ରୋମରେ ପ୍ରବାସୀଙ୍କୁ ଓଡ଼ିଶା ବିକାଶର କଥା କହିଲେ ୫ଟି ସଚିବ ଭି.କେ  ପାଣ୍ଡିଆନ

The Sakala Picture
Published On

ଭୁବନେଶ୍ୱର:ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ମନ୍ଦିର ଇଂଲଣ୍ଡରେ ନିର୍ମାଣ ହେବ। ୟୁରୋପର ୧୨ଟି ଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ସହ ରୋମ୍‍ର ହାସଲେର୍‍ ହୋଟେଲଠାରେ ଏକ ସମାବେଶରେ ଆଲୋଚନା କାଳରେ ଏଥିପାଇଁ ସମସ୍ତ ସହଯୋଗ କରିବାକୁ ପ୍ରବାସୀ ଓଡ଼ିଆଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ପ୍ରବାସରେ ବିଭିନ୍ନ ବୃତ୍ତିରେ ନିୟୋଜିତ ଓଡ଼ିଆମାନଙ୍କୁ ଓଡ଼ିଶାର ବିକାଶରେ ସେମାନଙ୍କ ଅଭିଜ୍ଞତାକୁ ଉପଯୋଗ ନିମନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପ୍ରବାସୀମାନେ ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ୱର:ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ମନ୍ଦିର ଇଂଲଣ୍ଡରେ ନିର୍ମାଣ ହେବ। ୟୁରୋପର ୧୨ଟି ଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ସହ ରୋମ୍‍ର ହାସଲେର୍‍ ହୋଟେଲଠାରେ ଏକ ସମାବେଶରେ ଆଲୋଚନା କାଳରେ ଏଥିପାଇଁ ସମସ୍ତ ସହଯୋଗ କରିବାକୁ ପ୍ରବାସୀ ଓଡ଼ିଆଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ପ୍ରବାସରେ ବିଭିନ୍ନ ବୃତ୍ତିରେ ନିୟୋଜିତ ଓଡ଼ିଆମାନଙ୍କୁ ଓଡ଼ିଶାର ବିକାଶରେ ସେମାନଙ୍କ ଅଭିଜ୍ଞତାକୁ ଉପଯୋଗ ନିମନ୍ତେ ମଧ୍ୟ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପ୍ରବାସୀମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଆନ୍ତରିକ ସ୍ୱାଗତ କରିବା ସହ ତାଙ୍କ ପରି ଜଣେ ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ପାଇଥିବାରୁ ପ୍ରତ୍ୟେକ ଓଡ଼ିଆ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କେବଳ ଭାରତର ଅନ୍ୟ ରାଜ୍ୟ ନୁହେଁ; ପୃଥିବୀର ଅନେକ ଦେଶକୁ ମଧ୍ୟ ପ୍ରଭାବିତ କରିବାକୁ ସକ୍ଷମ ହୋଇଛି ଏବଂ ଜନ୍ମମାଟିରୁ ହଜାର ହଜାର ମାଇଲ ଦୂରରେ ଥାଇ ବି ଆମେମାନେ ଏଥିପାଇଁ ଗର୍ବ ଅନୁଭବ କରୁଛୁ ବୋଲି ବୋଲି ପ୍ରବାସୀମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତାକଡ ଗଛରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା, ପୋଲିସ କରୁଛି ତଦନ୍ତ

ୟୁରୋପର ବିଭିନ୍ନ ଦେଶରେ କାର୍ଯ୍ୟ କରୁଥିବା ଡାକ୍ତର, ଇଞ୍ଜିନିୟର, ଆଇଟି ବିଶେଷଜ୍ଞ, ପ୍ରତିଷ୍ଠିତ ବ୍ୟବସାୟୀ, କୃତ୍ରିମ ବୁଦ୍ଧିମତା ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ସରକାର ଯେଉଁ ପ୍ରଶଂସନୀୟ ଅଗ୍ରଗତି ହାସଲ କରିଛନ୍ତି ତାହା ବିରଳ ଓ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଅନୁକରଣୀୟ ବୋଲି ପ୍ରବାସୀମାନେ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଯୁକ୍ତରାଜ୍ୟ ଓଡ଼ିଆ ସଙ୍ଗଠନର ପ୍ରତିନିଧିମାନେ ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ନିମନ୍ତେ ଆଗ୍ରହ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି ଏବଂ ତତ୍‍କ୍ଷଣାତ୍‍ ମୁଖ୍ୟମନ୍ତ୍ରୀ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ସମସ୍ତ ବୃତ୍ତିଧାରୀଙ୍କୁ ତାଙ୍କର ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାରେ ସେମାନଙ୍କ ଅଭିଜ୍ଞତାର ଉପଯୋଗ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଣାସ ବର୍ବରତା: କ୍ରାଇମ ସ୍ପଟରେ ସିନ୍ ରିକ୍ରିଏସନ କଲା ମୁଖ୍ୟ ଅଭିଯୁକ୍ତ

ପ୍ରବାସୀମାନେ ଓଡ଼ିଶାର ରୂପାନ୍ତରଣ ଓ ବିକାଶରେ କି ପ୍ରକାର ସହଯୋଗ ଦେଇପାରିବେ ସେଥିନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏକାଧିକ ପ୍ରବାସୀ ଓଡ଼ିଆ ଏଥିନିମନ୍ତେ ନିଜର ସମ୍ମତିବ୍ୟକ୍ତ କରିଛନ୍ତି। ସେଠାରେ ଉପସ୍ଥିତ ଥିବା ଜାତିସଂଘର ବୁଦାପେଷ୍ଟସ୍ଥିତ ଶରଣାର୍ଥୀ ବ୍ୟାପାର କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଯୁବତୀ ଆଗ୍ରହର ସହିତ ଓଡ଼ିଶାରେ ନିଜ ଅଭିଜ୍ଞତାର ଉପଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଅନ୍ୟ ବୃତ୍ତିଧାରୀମାନେ ମଧ୍ୟ ସେମାନଙ୍କଜନ୍ମମାଟି ପାଇଁ କିଛି କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଅବସରରେ ପ୍ରବାସୀ ଓଡ଼ିଆମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି. କେ. ପାଣ୍ଡିଆନ୍‍ ବିଗତ ଦୁଇ ଦଶନ୍ଧିରେ ରାଜ୍ୟର ବିକାଶ, ପ୍ରଗତି ଓ ରୂପାନ୍ତରଣ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ ୨୦୦୦ ମସିହାର ଖାଦ୍ୟ ନିଅଣ୍ଟିଆ ରାଜ୍ୟ ୨୦୦୭-୦୮ ସୁଦ୍ଧା ଆତ୍ମନିର୍ଭରଶୀଳ ହେବାକୁ ସକ୍ଷମ ହୋଇଥିଲା। ୨୦୧୦-୧୧ ମସିହା ବେଳକୁ ଓଡ଼ିଶା ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି। ସମ୍ପ୍ରତି ଜାତୀୟ ଖାଦ୍ୟ ସୁରକ୍ଷା ବଣ୍ଟନ ବ୍ୟବସ୍ଥାକୁ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ ଭାବେ ଶସ୍ୟ ପ୍ରଦାନ କରୁଛି। ରାଜ୍ୟ ଓ ଦେଶର ଖାଦ୍ୟ ସୁରକ୍ଷାରେ ଓଡ଼ିଶାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ୧୯୯୯ ମହାବାତ୍ୟା ରାଜ୍ୟର ବହୁତ କ୍ଷତି ସାଧନ କରିଥିଲା। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ବିପର୍ଯ୍ୟୟ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଥିଲା। ଭୌଗୋଳିକ କାରଣରୁ ରାଜ୍ୟକୁ ନିୟମିତ ଭାବେ ବିପର୍ଯ୍ୟୟର ସାମନା କରିବାକୁ ପଡ଼ିିବ ବୋଲି ମୁଖ୍ୟମନ୍ତ୍ରୀ ଅନୁଭବ କରିଥିଲେ। ଏହା ପରେ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ସୁଦୃଢ଼ କରାଗଲା। ଏଥିପାଇଁ ଯୋଜନା ପ୍ରସ୍ତୁତ କରାଗଲା। ମାନବସମ୍ବଳଗୁଡ଼ିକର ପ୍ରଶିକ୍ଷଣ ଏବଂ ତୃଣମୂଳସ୍ତରରେ ନେତୃତ୍ୱ ବିକାଶ କରାଗଲା। ଆଇଆଇଟି ଖଡଗପୁର ଏବଂ ଅନ୍ୟ ଉଚ୍ଚସ୍ତରୀୟ ସଂସ୍ଥାର ସହାୟତା ନେଇ ଯୋଜନା ପ୍ରସ୍ତୁତ କରାଗଲା। ବିପର୍ଯ୍ୟୟ ତଥା ବାତ୍ୟା ପ୍ରଭାବିତ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ବାତ୍ୟା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରାଗଲା। ମହାବାତ୍ୟାର ୧୨-୧୩ ବର୍ଷ ପରେ ଫାଇଲିନ୍‍ ଆସିଥିଲା। ଯାହାର ସଫଳ ମୁକାବିଲା କରାଯାଇଥିଲା। ୨୨୦ ବେଗରେ ଥିବା ଫାଇଲିନ୍‍ ମୁକାବିଲା ରାଜ୍ୟକୁ ସାରା ବିଶ୍ୱରେ ପରିଚୟ ଦେଇଥିବା ୫-ଟି ସଚିବ କହିଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ କଲେଜ ଛାତ୍ର ଗିରଫ

ବର୍ତ୍ତମାନ ସମୟରେ ଜାରି ରହିଥିବା ହାଇସ୍କୁଲ ଏବଂ ଅନ୍ୟାନ୍ୟ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଶ୍ରୀ ପାଣ୍ଡିଆନ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟର ୭୦ ପ୍ରତିଶତ ଲୋକ ସରକାରୀ ସ୍କୁଲ ଉପରେ ନିର୍ଭର କରନ୍ତି । ସେମାନଙ୍କ ବିକାଶ ଓ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ଉପଯୁକ୍ତ ପ୍ଲାଟଫର୍ମ ଦେଲେ ଦାୟିତ୍ୱବାନ ସରକାର ହିସାବରେ ସ୍କୁଲ ରୂପାନ୍ତରଣ କରି ପିଲାଙ୍କୁ ହାଇଟେକ୍‌ ଶିକ୍ଷା ଦିଆଯଉଛି। ପିଲାଙ୍କ କ୍ୟାରିୟରର ମୂଳଦୂଆ ହେଉଛି ହାଇସ୍କୁଲ । ସେଠାରେ ପିଲା ଭଲ ପଢ଼ିଲେ ହିଁ ଉପରକୁ ଉଠିପାରିବେ । ପିଲାଙ୍କ ଭବିଷ୍ୟତକୁ ଲକ୍ଷ୍ୟରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇଥିବା କହିଛନ୍ତି ୫ଟି ସଚିବ । ଏବେସୁଦ୍ଧା ୪ ହଜାର ୫୦୦ ହାଇସ୍କୁଲର ରୂପାନ୍ତର ହୋଇଥିବା ପ୍ରବାସୀ ଓଡ଼ିଆଙ୍କୁ ଜଣାଇଥିଲେ। ରୂପାନ୍ତରିକରଣରେ କ୍ଲାସରୁମ୍‌ ହୋଇଛି ସ୍ମାର୍ଟ କ୍ଲାସରୁମ୍‌ । ଲାଇବ୍ରେରୀ ସବୁ ଇ-ଲାଇବ୍ରେରୀ ହୋଇଛି । ସାଇନ୍ସ ଲାବରୋଟେରୀ ହୋଇଛି ମର୍ଡନ ଲାବରୋଟାରୀ । ଏହାଦ୍ୱାରା ଅନ୍ୟ ଘରୋଇ ସ୍କୁଲକୁ ପଛରେ ପକାଇଛି ସରକାରୀ ସ୍କୁଲ। ଏସବୁ ସୁବିଧା ମିଳୁଛି ବିନା ମୂଲ୍ୟରେ। ଏହାସହ ଖାଦ୍ୟ ଉତ୍ପାଦନରେ କିଭଳି ରାଜ୍ୟ ଆତ୍ମନିର୍ଭର ହେବା ସହ ନିଅଣ୍ଟିଆରୁ ବଳକା ରାଜ୍ୟ ଭାବେ ଉଭା ହୋଇଛି ସେନେଇ ମଧ୍ୟ ପ୍ରବାସୀଙ୍କୁ ଅବଗତ କରାଇଥିଲେ ଭି.କେ ପାଣ୍ଡିଆନ ।

24 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର