ହୀରାକୁଦ ଡ୍ୟାମ୍‌ରେ ବନ୍ଦ ହେଲା ଆଉ ୪ ଗେଟ୍‌, ୨୪ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

The Sakala Picture
Published On

ଭୁବନେଶ୍ବର/ସମ୍ବଲପୁର : ଉପରମୁଣ୍ଡରେ ବର୍ଷା କମିବା ପରେ ଧୀରେ ଧୀରେ କମିବାରେ ଲାଗିଲାଣି ବିଭିନ୍ନ ନଦୀର ଜଳସ୍ତର । ଉପରମୁଣ୍ଡରେ ବର୍ଷା କମିବା ସହ ହୀରାକୁଦ ଡ୍ୟାମ ଭିତରକୁ ଜଳ ପ୍ରବେଶ କମିଛି। ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗେଟ୍‌ ବନ୍ଦ କରାଯାଉଛି। ଗତକାଲି ୧୨ଟି ଗେଟ୍ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୨୪ଟି ଗେଟ୍‌ ଦେଇ […]

ଭୁବନେଶ୍ବର/ସମ୍ବଲପୁର : ଉପରମୁଣ୍ଡରେ ବର୍ଷା କମିବା ପରେ ଧୀରେ ଧୀରେ କମିବାରେ ଲାଗିଲାଣି ବିଭିନ୍ନ ନଦୀର ଜଳସ୍ତର । ଉପରମୁଣ୍ଡରେ ବର୍ଷା କମିବା ସହ ହୀରାକୁଦ ଡ୍ୟାମ ଭିତରକୁ ଜଳ ପ୍ରବେଶ କମିଛି। ଉପରମୁଣ୍ଡରୁ ଜଳପ୍ରବେଶ ପୂର୍ବ ତୁଳନାରେ ହ୍ରାସ ପାଇଥିବାରୁ ହୀରାକୁଦ ଜଳଭଣ୍ଡାରରୁ ଗେଟ୍‌ ବନ୍ଦ କରାଯାଉଛି। ଗତକାଲି ୧୨ଟି ଗେଟ୍ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୨୪ଟି ଗେଟ୍‌ ଦେଇ ଜଳନିଷ୍କାସନ କରାଯାଉଛି। ଏଥିରେ ବାମ ପାର୍ଶ୍ବରୁ ୧୬ ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୮ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ବର୍ତ୍ତମାନ ହୀରାକୁଦର ଜଳସ୍ତର ଅଛି ୬୨୨.୨୭ ଫୁଟ। ଜଳଭଣ୍ଡାର ଭିତରକୁ ହେଉଛି ୨ ଲକ୍ଷ ୯୩ ହଜାର ୨୨୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୭୫ ହଜାର ୭୨୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ୨୪ ଟି ଗେଟ୍ ଖୋଲା ଅଛି।କାଲି ୧୨ ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ଆଜି ୪ଟି ବନ୍ଦ ହୋଇଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ସକାଳ ୧୦ସୁଦ୍ଧା ନଅ ଲକ୍ଷ ଛପନ ହଜାର ଛଅ ଶହ ଆଠ ଘନ ଫୁଟ ଜଳ ପ୍ରବାହିତ ହେଉଛି । ସେହିଭଳି ମୁଣ୍ଡଳୀର ଉପର ମୁଣ୍ଡରେ ଜଳସ୍ତର ୯୪.୬୦ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳସ୍ତର ୯୨.୩୦ ଫୁଟ ରହିଛି । ମୁଣ୍ଡଳୀ ଠାରେ ମହାନଦୀର ବିପଦ ସଙ୍କେତ ହେଉଛି ୯୭.୫୦ ଫୁଟ୍ । ମୁଣ୍ଡଳୀ ପାଖରେ ୮ଲକ୍ଷ କ୍ୟୁସେକ ଜଳ ସୀମିତ ରଖିବାକୁ ଚେଷ୍ଟା କରାଯାଉଛି। ଲଘୁଚାପ ବର୍ଷା ଉପରେ ନଜର ରଖାଯାଇଛି। ଏପରି ସ୍ଥିତି ୨୦-୨୧ ତାରିଖ ଯାଏ ଲାଗି ରହିବ। କାରଣ ବର୍ଷା ଅଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଅନ୍ୟପଟେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ବର୍ଷା ପରବର୍ତ୍ତୀ ସ୍ଥିତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ୨୦ରୁ ୨୧ ଯାଏଁ ବର୍ଷା ହେବା ସମ୍ଭାବନା ଅଛି । ମହାନଦୀରେ ୭ଟି ଘାଇ ହୋଇଛି । ୨୦୦ରୁ ଅଧିକ ଘଳିଆ ବନ୍ଦ କରାଯାଇଛି । ଆଗକୁ ଧୀରେ ଧୀରେ ଜଳସ୍ତର କମିବ।

ସେପେଟ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ । ଉତ୍ତର-ପୂର୍ବ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ । ୩ଘଣ୍ଟା ହେବ ୨୦ କିମି ବେଗରେ ଗତି କରୁଛି । ବାଲେଶ୍ୱର ଠାରୁ ୨୫୦ କିମି, ଦୀଘାଠାରୁ ୧୯୦ କିମି ଦୂରରେ ଅବପାତ । ୬ଘଣ୍ଟା ଭିତରେ ଗଭୀର ଅବପାତ ରୂପ ନେବ । ଗଭୀର ଅବପାତ ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରିବ । ସନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ । ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଆଇଲ୍ୟାଣ୍ଡ ଦେଇ ଗତି କରିବ । ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡକୁ ଗତ କରି ଦୁର୍ବଳ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର