେ ଏକ ପଥର ରହିଯିବା ହେତୁ ସେ ସେଠାରୁ ଯାଇ ପାରି ନଥିଲା ଓ ସୁ ସୁ ଗର୍ଜ୍ଜନ କରିଥିଲା, କିନ୍ତୁ ତାପରେ ପଥର କାଢି ବହୁ ସତର୍କତା ସହ ସାପ ଟି କୁ ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଦୃଗା ମାଧବ ମହାପାତ୍ର ସୁଶାନ୍ତ ପାତ୍ର, ଅମିତ ସାହୁ ଓ ସ୍ଥାନୀୟ ଯୁବକ ଶୁଭ୍ରାଂଶୁ ମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ୧୪ ଫୁଟ ଲମ୍ବର ବିରାଟ ଅହିରାଜ ସାପ କୁ ଉଦ୍ଧାର କରିଥିଲେ । ତେବେ ଶତାଧିକ ଦେଖଣାହାରୀଙ୍କ ଭିଡ଼ ଯୋଗୁଁ ସ୍ନେକ ହେଲ୍ପ ଲାଇନ ଟିମକୁ ନାକେଦମ ହେବାକୁ ପଡିଥିଲା ।

ଏହାପରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଅହିରାଜ ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଏବଂ ସୁସ୍ଥ ଥିବାର ପ୍ରମାଣ ମିଳିବା ପରେ ବଡ଼ମ୍ବା ରେଞ୍ଜ ର ଡେପୁଟି ରେଞ୍ଜର ସରୋଜ କୁମାର ମହାନ୍ତିଙ୍କ ଉପସ୍ଥିତି ରେ ତଳ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟ ରେ ଛାଡି ଦିଆ ଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର