ସାନଖେମୁଣ୍ଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟରାମ ଦୋରାଙ୍କ ସହ ବିଜେଡିରେ ମିଶିଲେ ୭ ଶହରୁ ଉର୍ଦ୍ଧ୍ୱ ବିଜେପି ଓ କଂଗ୍ରେସ କର୍ମୀ

The Sakala Picture
Published On

ଗଞ୍ଜାମ: ସଶକ୍ତ ହେଉଛି ବିଜେଡି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଖଲିଙ୍ଗୀ ଠାରେ ବିଜେଡିର ଜୋନ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ହାତ ଛାଡି ଶଙ୍ଖ ଧରିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡି ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟରାମ ଦୋରା। ତାଙ୍କ ସହିତ ୪ ପଞ୍ଚାୟତର ୨୦ ୱାର୍ଡ ସଦସ୍ୟ, ସରପଞ୍ଚ ପ୍ରତିନିଧି, ଜିଲ୍ଲାପରିଷଦ ପ୍ରତିନିଧି ଏବଂ କିଛି ବିଜେପି […]

ଗଞ୍ଜାମ: ସଶକ୍ତ ହେଉଛି ବିଜେଡି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଖଲିଙ୍ଗୀ ଠାରେ ବିଜେଡିର ଜୋନ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ହାତ ଛାଡି ଶଙ୍ଖ ଧରିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡି ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟରାମ ଦୋରା। ତାଙ୍କ ସହିତ ୪ ପଞ୍ଚାୟତର ୨୦ ୱାର୍ଡ ସଦସ୍ୟ, ସରପଞ୍ଚ ପ୍ରତିନିଧି, ଜିଲ୍ଲାପରିଷଦ ପ୍ରତିନିଧି ଏବଂ କିଛି ବିଜେପି କର୍ମୀଙ୍କ ସମେତ ୭ ଶହରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ମଧ୍ୟ ବିଜେଡିରେ ମିଶିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ କଲ୍ୟାଣି ମଣ୍ଡପଠାରେ ବିଜେଡିର ଜୋନ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକରେ ବିଜେଡିର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ବିଜେଡିର ରାଜ୍ୟ ଏବଂ ଜିଲ୍ଲାର ବହୁ ବରିଷ୍ଠ ନେତା, କର୍ମୀ ଯୋଗ ଦେଇଥିଲେ । ଏହି ବୈଠକରେ କଂଗ୍ରେସ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟରାମ ଦୋର। , କଂଗ୍ରେସ ନେତା ନଗେନ ରଥ , ଡେଙ୍ଗାଓସ୍ତା ମହନ୍ତ ସଚ୍ଚିଦାନନ୍ଦ ଦାସ , ଅଚୁଦା ନନ୍ଦ ପ୍ରଧାନ ସମେତ ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ଗୋପାଳ ମଲ୍ଲିକଙ୍କ ସମେତ ପ୍ରାୟ ୨୦ ଜଣ ୱାର୍ଡ ମେମ୍ବର ଏବଂ ପ୍ରାୟ ୭୦୦ରୁ ଅଧିକ ବିଜେପି ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିଲେ ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ଭୁଶୁଡି ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ

10 Oct 2021 By The Sakala

ସାନଖେମୁଣ୍ଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟରାମ ଦୋରାଙ୍କ ସହ ବିଜେଡିରେ ମିଶିଲେ ୭ ଶହରୁ ଉର୍ଦ୍ଧ୍ୱ ବିଜେପି ଓ କଂଗ୍ରେସ କର୍ମୀ

ଗଞ୍ଜାମ: ସଶକ୍ତ ହେଉଛି ବିଜେଡି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଖଲିଙ୍ଗୀ ଠାରେ ବିଜେଡିର ଜୋନ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ହାତ ଛାଡି ଶଙ୍ଖ ଧରିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡି ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟରାମ ଦୋରା। ତାଙ୍କ ସହିତ ୪ ପଞ୍ଚାୟତର ୨୦ ୱାର୍ଡ ସଦସ୍ୟ, ସରପଞ୍ଚ ପ୍ରତିନିଧି, ଜିଲ୍ଲାପରିଷଦ ପ୍ରତିନିଧି ଏବଂ କିଛି ବିଜେପି କର୍ମୀଙ୍କ ସମେତ ୭ ଶହରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ମଧ୍ୟ ବିଜେଡିରେ ମିଶିଛନ୍ତି ।

ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ କଲ୍ୟାଣି ମଣ୍ଡପଠାରେ ବିଜେଡିର ଜୋନ୍ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକରେ ବିଜେଡିର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ବିଜେଡିର ରାଜ୍ୟ ଏବଂ ଜିଲ୍ଲାର ବହୁ ବରିଷ୍ଠ ନେତା, କର୍ମୀ ଯୋଗ ଦେଇଥିଲେ । ଏହି ବୈଠକରେ କଂଗ୍ରେସ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟରାମ ଦୋର। , କଂଗ୍ରେସ ନେତା ନଗେନ ରଥ , ଡେଙ୍ଗାଓସ୍ତା ମହନ୍ତ ସଚ୍ଚିଦାନନ୍ଦ ଦାସ , ଅଚୁଦା ନନ୍ଦ ପ୍ରଧାନ ସମେତ ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ଗୋପାଳ ମଲ୍ଲିକଙ୍କ ସମେତ ପ୍ରାୟ ୨୦ ଜଣ ୱାର୍ଡ ମେମ୍ବର ଏବଂ ପ୍ରାୟ ୭୦୦ରୁ ଅଧିକ ବିଜେପି ଏବଂ କଂଗ୍ରେସ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର